ଚଣ୍ଡିଖୋଲ :-ଗତ ଶୁକ୍ରବାର ଠାରୁ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା ହେବା ପରେ ଯାଜପୁର ଜିଲାପାଳ ରଜଂନ କୁମାର ଦାସ ଓ ଏସ.ପି ଚରଣ ସିଂ ମୀନା ଚଣ୍ଡିଖୋଲରେ ଘନ ଘନ ଚଢାଉ ଅବ୍ୟାହତ ରଖିଛନ୍ତି । ଏହି ୪ ଦିନ ମଧ୍ୟରେ ଜିଲାପାଳ ୨ଥର ଓ ଏସ.ପି ୨ଥର ଚଣ୍ଡିଖୋଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ନିୟମ ଭଙ୍ଗ କରୁଥିବା ଶତାଧିକ ଗାଡ଼ି ମଟର ଓ ମୋଟର ସାଇକେଲକୁ ଅଟକ ରଖି ଜୋରି ମାନା ଆଦାୟ କରିଛନ୍ତି ।
ସୋମବାର ଦିନ ସ୍ଥିତି ପରଖିବାକୁ ସକାଳେ ଯାଜପୁର ଜି୍ଲଲାପାଳ ରଞ୍ଜନ କୁମାର ଦାସ ଚଣ୍ଡିଖୋଲ ଛକରେ ପହଂଚିଥିଲେ । ବିଶେଷ କରି ବିନା କାରଣରେ ବାଇକ ଧରି ଛକରେ ବୁଲୁଥିବା ଯୁବକ ଓ ବିନା ମାକ୍ସରେ ବୁଲୁଥିବା ଅମାନିଆଙ୍କ ଉପରେ ପୋଲିସ ପକ୍ଷରୁ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେ ସଂପର୍କରେ ଚଣ୍ଡିଖୋଲ ଛକରେ ବୁଲି ତନଖି କରିଥିଲେ । ପରିବା ବଜାରକୁ ଯାଇ ଦୋକାନୀ ଓ ଗ୍ରାହକ ।ମନେ ସମଦୂରତା ନିୟମ ଓ ମାକ୍ସ ପିନ୍ଧିବା ନିୟମକୁ ମାନୁଛନ୍ତି ନାଁ ନାହିଁ ତାହା ମଧ୍ୟ ବୁଲି ପରଖିଥିଲେ । କିଛି ଅମାନିଆ ବାଇକ ଚାଳକ ମାନଙ୍କୁ ଅକାରଣରେ ବୁଲୁଥରବାରୁ ଜିଲ୍ଲାପାଳ ସେମାନଙ୍କୁ ତାଗିଦ କରିଥିଲେ । ଆଗକୁ ଏହିପରି ତନଖି ଆହୁରୀ କଡାକଡି ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।
ଜିଲ୍ଲାପାଳଙ୍କ ସହିତ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତି, ବଡଚଣା ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ସୁଶୀଳ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଯେଉଁ ନିଦେ୍ର୍ଦଶନାମା ଜାରି କରିଛନ୍ତି ତାହାକୁ କଡାକଡି ଭାବେ ପାଳନ କରିବାକୁ ଓ ଗ୍ରାମଂଚଳରେ ମଧ୍ୟ ନିୟମ ଉଲଘଂନ କରୁଥରବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ଜି୍ଲ୍ଲାପାଳ ଶ୍ରୀ ଦାସ ନିଦେ୍ର୍ଦଶ ଦେଇଥିଲେ । ଚଣ୍ଡିଖୋଲ ପରେ ଜିଲାପାଳ ଶ୍ରୀ ଦାସ ଛତିଆ ଏବଂ ଚମ୍ପାପୁର ହାଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜରାଯାଇଛି । ଜିଳାପାଳଙ୍କ ଚଢାଉ ପରେ ପରେ ବଡ଼ଚଣା ଓ ଚଣ୍ଡିଖୋଲ ପୋଲିସ ପକ୍ଷରୁ ରବିବାର ଦିନ ୨୧ ହଜାର ଓ ସୋମବାର ଦିନ ୧୫ ହଜାରରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡ଼ିଛି ।