ନିକଟରେ ଚକଲେଟ କୁ ନେଇ ହୋଇଥିବା ଗୋଟିଏ ଅଧ୍ୟାୟନ ରେ ୪୮ ଟି ଚକଲେଟ ଉତ୍ପାଦନ କୁ ନେଇ ଯାଞ୍ଚ ହୋଇଥିଲା l ଯେଉଁଥିରେ ୧୬ ଟି ଚକଲେଟ ରେ ଲେଡ ଓ କ୍ୟାଡି ମିୟମ ଭଳି ହାନିକାରକ ରସାୟନ ରହିଛି l ଯାହାକି ଶରୀର ପାଇଁ କ୍ଷତିକାରକ l
* ଯେଉଁ ପିଲାମାନେ ଅଧିକ ଚକଲେଟ ଖାଇ ଥାଆନ୍ତି ସେମାନଙ୍କ ଶରୀର ରେ ଲେଡ ର ମାତ୍ରା ବଢି ଯାଇଥାଏ , ଯେଉଁ କାରଣରୁ ପିଲା ମାନଙ୍କର ମସ୍ତିଷ୍କ ର ବିକାଶ ଠିକ ଭାବେ ହୋଇ ନଥାଏ l ଲେଡ ପ୍ରଭାବରୁ ପିଲାମାନେ ମାନସିକ ଭାବରେ ରୋଗ ଗ୍ରସ୍ତ ହୋଇ ପାରନ୍ତି l ଚକଲେଟ ରେ ଯଦି ଅଧିକ ମାତ୍ରାରେ ଲେଡ ଓ କେଡ଼ମିୟମ ରହିଥାଏ ତେଣୁ ଛୋଟ ପିଲା ମାନଙ୍କ ନିକଟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳୁଛି l
* ଗର୍ଭାବସ୍ଥା ରେ ମହିଳା ମାନେ ଚକଲେଟ ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଚକଲେଟ ରେ ଥିବା ସୀସା ଓ କେଡ଼ ମିୟମ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ l ଏହା ଶିଶୁ ର ଶାରୀରିକ ଓ ମାନସିକ ବିକାଶ ଉପରେ ଖରାପ ପ୍ରଭବ ପକାଇଥାଏ l
* ଦୀର୍ଘ ସମୟ ପର୍ଯ୍ୟନ୍ତ ଲେଡ ଓ କେଡ଼ ମିୟମ ସେବନ କରିବା ଦ୍ୱାରା କଡ଼ନୀ ମଧ୍ୟ ପ୍ରଭାବିତ ହୋଇଥାଏ l ଏବଂ ଏଥିପାଇଁ ଅତ୍ୟଧିଜ ଚକଲେଟ ସେବନ ଶରୀର ପକ୍ଷରେ ଠିକ ନୁହେଁ l
* ଦୀର୍ଘ ସମୟ ପର୍ଯ୍ୟନ୍ତ କେଡ଼ମିୟମ୍ ସେବନ ଦ୍ୱାରା ହାଡ଼ , ଲିଭର, ଫୁସଫୁସ ମଧ୍ୟ ପ୍ରଭାବିତ ହୋଇଥାଏ l ଫୁସଫୁସ ପ୍ରଭାବିତ ହେଲେ କାଶ ଓ କଫ ସମସ୍ୟା ଲାଗି ରହଥାଏ l ଲିଭର ସମସ୍ୟା ଦେଖା ଦେଲେ ଝାଡା ବାନ୍ତି ସମସ୍ୟା ଲାଗି ରହିଥାଏ l ତେଣୁ ସେଥି ପ୍ରତି ଧ୍ୟାନ ଦେବା ଜରୁରୀ l ତେଣୁ ପିଲା ମାନଙ୍କୁ ଚକଲେଟ ଖାଇବାରୁ ଦୂରେଇ ରଖିବା ଆବଶ୍ୟକ l