Odisha news

ଊଦୀୟମାନ ସବୁଜ ବାହିନୀ ପକ୍ଷରୁ ତାଳମଞ୍ଜି ରୋପଣ ଅଭିଯାନ 

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ହାଇଲେବୁଲ କେନାଲ ବନ୍ଧ ପାର୍ଶ୍ଵରେ ଉଦୀୟମାନ ସଂସ୍ଥାର ସବୁଜ ବନାନୀ ବାହିନୀ ପକ୍ଷରୁ ତାଳମଞ୍ଜି ରୋପଣ ଅଭିଯାନ ଶୁକ୍ରବାର ଦିନ ଆରମ୍ଭ ହୋଇଛି! ଜଗତପୁର – ଜେନାପୁର ହାଇଲେବୁଲ କେନାଲ ବନ୍ଧରର ଖଏରା ପୋଲ ପାଖରୁ ଧାନମଣ୍ଡଳ ବ୍ରିଜ ପର୍ଯ୍ୟନ୍ତ ପାଖାପାଖି ୫ କିଲୋ ମିଟର ରାସ୍ତାର ଉଭୟ ପାର୍ଶ୍ଵରେ ୪ ହଜାରରୁ ଉର୍ଦ୍ଧ୍ବ ତାଳ ମଞ୍ଜି ରୋପଣ କରାଯାଇଛି ! ସ୍ବେଚ୍ଛାସେବୀ ମାନେ ଶୁକ୍ରବାର ଦିନ ସକାଳୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ! ପୂର୍ବରୁ ସଂସ୍ଥା ପକ୍ଷରୁ ତାଳମଞ୍ଜି ସଂଗ୍ରହ କରାଯାଇ ମହଯୁଦ ରଖାଯାଇଥିଲା ଓ ସେହି ମଞ୍ଜିକୁ ପରେ ଖାଲି ଥିବା ପଡ଼ିଆ ,ରାସ୍ତା କଡ଼ , ପୋଖରୀ ହୁଡା ନଦୀ ଓ କେନାଲ ବନ୍ଧ ମାନଙ୍କରେ ପୋତି ଦିଆଯାଇଥିଲା! କିଛିଦିନ ପରେ ଏହିସବୁ ମଞ୍ଜିରୁ ଗଜା ବାହାରିବା ପରେ ସେହିସବୁ ଗଜା ହୋଇଥିବା ତାଳମଞ୍ଜିକୁ ନିଆଯାଇ କେନାଲ ବନ୍ଧ ପାର୍ଶ୍ଵରେ ରୋପଣ କରାଯାଇଥିଲା! ତାଳଗଛ ବଜ୍ରପାତ ରୋକିବା ପାଇଁ ବିଶେଷ ସହାୟକ ହୋଇଥିବାରୁ ତାହାକୁ ଦୃଷ୍ଟିରେ ରଖି ଉଦୀୟମାନ ସଂସ୍ଥା ପକ୍ଷରୁ ଏହି ଚାରା ରୋପଣ କରାଯାଇଥିବା କୁହାଯାଇଛି! କିଛି ବର୍ଷ ପୂର୍ବରୁ ଆମ ବାଡ଼ି , ବିଲରେ ବହୁଳଭାବେ ଏହି ଗଛ ରହିଥିଲା! ହେଲେ ତାଳଗଛକୁ ଅଶୁଭ ମନେକରି ଲୋକେ ସେହିସବୁ ଗଛକୁ କାଟି ନଷ୍ଟ କରିଦେବା ଫଳରେ ଏବେ ତାଳଗଛ ସଂଖ୍ୟା ହ୍ରାସ ପାଇଛି! ଫଳରେ ଏବେ ବଜ୍ରପାତରେ ବହୁ ଲୋକଙ୍କ ପ୍ରାଣହାନୀ ଘଟୁଥିବା ଦେଖାଯାଉଛି! ସେଥିପାଇଁ ଉଦୀୟମାନ ସବୁଜ ବାହିନୀ ସ୍ବେଚ୍ଛାସେବୀ ମାନେ ଏହି ଗଛ ଲଗାଉଥିବା ସଂସ୍ଥାର ସମ୍ପାଦକ ଅନୀଲକୁମାର ଦାସ କହିଛନ୍ତି! ସଭାପତି ଅବିନାଶ ଜେନାଙ୍କ ନେତୃତ୍ୱରେ ଚାଲିଥିବା ଏହି ତାଳଗଛ ରୋପଣ ଅଭିଯାନଳେ ସ୍ବେଚ୍ଛାସେବୀ ଆଶୁତୋଷ ମିଶ୍ର ,ସୁଜିତ କୁମାର ସିଂହ , ସାଗର ରଂଜନ ନାୟକ , ଜଗ୍ରଜିତ୍ ଜେନା , ଜମୁନା ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ!

Leave A Reply