Odisha news

ଜାତୀୟ ରାଜପଥରେ ପୁଣି ମାତିଲେ ଲୁଟେରା : କଳା ପଲସରେ ଆସି ପେଟ୍ରୋଲ ଟାଙ୍କି ମ୍ୟାନେଜରଙ୍କ ଠାରୁ ଲୁଟିନେଲେ ୫ଲକ୍ଷ ୧୪ ହଜାର

0
ଚଣ୍ଡିଖୋଲ,୧୧/୯ : ଯାଜପୁର ଜିଲ୍ଲାର ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥରେ ଏବେ ପୁଣି କଳା ପଲସରଧାରୀ ଲୁଟେରାଙ୍କ ଆତଙ୍କରାଜ ଆରମ୍ଭ ହୋଇଛି!ସୋମବାର ଦିନ ପ୍ରାୟ ୧୧ଟା ୨୦ମିନିଟ ସମୟରେ ଏକ ପେଟ୍ରୋଲ ଟାଙ୍କିର ଦୁଇଜଣ କର୍ମଚାରୀଙ୍କୁ ଆକ୍ରମଣକରି ସେମାନଙ୍କ ଠାରୁ ୫ ଲକ୍ଷ ୧୪ ହଜାର ୪୬୦ ଟଙ୍କା ଲୁଟି ନେଇଛନ୍ତି! ପ୍ରାପ୍ତ ସୂଚନା ଅନୁଯାଇ ଜେନାପୁର ଥାନା ନୂଆବରଡା ଠାରେ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ୟୁପି ଫିଲଙ୍ଗ ଷ୍ଟେସନ (ପେଟ୍ରୋଲ ଟାଙ୍କି)ର ମ୍ୟାନେଜରଶୁଶାନ୍ତ ପାତ୍ର ଓ କର୍ମଚାରୀ ଉଦୟଭାନୁ ସାହୁ ଟାଙ୍କିରୁ ୫ଲକ୍ଷ ୧୪ ହଜାର ୪୬୦ ଟଙ୍କା ଧରି କବାଟବନ୍ଧ ଷ୍ଟେଟବ୍ୟାଙ୍କ ଶାଖାରେ ଡିପୋଜିଟ ପାଇଁ ଯାଉଥିଲେ! ସେମାନେ ଏକ ମୋଟର ସାଇକଲ ଡିକିଭିତରେ ଟଙ୍କାବ୍ୟାଗ ରଖି ରାସ୍ତାରେ ଯାଉଥିଲାବେଳେ ବ୍ୟାଙ୍କରେ ପହଞ୍ଚିବା ପୂର୍ବରୁ ଜାତୀୟ ରାଜପଥର ଦଳଗାଛକ ନିକଟରେ ପୂର୍ବରୁ ଜଗିରହିଥିବା ୩ ଜଣ ଲୁଟେରା ସେମାନଙ୍କୁ ହଠାତ ଆକ୍ରମଣ କରି ମୋଟର ସାଇକେଲ ଡିକି ଭିତରୁ ଟଙ୍କାବ୍ୟାଗ ଲୁଟି ନେଇଥିବା ଜଣାପଡିଛି!ଏକ କଳା ରଙ୍ଗର ପଲସରରେ ଏହି ତିନିଜଣ ଲୁଟେରା ଦୀର୍ଘ ଏକଘଣ୍ଟା ପୂର୍ବରୁ ଘଟଣା ସ୍ଥଳରେ ଜଗିରହିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି! ଏହି ତିନି ଲୁଟେରାଙ୍କ ମଧ୍ୟରୁ ଜଣେ ହେଲମେଣ୍ଟ ପିନ୍ଧିଥିଲା ବେଳେ ଅନ୍ୟ ଦୁଇଜଣ ବିନା ହେଲମେଣ୍ଟରେ ଥିଲେ! ପେଟ୍ରୋଲ ଟାଙ୍କିର ଦୁଇ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା କ୍ଷଣି ଲୁଟେରା ମାନେ ପଲସରକୁ ସେମାନଙ୍କ ମୋଟର ସାଇକେଲ ଆଗରେ ଆଡ ପକାଇ ପଥରୋଧ କରିଥିଲେ! ଜଣେ ଲୁଟେରା ହଠାତ ପେଟ୍ରୋଲ ଟିଙ୍କି ମ୍ୟାନେଜରଙ୍କୁ ଆକ୍ରମଣକରି ତାଙ୍କ ବେକରେ ଭୁଜାଲି ଲଗାଇ ଦେଇଥିଲେ ଓ ଅନ୍ୟଜଣକୁ ପାଣିଖାତ ମଧ୍ୟକୁ ଠେଲିଦେଥିଲେ!ପରେ ମୋଟର ସାଇକେଲ ତଳେ ପଡିଯିବାରୁ ଡିକିଖୋଲି ଟଙ୍କାବ୍ୟାଗ ଧରି ଲୁଟେରାମାନେ ଜାତୀୟ ରାଜପଥ ଦେଇ ଡୁବୁରୀ ଦିଗକୁ ପଳାଇ ଯାଇଥିଲେ! ତେବେ ଏହି ଲୁଟେରାଙ୍କ ମଧ୍ୟରେ ହେଲମେଣ୍ଟ ପିନ୍ଧିଥିବା ଜଣକ ସ୍ଥାନୀୟ ଅଞ୍ଚଳର ଓ ତାକୁ ପେଟ୍ରୋଲ ଟାଙ୍କି କର୍ମଚାରୀ ମାନେ ଚିହ୍ନି ଥିବାରୁ ସେ ନିଜକୁ ଲୁଚାଇବା ପାଇଁ ଜାଣିସୁଣି ହେଲମେଣ୍ଟ ପିନ୍ଧିଥାଇ ପାରନ୍ତି ବୋଲି ସନ୍ଦେହ ହୋଇଛି! ତେବେ ଲୁଟେରାମାନେ ବ୍ୟବହାର କରିଥିବା କଳା ପଲସରରେ ନମ୍ବର ଲେଖାଯାଇ ନଥିବା ଜଣାପଡିଛି! ଲୁଟେରାମାନେ ଦୀର୍ଘ ସମୟଧରି ଘଟଣା ସ୍ଥଳରେ ଲୁଟ ପାଇଁ ଅପେକ୍ଷା କରିଥିବାରୁ ତାଙ୍କୁ ଟଙ୍କାବ୍ୟାଗ ଧରି ଯାଉଥିବା ଟାଙ୍କି କର୍ମଚାରୀଙ୍କ ଗତିବିଧି ଉପରେ କେହିଜଣେ ଲୁଟେରାଙ୍କୁ ସବିଶେଷ ତଥ୍ୟ ଦଉଥିବା ମଧ୍ୟ ସନ୍ଦେହ ହୋଇଛି! ଖବରପାଇ ଜେନାପୁର ଥାନା ପୋଲିସ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ ସହାୟତାରେ ଛାନଭିନ ଆରମ୍ଭ କରିଛି! ପେଟ୍ରୋଲ ଟାଙ୍କିର ଉକ୍ତ ଦୁଇ କର୍ମଚାରୀଙ୍କୁ ଥାନାକୁ ନେଇ ସମଗ୍ର ଘଟଣାକ୍ରମ ସମ୍ପର୍କରେ ପଚରା ଉଚରା ଚଳାଇଛି! ହେଲେ ସନ୍ଧ୍ୟା ସୁଧା ଲୁଟେରାଙ୍କ ସମ୍ପର୍କରେ ପୋଲିସ କୌଣସି ସୂରାକ ପାଇନଥିବା ଜଣାପଡିଛି ! କିଛିଦିନ ବ୍ୟବଧାନ ପରେ ଜାତୀୟ ରାଜପଥରେ ଏବେ ପୁଣି କଳା ପଲସରଧାରୀ ଲୁଟେରାଙ୍କ ଲୁଟପାଟ ଆରମ୍ଭ ହୋଇଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି!

Leave A Reply