Odisha news

ବାଜବାଟୀ କଳାପଥର ଖଣି ଓ କ୍ରସର ଯୋଗୁଁ ଚାଷ ଜମିରେ ପଫଷଲନଷ୍ଟ : ମର୍ମାହତ ଚାଷୀଙ୍କ ଆତ୍ମହତ୍ୟା

0
ଚଣ୍ଡିଖୋଲ,୧୫/୧୦ : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟି କଳାଫଥର ଖଣି ଓ ପାଖ କ୍ରସର ପ୍ରଭାବରେ ଏକର ଏକର ଚାଷ ଜମିରେ ଫଷଲହାନୀ ହେଉଛି! ଦୀର୍ଘ ଦିନହେବ ଏଥିନେଇ ଚାଷୀଙ୍କ ଅଭିଯୋଗ କେହି ନହୁଣିବାରୁ ଶେଷରେ ଏଠାରେ ଏକ ଅଭାବନୀୟ ଘଠଣା କ୍ରମରେ ଜଣେ ଚାଷୀ ନିଜ ଧାନ ବିଲରେ ଫଷଲ ନଷ୍ଟ ହୋଇଯିବା ଦେଖି ମର୍ମାହତ ହୋଇ ଶେଷରେ ବିଷପିଇ ଜୀବନ ହରିଦେବା ପରି ଏକ ଦୁଖଦ ଘଟଣା ଘଟିଛି! ବିଷପିଇ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ନିତ୍ୟାନନ୍ଦ ପରିଡା ଓ ତାଙ୍କ ଘର ବାଜବାଟୀ ଗ୍ରାମରେ ବୋଲି ଜଣାପଡିଛି! ବାଜବାଟୀ ଓ ଆଖପାଖର ପଥରଖଣି ଏବଂ କ୍ରସର ଶିଳ୍ପ ପାଇଁ ଚାଷଜମିର ଉର୍ବରତା ନଷ୍ଟ ହେଉଥିବା ଅଭିଯୋଗ ନେଇ ଦୀର୍ଘ ଦିନହେବ ନିତ୍ୟାନନ୍ଦ ଯାଜପୁର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭକରି ମୁୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ! ବାଜବାଟୀ ପାହାଡ ତଳେ ତାଙ୍କର ଦୁଇ ତିନି ଏକର ଚାଷଜମି ରହିଥିଲା ବେଳେ ପାଖ ପଥର ଖଣିର ବିରାଟ ଗର୍ତ ଯୋଗୁ ଜମିର ଜଳଧାରଣ ଖ୍ୟମତା ନଷ୍ଟହୋଇ ଶେଷରେ ଜମି ପଡିଆ ପଡୁଥିଲା! ହେଲେ ପ୍ରତିବର୍ଷ ପରି ଚଳିତ ବର୍ଷ ନିତ୍ୟାନନ୍ଦ ମଧ୍ୟ ବିଲରେ ଧାନ ଚାଷ କରିଥିଲେ! ଗତକାଲି ବେଉଷଣ ପରେ ସେ ବିଲରେ ଔଷଧ ପକାଇବା ପାଇଁ ଯାଇ ଦେଖନ୍ତିତ ବିଲରେ ଟୋପାଏ ପିଣି ନଥିଲା! ଫଳରେ ସେ ମର୍ମାହତ ହେବାସହ ମାନଶୀକ ଭାରସାମ୍ୟ ହରାଇ ବିଲରେ ପକାଇବାକୁ ନେଇଥିବା ବିଷ ଔଷଧ ପିଇ ଦେଇଥିଲେ! ପରେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଅବସ୍ତା ଜଟିଳ ହେବାରୁ ତାଙ୍କୁ କଟଖ ସ୍ଥାନାନ୍ତର କରାଯାଇଥିଲା! ହେଲେ ସେଠାରେ ତାଙ୍କର ଆଜି ସନ୍ଧ୍ୟାରେ ମୃତ୍ୟୁ ଘଟିଥିବା ଜଣାପଡିଛି ! ଏହି ଦୁଖଦ ଘଟଣା ପ୍ରଚାର ହେବାପରେ ସମଗ୍ର ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି! କେବଳ ବlଜବାଟୀ ନୁହେଁ ଆରୁହା, ରାହାଡ଼ପୁର, ବରଡ଼ା, ଲୁଣିବର,ବାରମlଣ, କୁସୁନପୁର, ବିଛାଖଣ୍ଡି ଓ ବାଘୁଆ ପଥର ଖଣି ନିକଟରେ ଏପରି ସଙ୍ଗିନ ସ୍ଥିତି ଦେଖାଦେଇଛି! ଚାଷୀ ମନଙ୍କ ଶତାଧିକ ହେକ୍ଟର ଚାଷ ଜମିର ଉର୍ବରତା ନଷ୍ଟ ହେଉଥିବା ବେଳେ ଅନେକ ଜମି ଜଳ ବିନା ପଡିଆ ପଡୁଛି! ରାହାଡ଼ପୁର ପାହାଡ଼ରେ କଳାପଥର ଖନନ ଲାଗି ଡ୍ରିଲିଂ ଓ ବ୍ଲାଷ୍ଟିଙ୍ଗ ଦ୍ୱାରା ପାହାଡ଼ ପାଦଦେଶରେ ଥିବା ପାଇକରାପୁର ମାଇନର ଏରିଗେସନ ଡ୍ୟାମ କ୍ଷତିଗ୍ରସ୍ତ ହେଉଥିବା ଓ ଚାଷ ଜମିର ଉର୍ବରତା ନଷ୍ଟ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାହାର ପ୍ରତିକାର ହୋଇ ପାରୁନାହିଁ! ଏହି ଘଠଣାକୁ ନେଇ ନିତ୍ୟାନନ୍ଦଙ୍କ ଆତ୍ମହତ୍ୟା ପରେ ଏବେ ସମସ୍ତ ପଥରଖଣି ଅଞ୍ଚଳରେ ଚାଷୀମାନଙ୍କ ମନରେ ଉଗ୍ରତାଭାବ ଯାଗରିତ ହୋଇଛି!

Leave A Reply