ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଜୀବନ କୁ ନୂତନ ଦିଗ ଦେଇଥାଏ, ଏବଂ ଗୋଟିଏ ସୁନ୍ଦର ଜୀବନ ଅତିବାହିତ କରିବାରେ ସାହାଯ୍ୟ କରିଥାଏ, ଆଜିର ଚାଣକ୍ୟ ନୀତିରେ ଏଭଳି ୩ଟି କାରଣ ଦର୍ଶା ଯାଇଛି ଯାହାକି ସ୍ୱାମୀ-ସ୍ତ୍ରୀ ଙ୍କ ସମ୍ପର୍କ କୁ ଦୁର୍ବଳ କରି ଫାଟ ସୃଷ୍ଟି କରିଥାଏ l
– ବୁଝାମଣା ର ଅଭାବ –
ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ କମ୍ୟୁନିକେସନ ର ଗ୍ୟାପ ରହିଛି କିମ୍ବା ଉଭୟ ଉଭୟ ଙ୍କ ସହିତ ଠିକ ରେ କଥାବାର୍ତା କରନ୍ତି ନାହିଁ, ତେବେ ଏହା କୌଣସି ଆଶ୍ଚର୍ଯ୍ୟ ଜନିତ ଘଟଣା ବୋଲି ଆମେ ଭାବିବା ନାହିଁ, କିନ୍ତୁ ସ୍ୱାମୀସ୍ତ୍ରୀ ଉଭୟ ଉଭୟଙ୍କ ସହିତ ବନ୍ଧୁ ଭଳି ମିଶି ଥାଆନ୍ତି ବୋଲି ଆମେ ଜାଣିଚୁ, ସ୍ୱାମୀସ୍ତ୍ରୀ ଯଦି ଉଭୟ ଉଭୟଙ୍କୁ ବୁଝି ପାରିବେ ନାହିଁ , କିମ୍ବା ସେମାନଙ୍କ ମଧ୍ୟରେ କମ୍ୟୁନିକେସନ ଦୁର୍ବଳ ରହିବ , ତେବେ କେହି କାହାରି ମନକଥା ବୁଝି ପାରିବେ ନାହିଁ ଏବଂ ଖୁବ ଶୀଘ୍ର ଅଲଗା ହୋଇଯିବେ, ଯାହାକି ସଂପର୍କ ଫାଟ ର କାରଣ l ‘
– ବାହାର ଲୋକଙ୍କ ହସ୍ତକ୍ଷେପ –
ଆମ ସମାଜ ରେ ସାଧାରଣ ଭାବରେ ପ୍ରତ୍ୟେକ ସମ୍ପର୍କ ରେ ଲୋକଙ୍କ ହସ୍ତକ୍ଷେପ କରିବାର ଆମେ ଦେଖିବାକୁ ପାଇଥାଉ, କିଛିଟା କ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ରେ ଅନ୍ୟ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ, ବିଶେଷ ଭାବରେ ଆମେ ସେମାନଙ୍କୁ ଜୀବନ କୁ ଭଲରେ ବଂଚିବା ପାଇଁ ପରାମର୍ଶ ଦେଇପାରିବା କିନ୍ତୁ ସେମାନଙ୍କ ଛୋଟ ବଡ଼ ଅନେକ କଥାରେ ସେମାନଙ୍କୁ ଡିସିସନ ନେବାକୁ ଛାଡିବା ଜରୁରୀ l ସେମାନଙ୍କୁ ନିଜ ଜୀବନ କୁ ଉପଭୋଗ କରିବାକୁ ଛାଡ଼ନ୍ତୁ l ପିତାମାତା ଙ୍କ ହସ୍ତକ୍ଷେପ ବିଲକୁଲ ଗ୍ରହଣ ଯୋଗ୍ୟ ନୁହେଁ l
– ବିଶ୍ୱାସ ର କମି –
ପ୍ରତ୍ୟେକ ସମ୍ପର୍କ ରେ ବିଶ୍ୱାସ ସବୁଠୁ ଜରୁରୀ, ସ୍ୱାମୀ-ସ୍ତ୍ରୀ ଙ୍କ ସମ୍ପର୍କ ଏହା ନିହାତି ଆବଶ୍ୟକ, ଯଦି ସ୍ୱାମୀ-ସ୍ତ୍ରୀ ଙ୍କ ସମ୍ପର୍କ ରେ ବିଶ୍ୱାସ ଶବ୍ଦ ଟି ନରୁହେ ତେବେ ଖୁବ ଶୀଘ୍ର ସମ୍ପର୍କ ଭାଙ୍ଗି ଯାଇଥାଏ, ଉଭୟ ଉଭୟଙ୍କୁ ବିଶ୍ୱାସ ଓ ଭରସା କରିବା ନିହାତି ଜରୁରୀ ଅଟେ, ଯଦି ଉଭୟ ମନଖୋଲି କଥା ହେବେ ତେବେ ଯାହା ସେମାନଙ୍କ ମନରୁ ଶଙ୍କା ଦୂର ହେବ ଓ ସମ୍ପର୍କ ନିବିଡ଼ କରିବ l