ଚଣ୍ଡିଖୋଲ :-ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଏକ ସଙ୍ଗେ ନୂତନ ଭାବେ ଅତିରିକ୍ତ ଜିଲ୍ଲା ଜଜ୍ ୍(ଏଡିଜେ) କୋର୍ଟ ସହିତ ସ୍ୱତନ୍ତ୍ର ଭାବେ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେ.ଏମ.ଏଫ.ସି) କୋର୍ଟ ଖୋଲିବା ପାଇଁ ଓଡିଶା ହାଇକୋର୍ଟ ର ଫୁଲବେଞ୍ଚ ମଞ୍ଜୁରୀ ଦେଇଛନ୍ତି । ଗତ ୨୬ ତାରିଖ ଦିନ କାର୍ଯ୍ୟ ନିର୍ବାହୀ ମୁଖ୍ୟ ବିଚାରପତି ସୁଶୀ୍ର ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଫୁଲ୍ ବେଞ୍ଚରେ ଏହା ଅନୁମୋଦନ ଲାଭ କରିଛି । ଏହି ଦୁଇ କୋର୍ଟ ଖୋଲିବା ପାଇଁ ଆବଶ୍ୟକ ପଦବୀ ମଞ୍ଜୁରୀ ସହିତ ଅର୍ଥ ବରାଦ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଖବର ପ୍ରଚାର ହେଲା ପରେ କାର୍ଯ୍ୟରତ ଆଇନଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ଅବସରରେ ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନର ସଭାପତି ଜନ ବେହେରା ଓ ସଂପାଦକ ଉଦୟନାଥ ସାହୁଙ୍କ ସମେତ ସମସ୍ତ ଆଇନଜୀବୀ ବାର ଆସୋସିଏସନର ଯର୍ଥାଥ ଦାବୀକୁ ଗ୍ରହଣ କରି ମାନ୍ୟବର ହାଇକୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଥିବାରୁ କାର୍ଯ୍ୟ ନିର୍ବାହୀ ମୁଖ୍ୟ ବିଚାରପତି କୁମାରୀ ପଣ୍ଡାଙ୍କ ସମେତ ଯାଜପୁର ଜିଲ୍ଲା ପାଇଁ ନିଯୁକ୍ତ ପୋର୍ଟଫୋଲିଓ ଜଜ୍ ବିଶ୍ୱଜିତ ମହାନ୍ତି, ହାଇକୋର୍ଟର ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ରାଜେନ୍ଦ୍ର କୁମାର ତୋଷ ଏବଂ ଯାଜପୁର ଜିଲ୍ଲା ଓ ଦୌରାଜଜ ବିରଞ୍ଚି ନାରାୟଣ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
୨୦୧୯ ମସିହା ଡିସେମ୍ବର ମାସ ସୁଦ୍ଧା ଚଣ୍ଡିଖୋଲ ପ୍ରସ୍ତାବିତ ଏ.ଡି.ଜେ କୋର୍ଟ ନିମନ୍ତେ ୮ ଶହ ୧୭ଗୋଟି ଫୌଜଦାରୀ ଓ ଦେୱାନୀ ସହ ଜେ.ଏମ.ଏଫ.ସି କୋର୍ଟ ନିମନ୍ତେ ୧୩ ହଜାର ୨୮୯ ଗୋଟି ଫୌଜଦାରୀ ମାମଲା ବିଚାର ପାଇଁ ପଡିରହିଛି । ସେଥିପାଇଁ ଗତ ସେପ୍ଟମ୍ବର ୩୦ ତାରିଖରେ ବାର ଆସୋସିଏସନ ପକ୍ଷରୁ ଏହି ଦୁଇ କୋର୍ଟ ପ୍ରତିଷ୍ଠା ନେଇ ଏକ ପ୍ରତୀକ ଆନେ୍ଦାଳନ କରାଯିବା ସହିତ ଗତବର୍ଷ ଅକ୍ଟୋବର ୧୪ ତାରିଖରେ ଏଥିନେଇ ଏକ ସଂକଳ୍ପ ପାରିତ ହୋଇ ତାହାକୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ରାଜ୍ୟ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ବଡଚଣା ଓ ଧର୍ମଶାଳା ବିଧାୟକଙ୍କୁ ଅବଗତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୦୦୭ ମସିହା ଡିସେମ୍ବର ୬ତାରିଖରେ ଚଣ୍ଡିଖୋଲ ଠାରେ ଏକ ଜେ.ଏମ.ଏଫ.ସି କୋର୍ଟ ତଥା କନିଷ୍ଠ ଶ୍ରେଣୀ ସିଭିଲ ଜଜ କୋର୍ଟ ଖୋଲିବା ସହ ଚଣ୍ଡିଖୋଲ ରାଜ୍ୟ ବିଚାର ବିଭାଗୀୟ ମାନଚିତ୍ରରେ ସ୍ଥାନ ପାଇଥିଲା । ଏଠାରେ ଜଣେ ମାତ୍ର ବିଚାରପତି ନିଯୁକ୍ତ ହୋଇ ଅଦ୍ୟାବଧି ଦୁଇଟିଯାକ କୋର୍ଟର କାର୍ଯ୍ୟଭାର ସମ୍ଭାଳି ଆସୁଥିବାରୁ ବିଚାର ପ୍ରକି୍ରୟାରେ ବିଳମ୍ବ ପରିଲକ୍ଷିତ ହେଉଥିଲା ।
ସେହିପରି ୨୦୧୯ ମସିହା ଫେବୃୟାରୀ ୧୬ ତାରିଖରେ ଏଠାରେ ଏକ ବରିଷ୍ଠ ଶ୍ରେଣୀ ସିଭିଲ ଜଜ୍ (ସବ ଜଜ୍) କୋର୍ଟ କାର୍ଯ୍ୟାରମ୍ଭ କରିଥିଲା । ଏହି ସବଜଜ୍କୁ ମଧ୍ୟ ସହକାରୀ ଦୌରାଜଜର କ୍ଷମତା ପ୍ରଦାନ କରାଯାଇଥିଲା । ଏସବୁ ସତ୍ୱେ ଗୁରତ୍ୱପୂର୍ଣ୍ଣ ଫୌଜଦାରୀ ମମଲା ଗୁଡିକରେ ପକ୍ଷ ଓ ଆଇନଜୀବୀ ମାନଙ୍କୁ ମାମଲା ପରିଚାଳନା ପାଇଁ ଯାଜପୁର ଜିଲ୍ଲା ଅଦାଲତଙ୍କୁ ଦୌଡିବାକୁ ପଡୁଥିଲା । ତେବେ ବର୍ତମାନ ଏଥିରେ ଏଡିଜେ କୋର୍ଟ ଖୋଲିବା ନିମନ୍ତେ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଥିବାରୁ ଏହି କୋର୍ଟ ଖୋଲିଗଲେ ସେସବୁ ସମସ୍ୟାରୁ ଲୋକଙ୍କୁ ନିସ୍ତାର ମିଳିବା ସହିତ ଚଣ୍ଡିଖୋଲ ଏକ ପୂର୍ଣ୍ଣାଙ୍ଗ ନ୍ୟାୟିକ ସ୍ଥଳ ହୋଇପାରିବ ବୋଲି ଜଣାପଡ଼ିଛି ।