Odisha news

ଚାଣକ୍ୟ ନୀତି : ମଣିଷର କର୍ମ ତାର ଭଲ ଓ ଖରାପ ସମୟକୁ ସ୍ଥିର କରିଥାଏ

0

ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବପ୍ନ ରହିଥାଏ ଧନଵାନ ହେବା, ଏବଂ ଜୀବନ ରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବା l ତେଣୁ ଆଜିର ଚାଣକ୍ୟ ନୀତି ରେ ଏହି ବିଷୟରେ କୁହାଯାଇଛି l ଯାହାକି ଜୀବନରେ ଆପଣଙ୍କୁ ସାହାଯ୍ୟ କରିବ l ଏବଂ ସଫଳତା ଆପଣଙ୍କ ପାଦ ଛୁଇଁବ l

* ଚାଣକ୍ୟ ନିଜ ନୀତିଶାସ୍ତ୍ର ରେ କହିଛନ୍ତି ସଫଳତା ହେବା ପାଇଁ ପ୍ରଥମ ମନ୍ତ୍ର ହେଲା ପରିଶ୍ରମ କରିବା, ଏବଂ ନିଜ କର୍ତବ୍ୟ କୁ ନିଷ୍ଠା ର ସହିତ କରିବା l ଏଭଳି ଲୋକଙ୍କ ଉପରେ ସର୍ବଦା ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏ l

* ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ବ୍ୟକ୍ତି ନିଜର ଦାୟିତ୍ୱ ଉଚିତ ସମୟରେ ସମ୍ପାଦନ କରିବା ଉଚିତ l ତାହା ପୁଣି ପରିଶ୍ରମ କରି, ଏଭଳି ଲୋକ ଙ୍କ ଉପରେ କେବଳ ମାତା ଲକ୍ଷ୍ମୀ ଙ୍କ କୃପା ରହିନଥାଏ କୁବେର ଙ୍କ କୃପା ମଧ୍ୟ ରହିଥାଏ l

* ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ରେ କୁହାଯାଇଛି ଯେ ମଣିଷ ର କର୍ମ ତାର ଭଲ ଓ ଖରାପ ସମୟ ର କାରଣ ହୋଇଥାଏ l ତେଣୁ କଦାପି ପଦ, ପଇସା କୁ ନେଇ ଅହଂକାର କରିବା ଉଚିତ ନୁହେଁ l
* ଯେଉଁ ଲୋକଙ୍କର ବାଣୀ ଓ ବ୍ୟବହାର ଠିକ ରହିଥାଏ, ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ l ଏବଂ ଏହି ଦୁଇଟି କାର୍ଯ୍ୟ ମଣିଷ ଜୀବନ ରେ ସଫଳତା ଓ ଅସଫଳତା ର କାରଣ ହୋଇଥାଏ l

* ମଣିଷ ନିଜର ଲକ୍ଷ ପ୍ରତି ଏକାଗ୍ରତା ରଖିବା ଜରୁରୀ l ଏହାଦ୍ୱାରା ବ୍ୟକ୍ତିକୁ ଶୀଘ୍ର ସଫଳତା ମିଳିଥାଏ l

Nalco

Leave A Reply