ତୋରିର ଅଢେ଼ଇ ବର୍ଷ ପରେ ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଫେରାଇ ଆଣିବାକୁ ଦିଲ୍ଲୀଗଲେ ପୋଲିସ ଓ ମନ୍ଦିର କତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ଟିମ
ଚଣ୍ଡିଖୋଲ,୧/୧୧ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଦର୍ପଣୀଗଡ ଗ୍ରାମରୁ ଅଢେଇ ବର୍ଷ ପୂର୍ବେ ଚୋରି ଯାଇଥିବା ଅଧିଷ୍ଠାତ୍ରୀ ଦେବୀ ମା’କୋଟ୍ରାକ୍ଷୀଙ୍କ ଅଷ୍ଟ ଧାତୁରେ ନିର୍ମିତ ଦୁର୍ଲଭ ମୂର୍ତ୍ତିକୁ ଏଠାକୁ ଫେରାଇ ଆଣିବାକୁ ବୁଧବାର ଦିନ ଯାଜପୁର ଏସପିଙ୍କ ନିର୍ଦ୍ଦେଶ ଓ ବଡଚଣା ଥାନା ଅଧିକାରୀଙ୍କ ପ୍ରଚେଷ୍ଟାରେ ପୋଲିସ ଓ ମନ୍ଦିର କତ୍ତୃପଖ୍ୟଙ୍କୁ ନେଇ ଏକ ସାତଜଣିଆ ମିଳିତ ଟିମ ଦିଲ୍ଲୀ ଯାତ୍ରା କରିଛନ୍ତି! ଗତ ଅଷ୍ଟୋବର ମାସ ୬ ତାରିଖରେ ଜିଲ୍ଲା ପୋଲିସ ଦେଇଥିବା ପ୍ରତିସୃତି ଅନୁଯାଇ ମାଙ୍କ ମୂର୍ତ୍ତି ଏଠାକୁ ଫେରି ଆସୁଥିବା ଜାଣି ସମଗ୍ର ଆଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି! ବଡଚଣା ଥାନାରେ ନୂଆ ଅଧିକାରୀ ଭାବେ ଶରତଚନ୍ଦ୍ର ପାତ୍ର ଯୋଗ ଦେବାପରେ ତାଙ୍କ ପ୍ରଚେଷ୍ଟାରେ ମା’ଙ୍କ ମୂର୍ତ୍ତି ଦିଲ୍ଲୀ ବିମାନ ବନ୍ଦରରୁ ଏଠାକୁ ଫେରାଇ ଆଣାଯିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା! ବିଦେଶକୁ ଚୋରା ଚାଲାଣ ବେଳେ ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ଅଧିକାରୀଙ୍କ ଦ୍ୱାରା ଜବତ ହୋଇ ସେଠାରେ ଦୀର୍ଘ ଅଢେଇ ବର୍ଷ ହେବ ଏମି ମୂର୍ତ୍ତି ପଡି ରହିଥିଲା!ଆନ୍ତର୍ଜାତିକ ବଜାରରେ ଏହି ଦୁର୍ଲଭ ମୂର୍ତ୍ତିର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି! ଏହି ଦୂର୍ଲଭ ମୂର୍ତ୍ତିକୁ ଫେରାଇ ଆଣିବାକୁ ଯାଜପୁର ଏସପି ଭିନିତ ଅଗ୍ରବାଲ ଅଷ୍ଟୋବର ୬ ତାରିଖରେ ବଡଚଣା ଥାନା ଅଧିକାରୀ ଶ୍ରୀ ପାତ୍ରଙ୍କୁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ! ଏସପିଙ୍କ ନିର୍ଦ୍ଦେଶ ପରେ ଯଥାଶୀଘ୍ର ଦିଲ୍ଲୀ ଯାଇ ମୂର୍ତ୍ତିକୁ ଚିହ୍ନଟକରି ଏଠାକୁ ଫେରାଇ ଆଣିବାକୁ ଥାନା ଅଧିକାରୀ ଶ୍ରୀ ପାତ୍ର ଯୋଜନା ଆରମ୍ଭ କରିଥିଲେ! ସେହି ଯୋଜନା ଅନୁଯାଇ ବୁଧବାର ଦିନ ବଡଚଣା ଥାନାର ଏସ ଆଇ ସୁବାଷ ମୁଦୁଲିଙ୍କ ନେତୃତ୍ୱରେ ପାଣିକୋଇଲି ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଦୁଇଜଣ ଅଧିକାରୀ ଓ ମନ୍ଦିର କତ୍ତୃପଖ୍ୟଙ୍କ ପକ୍ଷରୁ ଦର୍ପଣୀ ସରପଞ୍ଚ ରଞ୍ଜନକୁମାର ଦାସ,ନିହାରରଞ୍ଜନ ଫଣ୍ଡା,ଭାରତଭୂଷଣ ପଣ୍ଡା ଓ ଦୀନେସକୁମାର ପଣ୍ଡା ପ୍ରମୁଖ ଦୁରନ୍ତ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କରିଛନ୍ତି! ସୂଚନା ମୁତାବକ ଗତ ୨୦୨୧ ଜାନୁୟାରୀ ୧୨ ତାରିଖ ବିଳମ୍ବିତ ରାତିରେ କେତେକ ଦୁବୃର୍ତ୍ତ ଦର୍ପଣଗଡ଼ ଗ୍ରାମ ମନ୍ଦିରରୁ ଏହି ମୂର୍ତ୍ତିକୁ ଚୋରିକରି ନେଇଥିଲେ! ଏହି ଘଟଣାଟି ସେତେବେଳେ କେବଳ ବଡ଼ଚଣା ନୁହେଁ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଓ ମୂର୍ତ୍ତି ଉଦ୍ଧାର ପାଇଁ ପୋଲିସ ପକ୍ଷରୁ ତନାଘନା ଉଦ୍ୟମ ହୋଇଥିଲା! ତତ୍କାଳୀନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୁଇ ଦୁଇ ଥର ଏହି ଗ୍ରାମକୁ ଆସି ଘଟଣାର ସରଜମିନ ତଦନ୍ତ କରିଥିଲେ! ପରେ ମୂର୍ତି ଉଦ୍ଧାର ନହେବାରୂ ଗ୍ରାମବାସୀମାନେ ଦେବୀଙ୍କ ମନ୍ଦିର ନିକଟରେ ଧାରଣାରେ ବସିଥିଲେ ! ହେଲେ ଚୋର ବା ଚୋରି ମୂର୍ତ୍ତିର ଟେର ମିଳିପାରି ନଥିଲା! ତେବେ ନୂଆଦିଲ୍ଲୀରୁ ମୁର୍ତ୍ତିଟି ବାହାର ଦେଶକୁ ଚାଲାଣ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ପ୍ରମାଣପତ୍ରର ଆବଶ୍ୟକ ପଡିଥିଲା ! ଆଉ ସେତିକିବେଳେ ମୂର୍ତ୍ତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇ ଜଣା ପଡିଥିଲା ଯେ, ମୂର୍ତ୍ତିଟି ବଡ଼ଚଣା ଥାନା ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିବା ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ବୋଲି ! ତେବେ ଏବେ ଏବେ ଏଠାକୁ ମାଙ୍କ ମୂର୍ତ୍ତି ଫେରୁ।ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେସ ଭାବାବେଗ ସୃଷ୍ଟି ହୋଇଛି ଓ ମୂର୍ତ୍ତି ଫେରାଇ ଆଣିବାରେ ଏବେ ପୋଲିର ଭୁମିକାକୁ ସାଧାରଣରେ ପ୍ରଶଂସା କରାଯାଇଛି! !