Odisha news

ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ମରଣଯନ୍ତା : ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ଦାବିରେ ଆନ୍ଦୋଳନ ଡାକରା

0

ଚଣ୍ଡିଖୋଲ,(ସବ୍ୟୁ) ପାରାଦୀପ ଠାରୁ ଗୁଜୁରାଟର ହାଜିରା ପର୍ଯ୍ୟନ୍ତ ଲମ୍ବିଥିବା ୫୩ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତାର ପ୍ରସସ୍ତି କରଣ କାର୍ଯ୍ୟ କରୁଥିବା ଏମଏସଆଇଏଲ ଠିକା କମ୍ପାନୀର ମନମାନୀ ଓ ବେନିୟମ କାମଯୋଗୁ ଏବେ ଲକ୍ଷ ଲକ୍ଷ ଲୋକ ଅତ୍ୟନ୍ତ ଦୁର୍ଦ୍ଦଶା ଭୋଗୁଛନ୍ତି! ଏକ ସମୟରେ ଏହି ରାସ୍ତାର ଚଣ୍ଡିଖୋଲ-ଡୁବୁରୀ,ଡୁବୁରୀ-କାମାକ୍ଷାନଗର ଓ କାମାକ୍ଷାନଗର ଠାରୁ ତାଳଚେର ପର୍ଯ୍ୟନ୍ତ ନିର୍ମାଣକାମ ଆରମ୍ଭ ହୋଇଥିଲା! ଗୋଟିଏ ଦିନରେ କେନ୍ଦ୍ର ରାଜମାର୍ଗ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହାର ଶିଳାନ୍ୟାସ କରିଥିଲେ! ଇତିମଧ୍ୟରେ ଗତ ଏକବର୍ଷ ହେବ ଡୁବୁରୀ କାମାକ୍ଷାନଗର ଓ କାମାକ୍ଷାନଗର ତାଳଚେର ଅଶର ନିର୍ମାଣକାମ ଶେଷହୋଇ ତାହା ସେହି କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ଦ୍ୱାରା ଲୋକାର୍ପଣ ହୋଇ ସାରିଥିଲା ବେଳେ ଏହି ରାସ୍ତାର ଚଣ୍ଡିଖୋଲ ଡୁବୁରୀ ଅଶର କାର୍ଯ୍ୟ ଅଧାପାନ୍ତରା ହୋଇ ପଡିରହିଛି! ଠିକା କମ୍ପାନୀର ବେଆଇନ ନିର୍ମାଣ କାର୍ଯ୍ୟ ସାଙ୍ଗକୁ ମରାମତି ଓ ରକ୍ଷଣାବେକ୍ଷ ହେଉନଥିବାରୁ ରୁଣାରାସ୍ତା ସହ ନିର୍ମାଣାଧୀନ ନୂଆରାସ୍ତାର ଅବସ୍ତା ଏବେ ଅତି ଶୋଚନୀୟ ହୋଇପଡିଛି! ରାସ୍ତାର ଏହି ଅଶର ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକଳଣ ପକ୍ଷରୁ ସ୍ଥିରିକୃତ ସମୟ ଅବଧି ଦେଢବର୍ଷ ତଳୁ ଶେଷ ହୋଇ ଯାଇଥିଲେ ମଧ୍ୟ ଠିକାଦାରଙ୍କ ଉପରେ କତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ଆହୁରୀ ସମୟ ଦେଇଥିବା ଜଣାପଡିଛି! ଉକ୍ତ ଠିକା କମ୍ପାନୀ ନିର୍ମାଣ କାମରେ ଯାବତୀୟ ବେଆଇନ ପନ୍ଥା ଉପଯୋଗ କରିବା ଓ କାମନକରି ଚଞ୍ଚକତା ପୁର୍ଣ୍ଣ ଭାବେ ଜାତୀୟ ରାଜପଥ ପ୍ରାଧିକରଣ ଢେଙ୍କାନାଳ ସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଯରୀଆରେ ଧାର୍ଯ୍ୟ କାମଠାରୁ ବହୁକୋଟି ଟଙ୍କା ଅଧିକ ବିଲକରି ନେବାପରି ଅତି ଗହୀର୍ତକାର୍ଯ୍ୟ କରିଥିବା ଧରାପଡିବା ପରେ ସମଗ୍ର ମନ୍ତ୍ରଣାଳୟରେ ଆଲୋଡନ ସୃଷ୍ଟି କରିଛି! ଏହି ଘଠଣାର ଉଚସ୍ତରୀୟ ତଦନ୍ତ କରାଯାଇ ଇତିମଧ୍ୟରେ ଡେଙ୍କାନାଳ ପିଡିଙ୍କ ସହ ୧୦ ଜଣରୁ ଉର୍ଦ୍ଧ୍ବ ଉଚ୍ଚ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି! ଏଥିସହ ଏହି ରାସ୍ତାର ନିର୍ମାଣ କାମର ତଦାରଖ ଦାୟିତ୍ୱରେ ଥିବା ସନସ୍ଥାକୁ ମଧ୍ୟ ଜାତୀୟ ରାଜପଥ କତ୍ତୃପଖ୍ୟ ବରଖାସ୍ତ କରିଛନ୍ତି! ଏତେସବୁ କାଣ୍ଡପରେ ବି ଠିକା କମ୍ପାନୀ ଏମଏସଆଇଏଲର ନିର୍ମାଣ କାମରେ ସ୍ୱଛତା ବା ଅଗ୍ରଗତି ଆସିନାହିଁ! ଯାହାକୁନେଇ ଏବେ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି! ରାସ୍ତାର ଏପରି ଦୁରବସ୍ତା ଯୋଗୁଁ ଦୈନିକ ଏକାଧିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି! ରାସ୍ତାର ନିର୍ମାଣ କାମକୁ ଯାଥାଶିଘ୍ର ଶେଷ କରିବା ପାଇଁ ଇତିମଧ୍ୟରେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ୪ଥର ଜାତୀୟ ରାଜପଥ କତୃପଖ୍ୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲା ବେଳେ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ,ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରମୁଖଙ୍କୁ ଚିଠିଲେଖି ଅବଗତ କରିଛନ୍ତି! ହେଲେ ଅଦ୍ୟାବଧି ଉକ୍ତ ରାସ୍ତାର ନିର୍ମାଣ କାମରେ କୌଣସି ଅଗ୍ରଗତି ଘଟିନାହିଁ କି ଅଦ୍ୟାବଧି ବ୍ରାହ୍ମଣୀ ନଦୀରେ ନୂଆ ସେତୁ କାମ ଆରମ୍ଭ ହୋଇନାହିଁ! ବିଭାଗୀୟ ସ୍ଥାଣୁତା ଓ ରାସ୍ତା ନିର୍ମାଣରେ ନିୟୋଜିତ ଠିକା କମ୍ପାନୀର ମନମାନୀ ପ୍ରତିବାଦରେ ଏବଂ ଯଥାଶୀଘ୍ର ଏହି ରାସ୍ତାର ନିର୍ମାଣ କାମ ଶେଷ କରିବା ଦାବିରେ ଆସନ୍ତା ମାସର ପ୍ରଥମ ସପ୍ତାହରୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯିବା ପାଇଁ ଚେତାବନୀ ଦିଆଯାଇଛି! ଏ ସମ୍ପର୍କରେ ସଚେତନ ନାଗରିକ ମଞ୍ଚ ଆବାହକ ସରୋଜକାନ୍ତ ବେହେରା ପ୍ରେସ ବିବୃତିରେ ଆନ୍ଦୋଳନ ପାଇଁ ସୂଚନା ଦେବା ସହ ଆନ୍ଦୋଳନକୁ ସଫଳ କରିବା ପାଇଁ ଯାଜପୁର ଜିଲ୍ଲାର ସମସ୍ତ ବିଧାୟକ,ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଓ ସ୍ଥାନୀୟ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି!

Leave A Reply