Odisha news

ଜାତୀୟ ରାଜପଥରେ ବେଆଇନ ପାର୍କିଂକୁ ନା : ୧୦୩ ଗାଡିକୁ ଧରିଲା ପୋଲିସ

0
ଚଣ୍ଡିଖୋଲ :  ଜାତୀୟ ରାଜପଥ ସହ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜପଥ ଗୁଡିକରେ ବେପରବାୟ ଭାବେ ଘଣ୍ଟାଘଣ୍ଟା ଧରି ହେଉଥିବା ଗାଡି ପାର୍କିଂକୁ ଏବେ ନିଶିଦ୍ଧ କରାଯାଇଛି! ଏହି ବେଆଇନ ପାର୍କିଂ ଯୋଗୁଁ ଅଯଥାରେ ରାଜପଥରେ ଭିଡ ସୃଷ୍ଟି ହେବା ସହିତ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ବୃଦ୍ଧି ହେଉଥିବା ଜଣାପଡିବା ପରେ ଯାଜପୁର ଏସପି ଭିନିତ ଅଗ୍ରବାଲ ଏପରି ବେଆଇନ ପାର୍କିଂକୁ ନିଷିଦ୍ଧ କରିବା ପାଇଁ ବଡଚଣା ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ! ଏସପିଙ୍କ ନିର୍ଦ୍ଦେଶ ପରେ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ଚଣ୍ଡିଖୋଲ ଆରଟିଓ ଏବଂ ଜାତୀୟ ରାଜପଥ କତ୍ତୃପଖ୍ୟଙ୍କୁ ଏ ସମ୍ପର୍କରେ ଅବଗତ କରି ମିଳିତ ଚଢାଉ ପାଇଁ ପ୍ରସ୍ତାବ ଦେଇଥିଲେ! ଏହି ପ୍ରସ୍ତାବକ୍ରମେ ଶନିବାର ଦିନ ୧୬ ନମ୍ବର ଜାତୀୟ ରାଜପଥର ଛତିଆ ଠାରୁ ଚଣ୍ଡିଖୋଲ ମଧ୍ୟରେ ବଡଚଣା ପୋଲିସ, ଚଣ୍ଡିଖୋଲ ଆରଟିଓ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏସଜେଆଇପିଏଲ ର ଅଧିକାରୀ ମାନେ ରାସ୍ତା ଉପରେ ବେଆଇନ ପାର୍କିଂ କରିଥିବା ଗାଡି ମଟର ଗୁଡିକ ଉପରେ ମିଳିତ ଚଢାଉ କରିଥିଲେ! ଚଢାଉ ସମୟରେ ୧୦୩ ଟି ଗାଡିକୁ ଧରାଯାଇଥିଲା! ସେଥିରୁ ୪୧ ଟି ଗାଡି ବିରୁଦ୍ଧରେ ଚାଲାଣ କଟାଯାଇ ତତ୍କାଳ ୨୦ ହଜାର ୫୦୦ ଟଙ୍କା ଆଦାୟ କରାଯାଇଥିଲା ବେଳେ ଅନ୍ୟ ୬୨ଟି ଗିଡିର ଡ୍ରାଇଭର ମାନଙ୍କୁ ଅଟକ ରଖାଯାଇ ଚେତାବନୀ ଦିଆଯିବା  ପରେ ଛଡା ଯାଇଥିଲା! ବିଶେଷକରି ଚଣ୍ଡିଖୋଲ ବଜାରର ମିଡଇଷ୍ଟ ହୋଟେଲର ନିଜସ୍ୱ ଉପଯୁକ୍ତ ପାର୍କିଂ ସ୍ଥାନ ନଥିବାରୁ ତା ସମ୍ମୁଖରେ ଡ୍ରାଇଭର ମାନେ ରାସ୍ତା ଉପରେ ବେପରବାୟ ଭାବେ ଗାଡି ରଖି ହୋଟେଲକୂ ଯିବା ଯୋଗୁଁ ସେଠାଳେ ଅସମ୍ଭବ ଭିଡ ହେଉଛି! ସେହିପରି ଚଣ୍ଡିଖୋଲ ବଜରର ଜାତୀୟ ରାଜପଥ ଉଭରବ୍ରିଜ ଉପର ରାସ୍ତା ଉପରେ ଦିନଦିନ ଧରି ବଡବଡ ଗାଡି ପାର୍କିଂ ହେଉଥିବା ଯୋଗୁଁ ତାହାମଧ୍ୟ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି! ଏହି ଚଢାଉ ସମୟରେ ସେଠାରୁ ମଧ୍ୟ ବହୁ ଗାଡିକୁ ହଟାଇ ଦିଆଯାଇଥିଲା! ଏହି ଚଢାଉରେ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର,ଚଣ୍ଡିଖୋଲ ଆରଟିଓ ପକ୍ଷରୁ ଟ୍ରାଫିକ ଇନ୍ସପେକ୍ଟର ପ୍ରଦୀପକୁମାର ପଟ୍ଟନାୟକ, ବୈରୀ ଥାନା ,ଚଣ୍ଡିଖୋଲ ଫାଣ୍ଡି ପୋଲିସଙ୍କ ସହ ଏସଜେଆଇପିଏଲର ଅଧିକାରୀ ମାନେ ସାମିଲ ହୋଇଥିଲେ! ଏହି ମିଳିତ ଚଢାଉ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ଜାତୀୟ ରାଜପଥ ଉପରେ ବେଆଇନ ପାର୍କିଂ କରୁଥିବା ଗାଡି ମଟର ମାଲିକ ଓ ଡ୍ରାଇଭର ମାନଙ୍କ ମଧ୍ୟରେ ଛନକା ପସିଯାଇଛି! ଏପରି ବେଆଇନ ପାର୍କିଂକୁ ସମ୍ପୂର୍ଣ୍ଣ ନିଶିଦ୍ଧ କରାଯିବା ପାଇଁ ଆଗକୁ ନିୟମିତ ଚଢାଉ ଯାରୀଳହିବ ଵୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି !
Nalco

Leave A Reply