ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ବ୍ଳକର ବର୍ଷିଆନ ସମାଜସେବୀ ପ୍ରକୃତି ମିତ୍ର ସମ୍ମାନରେ ନମ୍ମାନିତ ବରେଣ୍ୟ ବ୍ୟକ୍ତିତ୍ୱ ବସନ୍ତକୁମାର ନାୟକଙ୍କ ଏକଦଶାହ ଉପଲକ୍ଷେ ଏକ ସ୍ମୁତିଚାଳଣ ସଭା ତାଙ୍କ ନିଜ ଜନ୍ମସ୍ଥାନ ବିଦ୍ୟାଧରପୁର ସ୍ଥିତ ଶ୍ୟାମସୁନ୍ଦର ଜୀୟୁ ପୀଠରେ ଗୁରୁବାର ଦିନ ଆୟୋଜିତ ହୋଇଥିଲା! ସ୍ତମ୍ଭକାର ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୁତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଦିବଙ୍ଗତ ବସନ୍ତ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ଉକ୍ତ ସ୍ମୃତି ସଭାରେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା, ବିଧାୟକ ଅମର ପ୍ରସାଦ ଶତପଥୀ,ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ଜାତୀନ୍ଦ୍ର ନାୟକ,ବଡଚଣା ଆତ୍ମାର ଅଧ୍ୟକ୍ଷ ନିରଞ୍ଜନ ସେନାପତି, ପ୍ରଫେସର ପ୍ରମୋଦକୁମାର ସାମଲ, ପ୍ରଧ୍ୟାପକ ଜତୀନ୍ଦ୍ର ରାଉତ, ପ୍ରଧ୍ୟାପକ ବସନ୍ତକୁମାର ନାୟକ, ପ୍ରଫେସର ଦୟାନିଧି ପାଳ,ସ୍ଵାଧୀନ କେତନ ନାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ନିର୍ମଳ ମିଶ୍ର, ଗଙ୍ଗାଧର ନାୟକ, ଶ୍ରୀକାନ୍ତ ପାଳ, ଚୌଧୁରୀ ଜ୍ଞାନରଞ୍ଜନ,ଚଣ୍ଡିଖୋଲ ବାର ସମ୍ପାଦକ ପ୍ରକାଶ ଦାଶ, ରମାକାନ୍ତ ରାଉତ,ଆଇନଜୀବୀ ଉଦୟନାଥ ସାହୁ,ବ୍ରହ୍ମତ୍ରୀ ସାମଲ,ସରପଞ୍ଚ ଅକ୍ଷୟ ରାଉତରାୟ,ଆଶିଷ ରଞ୍ଜନ ଚୌଧୁରୀ,ଦୀପକ ମିଶ୍ର ପ୍ରମୂଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ!ଏହି ଅବସରରେ ସାହିତ୍ୟିକ ମୃତ୍ୟୁଞ୍ଜୟ ସାମଲଙ୍କ ସମ୍ପାଦନାରେ ସ୍ବର୍ଗତ ବସନ୍ତକୁମାର ନାୟକଙ୍କ ସ୍ମୃତି ସମ୍ବଳିତ *ବସନ୍ତାୟନ* ସ୍ମରଣୀକାକୁ ବିଧାୟକ ଅମରପ୍ରସାଦ ଶତପଥୀ ଓ ବିଧାୟକ ପ୍ରତାପ ଜେନା ଉନ୍ମୋଚନ କରିଥିଲେ!ସ୍ୱର୍ଗତ ବସନ୍ତ ବାବୁଙ୍କ ପୁତ୍ର ବରିଷ୍ଠ ଆଇନଜୀବୀ ସ୍ୱାଧୀନକୁମାର ନାୟକ ଇତ୍ୟବସରରେ ସମସ୍ତ ଅତିଥି ମାନଙ୍କୁ କୃତଜ୍ଞତା ଜଣାଇଥିଲେ!