Odisha news

ଚାଣକ୍ୟ ନୀତି : ପରିବାରର ମୁଖିଆ ଙ୍କ ନିକଟରେ ଏହି ୫ଟି ଗୁଣ ଥିବା ଜରୁରୀ

0

ଗୋଟିଏ ପରିବାରର ମୁଖିଆ ହେଉଛନ୍ତି ପରିବାରର ମେରୁଦଣ୍ଡ, ତାଙ୍କ ବିନା ପରିବାର ଚଳିବା ଅସମ୍ଭବ l ଘରର ମୁଖିଆଙ୍କ ଭଲ ଓ ଖରାପ କର୍ମ ଏବଂ ପ୍ରକୃତିର ପ୍ରଭାବ ପରିବାର ଉପରେ ପଡିଥାଏ l  ତେଣୁ ଚାଣକ୍ୟ ନିଜ ନୀତିଶାସ୍ତ୍ର ରେ ପରିବାର ମୁଖିଆଙ୍କ ଏଭଳି କିଛି ଗୁଣକୁ ଦର୍ଶାଇ ଛନ୍ତି ଯାହାକି ପ୍ରତ୍ୟେକ ଘରର ମୁଖିଆ ଙ୍କ ନିକଟରେ ରହିବ ଜରୁରୀ l

* ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି ଯେ ଯେଭଳି ରାଜ୍ୟର ମୁଖିଆ ରାଜ୍ୟର ଉନ୍ନତି ପାଇଁ ସଠିକ ନିର୍ଣ୍ଣୟ ନେଇଥାଏ, ସେହିଭଳି ଘରର ମୁଖିଆ ମଧ୍ୟ ସଠିକ ନିର୍ଣ୍ଣୟ ନେବାର କ୍ଷମତା ରଖିଥିବା ଜରୁରୀ l ଯେଭଳି ତାଙ୍କର କୌଣସି ନିର୍ଣ୍ଣୟ ଦ୍ୱାରା ପରିବାରର କୌଣସି ସଦସ୍ୟ ଙ୍କର କିଛି କ୍ଷତି ହେବ ନାହିଁ l

* ଯଦି ପରିବାର ମଧ୍ୟରେ କୌଣସି କଳହ ସୃଷ୍ଟି ହେଉଛି ତେବେ ମୁଖିଆ ଙ୍କ କାମ ହେଲା ସବୁବେଳେ ଉଭୟ ପକ୍ଷଙ୍କ କଥା ଶୁଣି ରାୟ ଦେବା ଜରୁରୀ ଏବଂ ନିଷ୍ପତି ନେବା ଜରୁରୀ l କଦାପି ଏକ ତରଫା ହୋଇ କିଛି ଶୁଣିବା ଉଚିତ ନୁହେଁ l ଯଦି ଏକ ତରଫା ନ୍ୟାୟ କରନ୍ତି ତେବେ ପରିବାର ରେ ଫାଟ ସୃଷ୍ଟି ହୋଇଥାଏ l

* କଦାପି ଘରର ମୁଖିଆ ପରିବାର ସଦସ୍ୟ ଙ୍କ ମଧ୍ୟରେ ଭେଦଭାବ କରିବା ଉଚିତ ନୁହେଁ l ଭେଦଭାବ ଯେଉଁ ପରିବାର ରେ ହୋଇଥାଏ ସେ ପରିବାର ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ ଏବଂ ସମସ୍ତେ ଦିଗ ହରା ହୋଇଯାଇ ଥାଆନ୍ତି l

* ମୁଖିଆ ପ୍ରତ୍ୟେକ ପରିବାର ସଦସ୍ୟ ଙ୍କୁ ରୋଜଗାର ଅନୁସାରେ ଖର୍ଚ୍ଚ ନିୟନ୍ତ୍ରଣ କରିବା ପାଇଁ ଶିଖାଇବା ଜରୁରୀ l କାହିଁକି ଯେଉଁ ଘରେ ପଇସାର ମୂଲ୍ୟ ବୋଧ ର ଜ୍ଞାନ ନଥାଏ ସେହି ପରିବାର ରେ କଦାପି ସଂଚୟ ମନୋଭାବ ମଧ୍ୟ ଆସି ନଥାଏ l

* ଘରର ମୁଖିଆ ନିଜକୁ ଗୋଟିଏ ଅନୁଶାସନ ମଧ୍ୟରେ ରଖିବା ସହିତ ପ୍ରତ୍ୟେକ ସଦସ୍ୟ ଙ୍କୁ ମଧ୍ୟ ଅନୁଶାସନ ମଧ୍ୟରେ ରଖିବା ଆବଶ୍ୟକ l ଅନୁଶାସନ ବିହୀନ ଘର ର ଉନ୍ନତି କଦାପି ହୋଇ ନଥାଏ l  ଅନୁଶାସନ ବିହୀନ ଘର ମଶାଣି ସଦୃଶ ଅଟେ l

Nalco

Leave A Reply