Odisha news

ଚାଣକ୍ୟ ନୀତି : ବ୍ୟକ୍ତିର ଏହି ୪ଟି ଅଭ୍ୟାସ ଯୋଗୁଁ ସେ ସର୍ବଦା ପଡିଥାଏ ଅସୁବିଧାରେ

0

ଆଜିର ଚାଣକ୍ୟ ନୀତିରେ ବ୍ୟକ୍ତିର କିଛିଟା ଖରାପ ଅଭ୍ୟାସ ଯାହା ତାକୁ ଜୀବନ ରେ ଅସୁବିଧାର ସମୁଖୀନ କରାଇଥାଏ ତାହା ଜାଣିବା l କାହିଁକିନା ମଣିଷ ର ଖରାପ ଅଭ୍ୟାସ ତାର ଅସୁବିଧା ଏବଂ ଦୁଃଖର କାରଣ ଅଟେ l

– ଏଭଳି କିଛି ଭୁଲ ରହିଥାଏ ମଣିଷ ଜୀବନ ରେ ଯାହାକୁ ସେ ବାରମ୍ବାର ଦୋହରାଇ ଥାଏ, ଯାହାକି ତାକୁ ବାରମ୍ବାର ଅସୁବିଧାରେ ପକାଇବାର କାରଣ ଅଟେ l ଏହାଛଡା ବାର ବାର ଭୁଲ କରିବା ଦ୍ୱାରା ଏହା ବ୍ୟକ୍ତିର ପ୍ରଭାବ ହ୍ରାସ କରିବା ସହ ସମ୍ମାନ ହାନି କରିଥାଏ l

– ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ କହିଛନ୍ତି ଯେ ମଣିଷ ନିଜ ଭୁଲ ରୁ ଶିଖି ଥାଏ, ଯେଉଁ ବ୍ୟକ୍ତି କେବଳ ନିଜ ମୁହଁରେ ନିଜର ପ୍ରଶଂସା କରିଥାଏ ସେ ଅନ୍ୟ ମାନଙ୍କ ପଛରେ ରହି ଯାଇଥାଏ l ବାରମ୍ବାର ନିଜ କାମର ପ୍ରଶଂସା କରିବା ଦ୍ୱାରା ତାହାର ମହତ୍ୱ ମଧ୍ୟ କମିଯାଏ l

– ବ୍ୟକ୍ତି ସବୁବେଳେ ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖିବା ଜରୁରୀ, କାହିଁକି ନା ପରିଶ୍ରମ ର ଫଳ ସବୁବେଳେ ମିଳିଥାଏ l କାହିଁକି ନ ପରିଶ୍ରମ ରେ ଅର୍ଜିତ ଧନ ସମ୍ମାନ ଓ ଶାନ୍ତି ଦେଇଥାଏ l ତେଣୁ କଦାପି ଲୋଭରେ ପଡି କୌଣସି ଭୁଲ କରିବା ଉଚିତ ନୁହେଁ l

– ନିଜ ଭୁଲ କୁ ଯେଉଁ ବ୍ୟକ୍ତି ସ୍ୱୀକାର କରେନାହିଁ ସେ ସବୁବେଳେ ଅସୁବିଧାରେ ପଡିଥାଏ , ଚାଣକ୍ୟ ଙ୍କ ଅନୁସାରେ ବ୍ୟକ୍ତି ନିଜର ଭୁଲ ସ୍ୱୀକାର କରିବା ଜରୁରୀ l 

Leave A Reply