Odisha news

ଜଙ୍ଗଲ ଜମିରେ ବେଆଇନ ପଥର ଖନନ ବେଳେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ଜେନାପୁର ଥାନା ତଥା କଟକ ବନଖଣ୍ଡର ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ ଅଧୀନ ମୌଳାଭଞ୍ଜ ବାଘୁଆ ୨ନମ୍ବର ଜଙ୍ଗଲ କିସମ ପାହାଡ଼ରୁ ବେଆଇନ ପଥର ଖନନ ବେଳେ ଶନିବାର ଦିନ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି! ତେବେ ଏପରି ବେଆଇନ କାମ ଓ ପଥର ଚୋରିରୁ ଖସିଯିବା ପାଇଁ ମାଫିଆମାନେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭୟଭିତ ଓ ପ୍ରଲୋଭିତ କରି ଘଟଣାକୁ ଭିନ୍ନରୁପ ଦେବାପାଇଁ ଯୋଜନା କରିଥିବା ଆଲୋଚନା ହେଉଛି! ମୃତ ବ୍ୟକ୍ତି ଜଣକ ହେଲେ ଏହି ଥାନା ଅନ୍ତର୍ଗତ ମୁକୁନ୍ଦ ପୁର ଗ୍ରାମର ସନାତନ ଦଳାଇ (୫୫ବର୍ଷ) ବୋଲି ଜଣା ପଡିଛି! ସୂଚନା ମୁତାବକ ଦୈନଦିନ ପରି ସନାତନ ଏହି ବେଆଇନ ପାହାଡରେ ଆଜି କାମକରିବାକୁ ଯାଇଥିଲେ! ସ୍ଥାନୀୟ ଶ୍ୟାମସୁନ୍ଦରପୁର ଗ୍ରାମର ଜଣେ ପଥର ଚୋରଙ୍କ ବେଆଇନ ଖଣିରେ କାମ କରୁଥିଲା ବେଳେ ପାହାଡ ଉପରୁ ତଳକୁ ଖସିପଡି ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି! ହେଲେ ସେ ଛେଳି ଚରାଉଥିଲା ବେଳେ ଖସିପଡି ମୃତ୍ୟୁ ବରଣ କରିଥିବା ଚିତ୍ରଣ କରାଯାଇ ତାଙ୍କ ପରିବାର ଲୋକଙ୍କ ଦ୍ୱାରା ପୋଲିସକୁ ଅବଗତ କରାଯାଇଛି!! ଘଟଣା ପରେ ମୃତକଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି! ଏଥିନେଇ ନିରପେକ୍ଷ ତଦନ୍ତ ସହ ପଥର ଚୋରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଯାଜପୁର ଏସପି ଓ ଜଙ୍ଗଲ ବିଭାଗ ଉଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି! ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି!

Leave A Reply