Odisha news

ଚାଣକ୍ୟ ନୀତି : ପିତା ସମାନ ହୋଇଥାଆନ୍ତି ଏହି ୩ଟି ଲୋକ, ଏମାନଙ୍କୁ କଦାପି ଅସମ୍ମାନ କରିବା ଉଚିତ ନୁହେଁ

0

ଆଚାର୍ଯ୍ୟ ଚାଣକ୍ୟ ଙ୍କ ଜୀବନରେ ମାର୍ଗ ଦର୍ଶନ କରିବାରେ ସାହାଯ୍ୟ କରିଥାଏ l ଆମ ଜିବନର ପ୍ରତ୍ୟେକ କ୍ଷେତ୍ରକୁ ସହଜ ଓ ସୁନ୍ଦର କରିଥାଏ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିଶାସ୍ତ୍ର l ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କେଉଁ ମାନେ ପୂଜନୀୟ ଓ କେଉଁ ମାନଙ୍କର ସର୍ବଦା ସମ୍ମାନ କରିବା ଜରୁରୀ ସେହି ବିଷୟରେ କହିଛନ୍ତି l

* ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ବିଦ୍ୟା ବା ଜ୍ଞାନ ର ଦାତା ଗୁରୁଙ୍କୁ କଦାପି ଅସମ୍ମାନ କରିବା ଉଚିତ ନୁହେଁ l ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିଶାସ୍ତ୍ର ଅନୁସାରେ ବିନା ଗୁରୁ ରେ ଜ୍ଞାନ ର ପରିପ୍ରକାଶ ଅସମ୍ଭବ ଅଟେ l ତେଣୁ ଗୁରୁ ଙ୍କୁ ପିତା ଙ୍କ ସ୍ଥାନରେ ରଖିବା ଜରୁରୀ l ଗୁରୁ ଙ୍କର ଯିଏ ଅସମ୍ମାନ କରିଥାଏ ତାକୁ ଜୀବନ ରେ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ l

* ଚାଣକ୍ୟ ନୀତିଶାସ୍ତ୍ରରେ ଯେଉଁ ବ୍ୟକ୍ତି ଆମ ପେଟକୁ ଦାନା ଦେଇଥାଏ ବା ଭୋଜନ ଦେଇଥାଏ ସେ ସର୍ବଦା ପୂଜ୍ୟ ଅଟେ, ତାର କଦାପି ଅସମ୍ମାନ କରିବା ଉଚିତ ନୁହେଁ l ଏଭଳି ବ୍ୟକ୍ତି କୁ ପିତା ସ୍ଥାନରେ ରଖିବା ଜରୁରୀ l ଅନ୍ନ ଦାତା ର ସର୍ବଦା ସେବା କରିବା ଉଚିତ, ଅସମାନ ନୁହେଁ l

* ଯେଉଁ ବ୍ୟକ୍ତି ଆମକୁ ଧର୍ଯ୍ୟ ଓ ସାହସ ଦେଉଛି ତାର ସମ୍ମାନ କରିବା ସବୁବେଳେ ଜରୁରୀ l କାହିଁକି ନା ଆମେ ଭୟ ମୁକ୍ତ ହେଲେ ହିଁ ଜୀବନ ରେ ଆଗକୁ ଯିବାରେ ସମ୍ଭବ ହେବ l ଯଦି ଏହି ସମସ୍ତ ବ୍ୟକ୍ତିଙ୍କର ଆପଣ ଆଜାଣତ ରେ ମଧ୍ୟ ଅପମାନ କରୁଛନ୍ତି ତେବେ ତୁରନ୍ତ କ୍ଷମା ମାଗି ନିଅନ୍ତୁ l ଏହି ବ୍ୟକ୍ତି ମାନେ ପିତା ସମାନ ହୋଇ ଥାଆନ୍ତି l

Leave A Reply