ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଜୀବନ ର ସତ୍ୟତା କୁ ଦର୍ଶାଇ ଥାଏ l ଜୀବନକୁ ସଫଳ କରିବା ପାଇଁ ଚାଣକ୍ୟ ନୀତି ଖୁବ ଉପଯୋଗୀ l ଯାହାକି ବଡ଼ବଡ଼ ବାଧା କୁ ମଧ୍ୟ ଦୂର ହୋଇଥାଏ l ଏହାଛଡା ଜିବନର ବଡ ବଡ ଆହ୍ୱାନ କୁ ଗ୍ରହଣ କରିବା ପାଇଁ ସାହାଯ୍ୟ କରିଥାଏ l
ସଫଳତା ଲାଭ ପାଇଁ ଜିବନର ମୂଳ ମନ୍ତ୍ର -:
* ଚାଣକ୍ୟ ନୀତି ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାର ଓ ଖର୍ଚ୍ଚ ର ସମସ୍ତ ହିସାବ ରଖିବା ଜରୁରୀ l ଯଦି ବ୍ୟକ୍ତି ରୋଜଗାର ଠାରୁ ଅଧିକ ଖର୍ଚ କରିଥାଏ ତେବେ ତାହା ତାକୁ ଜୀବନ ର ଘଡ଼ିସନ୍ଧି ମୁହୂର୍ତ୍ତ ଆଡକୁ ଟାଣି ନେଇ ଯାଇଥାଏ l ତେଣୁ ଧନ ର ହିସାବ ରଖିବା ଖୁବ ଜରୁରୀ ଓ ଧନ ସଂଚୟ ମଧ୍ୟ ଜରୁରୀ l
* ଚାଣକ୍ୟ ନୀତି କହୁଛି ଯେ ମଣିଷ ନିଜର ଶାରୀରିକ ଓ ବୌଦ୍ଧିକ କ୍ଷମତା କୁ ଜାଣିବା ଖୁବ ଜରୁରୀ l ତେଣୁ ସେ ଅନୁରୂପ କାର୍ଯ୍ୟ କରିବାର ସଫଳତା ହାସଲ କରିବ l ନଚେତ ଅସୁବିଧାକୁ ସାମ୍ନା କରିବ l
* ଚାଣକ୍ୟ ନୀତି ଅନୁସାରେ ମଣିଷ ନିଜର ଶୁଭ ଚିନ୍ତକ, ଓ ବିରୋଧୀ ଙ୍କୁ ଠିକ ଭାବରେ ଜାଣିବା ଜରୁରୀ l ଯେଉଁ ବ୍ୟକ୍ତି ଏହି ୨ଟି ମଧ୍ୟରେ ଅନ୍ତର ଜାଣିଦେବ ସେ ସମସ୍ତ ଖରାପ ସମୟକୁ ପାର କରିଯିବ l
* ମଣିଷ ନିଜ ପାଇଁ ସବୁବେଳେ ଠିକ ସ୍ଥାନ, ଠିକ ସମୟ ଓ ଉପଯୁକ୍ତ ବ୍ୟକ୍ତି ବାଛିବା ଆବଶ୍ୟକ l ନଚେତ ସେ ଅବାଟ କୁ ଚାଲି ଯାଇଥାଏ l
* ସଫଳତା ଲାଭ କରିବା ପାଇଁ ବ୍ୟକ୍ତିକୁ ନିଜର ବର୍ତମାନ ସ୍ଥିତି କୁ ଧ୍ୟାନ ରଖିବା ଜରୁରୀ l ଯାହା ବ୍ୟକ୍ତିକୁ ନିଜ ପରିସ୍ଥିତି ଜାଣି ନିର୍ଣୟ ନେବାରେ ସାହାଯ୍ୟ କରିଥାଏ l