Odisha news

ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବାକୁ ଚଣ୍ଡିଖୋଲ ଆରଟିଓ ପକ୍ଷରୁ ରାତିଅଧିଆ ଚେକିଂ ଯୋରଦାର

0

ଚଣ୍ଡିଖୋଲ :  ଡ୍ରାଇଭର ମାନେ ମଦ୍ୟପାନକରି ଗାଡି ଚଳାଉଥିବାରୁ ତାହା ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇଛି! ଏବେ ଏହାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି!କମିଶନରଙ୍କ ନିର୍ଦ୍ଦେଶ ପରେ ଚଣ୍ଡିଖୋଲ ଆରଟିଓ ପକ୍ଷରୁ ମଦୁଆ ଡ୍ରାଇଭର ମାନଙ୍କୁ ସାବାଡ କରିବା ପାଇଁ ରାତିଅଧିଆ ଚଢାଉକୁ ଯୋରଦାର କରାଯାଇଛି! ଗତ ୨୩ତାରିଖ ରାତିରୁ ଆରଟିଓ ସମ୍ବିତ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରାଫିକ ଇନ୍ସପେକ୍ଟର ପ୍ରଦୀପକୁମାର ପଟ୍ଟନାୟକ, କନିଷ୍ଠ ଏମଭିଆଇ କାଜଲ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ ଚଣ୍ଡିଖୋଲ ଠାରୁ କଳିଙ୍ଗନଗର ପର୍ଯ୍ୟନ୍ତ ୫୩ ନମ୍ବର ଓ ୧୬ ନମ୍ବର ଜାତୀୟ ରାଜପଥ ସମେତ ଅନ୍ୟାନ୍ୟ ରାଜ୍ୟ ରାଜପଥ ଗୁଡିକରେ ଗାଡି ଯାଞ୍ଚକୁ କଡାକଡି କରିଛନ୍ତି! ବିଶେଷ କରି ମଦ୍ୟପାନକରି ଗାଡି ଚଳାଉଥିବା ଡ୍ରାଇଭର ମାନଙ୍କୁ ଏହି ଟିମ ଠାବ କରି ସେମାନଙ୍କୁ ଅଟକ ରଖିବାସହ ମୋଟା ଅଙ୍କର ଯୋରିମାନା ଆଦାୟ କରୁ ଥିବାରୁ ମଦୁଆ ଗାଡି ଚାଳକ ମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି!ଏପରି ରାତିଅଧିଆ ଚେକିଂ ଅବ୍ୟାହତ ଥିଲାବେଳେ ଗତ ଦୁଇରାତି ମଧ୍ୟରେ ଏହିଟିମ ୪୮ ଜଣ ମଦୁଆ ଡ୍ରାଇଭରଙ୍କୁ ଧରି ସେମାନଙ୍କ ଠାରୁ ମୋଟା ଅଙ୍କର ଯୋରିମାନା ଆଦାୟ ପାଇଁ ଚାଲାଣ କାଟିଛନ୍ତି! ଏଥିସହ ଅତ୍ୟଧିକ ମଦ୍ୟପାନକରି ଗାଡି ଚଳାଉଥିବା ୧୨ ଜଣ ଡ୍ରାଇଭରଙ୍କୁ ଗାଡିସହ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି! ଏହି ସ୍ୱତନ୍ତ୍ର ଟିମରେ ଟ୍ରାଫିକ ଇନ୍ସପେକ୍ଟର ଓ କନିଷ୍ଠ ଏମଭିଆଇଙ୍କ ସହ ଓଏମଭିଡି ଏଏସଆଇ ଅଭିରାମ ମହାରଣା ଓ ସମସ୍ତ କନଷ୍ଟେବଳମାନେ ସାମିଲ ହୋଇଛନ୍ତି! ଏହି ଚଢାଉ ଯାରି ରହିବ ବୋଲି ଚଣ୍ଡିଖୋଲ ଆରଟିଓ ପକ୍ଷରୁ ସୂଚନା ଦିଆଯାଇଛି! ମଦୁଆ ଡ୍ରାଇଭର ମାନଙ୍କ ବିରୁଦ୍ଧରେ ଏପରି ଚଢ଼ାଉକୁ ନେଇ ଗାଡିମାଲିକ ଓ ବୁଦ୍ଧିଜୀବୀ ମାନଙ୍କ  ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି!

Leave A Reply