Odisha news

ବଡ଼ଚଣା ବିଜେପି ପକ୍ଷରୁ କ୍ରାନ୍ତି ଦିବସରେ ମୋଟର ସାଇକେଲ ଶୋଭାଯାତ୍ରା

0
ଚଣ୍ଡିଖୋଲ, ୯/୮ : କ୍ରାନ୍ତି ଦିବସ ଅବସରରେ ବଡଚଣା ଭାଜପା ପକ୍ଷରୁ ଅମର ନାୟକଙ୍କ ନେତୃତ୍ୱରେ ଏକ ମଟରସାଇକେଲ ଶୋଭାଯାତ୍ରାର ଆୟୋଜନ ହୋଇଥିଲା! ବଡ଼ଚଣା ବ୍ଲକର ୪୩ଟି ପଞ୍ଚାୟତରେ ଚାଲିଥିବା ଦୁର୍ନୀତି ,ଭ୍ରଷ୍ଟାଚାର, ଓ ପ୍ରିୟାପ୍ରୀତି ତୋଷଣ ପ୍ରତିବାଦରେ ଜନମତ ସୃଷ୍ଟି ପାଇଁ ଏଥିରେ ଆହ୍ୱାନ ଦିଆଯାଇଥିଲା! ବ୍ୟାପକ ଭାବରେ ହେଉଥିବା ଅଭିଯୋଗରେ  ବଡ଼ଚଣା ବିଜେପି ପକ୍ଷରୁ ଏହି କ୍ରାନ୍ତି ଶୋଭାଯାତ୍ରାର ଆଭିମୁଖ୍ଯ ରହିଥିଲା। ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ମହାବିନାୟକ ପିଠରୁ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବାଲିଚନ୍ଦ୍ରପୁର ଠାରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା! ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,ରାଜ୍ଯ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଶତପଥି,ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ,ଯୁବ ମୋର୍ଚ୍ଚା ରାଜ୍ଯ ସଭାପତି ଅଭିଳାଷ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦିକା ଦେବଜାନି ପ୍ରଧାନ,ସଂପାଦକ ପ୍ରମୋଦ କୁମାର ଜେନା,ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମ ନାୟକ ପ୍ରମୁଖ ଯୋଗଦେଇଥିଲେ! ଆୟୋଜିତ ପଥପ୍ରାନ୍ତ ସଭାରେ କେନ୍ଦ୍ର ସରକାରଙ୍କ ଜନହିତକର ଯୋଯନାର ରୁପରେଖ ବଦଳାଇ ରାଜ୍ଯ ସରକାର ବାହାବା ନେଉଛନ୍ତି ଓ ସାଧାରଣ ଲୋକ ଏବଂ ଗରିବ କଲ୍ୟାଣ ଯୋଯନାକୁ ଦଳୀୟ ଭିତ୍ତିରେ ବଣ୍ଟନ କରି ଯୋଗ୍ଯ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି ବୋଲି ରାଜ୍ଯ ସଭାପତି ଶ୍ରୀ ସାମଲ ଅଭିଯୋଗ କରିଥିଲେ
Har Ghar Tiranga

Leave A Reply