Odisha news

ଜୀବନର କଠିନ ସମୟ ରେ ଚାଣକ୍ୟଙ୍କ ଏହି ନୀତି ଶାସ୍ତ୍ର ଆପଣଙ୍କ ମନରେ ଭରିବ ସାହସ

0

ଚାଣକ୍ୟଙ୍କ ନୀତିଶାସ୍ତ୍ର ଜୀବନବଂଚିବାକୁ ସାହାଯ୍ୟ କରିଥାଏ l  ଆମେ ଅନେକ ସମୟ ରେ ଅସୁବିଧାର ସମୁଖୀନ ହୋଇ ଜୀବନ ବଂଚିବା କୁ ଚାହିଁ ନଥାଉ, କିନ୍ତୁ ଚାଣକ୍ୟଙ୍କ ଏହି ନୀତି ଆମ ଜୀବନ ରେ ସାହସ ସଂଚୟ କରି ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ l

– ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି ସବୁବେଳେ ଆମେ ପରିସ୍ଥିତିକୁ ଆକଳନ କରି ଜୀବନ ରେ ଆଗକୁ ବଢିବା ଜରୁରୀ l ସଙ୍କଟର ମୁକାବିଲା ପାଇଁ ଏହା ଗୋଟିଏ ପ୍ରଭାବଶାଳୀ ରଣନୀତି ଅଟେ l ତେଣୁ ଜୀବନରେ କୌଣସି ପଦକ୍ଷେପ ନେବା ପୂର୍ବରୁ ଆମେ ପରିସ୍ଥିତି କୁ ଜାଣିବା ନିହାତି ଜରୁରୀ l

– ଚାଣକ୍ୟ ଙ୍କ ନୀତିଶାସ୍ତ୍ର ଅନୁସାରେ ବ୍ୟକ୍ତି ଯେତେ ଜଟିଳ ପରିସ୍ଥିତି ହୋଇ ଥାଉନା କାହିଁକି ମନକୁ ଶାନ୍ତ ରଖିବା ନିହାତି ଜରୁରୀ l  କାହିଁକୀନା ଯେଉଁ ବ୍ୟକ୍ତି ସ୍ଥିର ମନର ଅଟେ, ସେ ଜୀବନରେ ବଡରୁ ବଡ଼ ଅସୁବିଧାକୁ ମଧ୍ୟ ସମୁଖୀନ କରିପାରେ l

– ଯେତେ ବଡ଼ ଅସୁବିଧା ଆସୁ ମଣିଷ ସ୍ଥିର ପ୍ରକୃତି ରଖିବା ଜରୁରୀ l କାହିଁକିନା ନମନୀୟ ବ୍ୟକ୍ତି ସମସ୍ତ ପ୍ରକୃତିର ମୁକାବିଲା କରିବା ପାଇଁ ସକ୍ଷମ ହୋଇଥାଏ l ଏବଂ ସେ ଉଚିତ ନିର୍ଣ୍ଣୟ ନେଇଥାଏ l

– ଜଟିଳ ପରିସ୍ଥିତି ରେ ଭାବ ପ୍ରବଣ ହୋଇ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ l ଭାବ ପ୍ରବଣ ମନୋଭାବ ବ୍ୟକ୍ତିକୁ ଅସୁବିଧାରେ ପକାଇପାରେ ଏବଂ ଏହା ଅନେକ ଅସୁବିଧାକୁ ମଧ୍ୟ ଟାଣି ଆଣିଥାଏ l

Leave A Reply