Odisha news

ଛତିଆରେ ୧୭ତମ ରାଜ୍ଯ ସୋତକାନ କରାଟେ ଚାମ୍ପିଅନସିପ୍ : ହିମାଦ୍ରୀ ତନୟା ଚମ୍ପିୟାନ

0
ଚଣ୍ଡିଖୋଲ/ଛତିଆ,୨୧/୦୮ :  ଯାଜପୁର ଜିଲ୍ଲାର ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ଇଣ୍ଡୋର୍ ହଲ୍ ପରିସରରେ ଓଡିଶା ରାଜ୍ଯ ସୋତକାନ୍ କରାଟେ ଆସୋସିଏସନ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ୧୭ତମ ରାଜ୍ଯ ସ୍ତରୀୟ ସୋତକାନ୍ କରାଟେ ଚାମ୍ପିଅନସିପ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି! ଏହି ପରିପ୍ରେକ୍ଷୀରେ ରାଜ୍ୟର କୋଡ଼ିଏଟି ଜିଲ୍ଲାରୁ ବିଭିନ୍ନ ବର୍ଗର ୪୦୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇ ନିଜର କରାଟେ କୌଶଳ ପ୍ରଦର୍ଶନ କରିଥିଲେ!ଏହି କରାଟେ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନେ ଜାତୀୟସ୍ତରରେ ଆୟୋଜିତ ହେଉଥିବା କରାଟେ ପ୍ରତିଯୋଗିତାରେ ଭାଗନେବେ! ରାଜ୍ଯ କ୍ରିଡା ଓ ଯୁବ ବ୍ୟାପାର ବିଭାଗ ଦ୍ବାରା ଅନୁବନ୍ଧିତ ସାତକାନ କରାଟେ ଆସୋସିଏସନ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା! ପ୍ରତିଯୋଗିତାରେ ଚଣ୍ଡିଖୋଲ ଡି ୟୁ ପବ୍ଲିକ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ହିମାଦ୍ରୀତନୟା ନାୟକ କାତା ବର୍ଗରେ ପ୍ରଥମ ଓ ଫାଇଟ ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ଚାମ୍ପିୟାନ ହୋଇଥିଲେ!ଆୟୋଜିତ ଉଦଯାପନୀ ଉତ୍ସବରେ ଛତିଆ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି ଏବଂ ଓସିଏଲ ଡାଲମିଆ ସିମେଣ୍ଟର ପ୍ରକଳ୍ପ ମୂଖ୍ଯ ଭବେଶ ଉଆଲା,ଲିନା ଉଆଲା ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ମେଡାଲ ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ! ଏହି ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ ଚାମ୍ପିୟାନ ହୋଇଥିବା ହୀମାଦ୍ରୀ ତନୟା ହେଉଛନ୍ତି ଯାଜପୁର ଜିଲ୍ଲା ଗଡ଼ମଧୁପୁର ପଞ୍ଚାୟତ ଭୂବନପୁର ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ମାନସ ନାୟକଙ୍କ ଜ୍ୟେଷ୍ଠ କନ୍ଯା ! ସେ ଏଥି ପୂର୍ବରୁ ରାଜ୍ଯ ଓ ଆନ୍ତର୍ଜାତିକ ସ୍ଥରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ମେଡାଲ ପାଇଛନ୍ତି! ଆଗକୁ ଜାତୀୟ ସ୍ତରରେ ଅଂଶଗ୍ରହଣ କରି ରାଜ୍ଯର ଗୌରବ ଆଣିବା ପାଇଁ ଲକ୍ଷ୍ଯ ରଖିଥିବା ସେ କହିଛନ୍ତି ! ପ୍ରଥମକରି ଛତିଆ ଠାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି!
Nalco

Leave A Reply