Odisha news

ଆଜି ହେଉଛି ପବିତ୍ର ଚୈତ୍ର ପୂର୍ଣ୍ଣମୀ ଓ ହନୁମାନ ଜୟନ୍ତୀ ରାଶି ଅନୁସାରେ ଏହିଭଳି କରନ୍ତୁ ହନୁମାନଙ୍କୁ ସନ୍ତୁଷ୍ଟ , ସଙ୍କଟ ମୋଚନ ଦୂର କରିବେ ସମସ୍ତ କଷ୍ଟ ଓ ବିଘ୍ନ

0

ଅପ୍ରେଲ ୨୩ ତାରିଖ ହେଉଛି ପବିତ୍ର ଚୈତ୍ର ପୂର୍ଣମୀ ପର୍ବ, ଏବଂ ଏହିଦିନ ହେଉଛି ଭଗବାନ ଶିବ ଙ୍କ ର ୧୧ ତମ ଅବତାର ମହାବୀର ହନୁମାନଙ୍କୁ ସମର୍ପିତ ଅଟେ l ତ୍ରେତେୟା ଯୁଗରେ ଚୈତ୍ର ପୂର୍ଣିମା ରେ ପ୍ରଭୁ ହନୁମାନ ଙ୍କ ଅବତାର ହୋଇଥିଲା l ହନୁମାନଙ୍କୁ ସଙ୍କଟ ମୋଚନ ମଧ୍ୟ କୁହାଯାଇ ଥାଏ l କାହିଁକି ନା ତାଙ୍କ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ l ମାନ୍ୟତା ରହିଛି ଯେ ପବନପୁତ୍ର ହନୁମାନ ଅଜର ଓ ଅମର ଏବଂ ଆଜି ମଧ୍ୟ ଏହି ପୃଥିବୀ ପୃଷ୍ଠରେ ବିରାଜମାନ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଦିନରେ ଭକ୍ତମାନେ ରାଶି ଅନୁସାରେ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ l

* ମେଷ ରାଶିର ଲୋକେ ଆଜିର ଦିନରେ ମହାଦେବ ଙ୍କୁ ନାଲି ଫୁଲ., ନାଲି ବସ୍ତ୍ର ଅର୍ପିତ କରନ୍ତୁ ଏବଂ ଘିଅ ଦୀପ ଟିଏ ଲଗାଇ ଓଂ ସର୍ବ ଦୁଃଖ ହରାୟ ନମଃ ଜପ କରନ୍ତୁ l
* ହନୁମାନ ଜୟନ୍ତୀ ରେ ବୃଷ ରାଶିର ଲୋକେ ହନୁମାନ ଙ୍କୁ ପୂଜା ରେ ପଞ୍ଚ ପ୍ରକାର ଫଳ ଅର୍ପଣ କରନ୍ତୁ l ଏବଂ କପିସେନାନାୟକ ନମଃ ମନ୍ତ୍ର ଜପ କରନ୍ତୁ ଏବଂ ସୁନ୍ଦର କାଣ୍ଡ ପାଠ କରନ୍ତୁ l
* ହନୁମାନ ଜନ୍ମୋତ୍ସବ ରେ ମିଥୁନ ରାଶିର ଲୋକେ ଓଂ ମନୋଜବାୟା ନମଃ ମନ୍ତ୍ର ପାଠ କରନ୍ତୁ, ଏବଂ ଗୋଟିଏ ପିପାଳ ପତ୍ରରେ ରାମନାମ ଲେଖି ହନୁମାନଙ୍କୁ ଅର୍ପଣ କରନ୍ତୁ l ଏବଂ ରାମଚରିତ ମାନସ ର ଅରାଣ୍ଡ କାଣ୍ଡ ପାଠ କରନ୍ତୁ l
* କର୍କଟ ରାଶିର ଲୋକେ ହନୁମାନ ଜୟନ୍ତୀ ରେ ହନୁମାନ ଙ୍କୁ ମିଠା ରୁଟି ଅର୍ପଣ କରନ୍ତୁ, ଏବଂ ହନୁମାନ ଅଷ୍ଟକ ପାଠ କରନ୍ତୁ l ଏପରି କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହେବ l
* ସିଂହ ରାଶିର ଲୋକେ ହନୁମାନ ଜୟନ୍ତୀ ରେ ନାଲି ଗୋଲାପ ହନୁମାନ ଙ୍କୁ ଅର୍ପଣ କରନ୍ତୁ ଏବଂ ୧୦୮ ଥର ଓଂ ପରସୌର୍ଯ୍ୟ ବିନାଶନଃ ନମଃ ପାଠ କରନ୍ତୁ l
* କନ୍ୟା ରାଶିର ଲୋକେ ପ୍ରଭୁ ହନୁମାନଙ୍କୁ ହନୁମାନ ଜୟନ୍ତୀ ରେ ବିଡିଆ ପାନ ଅର୍ପିତ କରନ୍ତୁ, ଓ ତୁଳସୀ ଜଟା ଅର୍ପଣ କରନ୍ତୁ l ଏହାଦ୍ୱାରା ଚାକିରୀ, ରୋଜଗାର ରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ l
* ହନୁମାନ ଜନ୍ମୋତ୍ସବ ରେ ତୁଳା ରାଶିର ଲୋକେ ତେଲ ଦୀପ ଲଗାଇ ୭ଥର ହନୁମାନ ଚାଳିଶା ପାଠ କରନ୍ତୁ ଏହାଦ୍ୱାରା ପାରିବାରିକ କଳହ ଦୂର ହେବ l ଏବଂ ପରସ୍ପର ମଧ୍ୟରେ ସୁନ୍ଦର ବ୍ୟବହାର  ମଧ୍ୟ ବୃଦ୍ଧି ହୋଇଥାଏ l
* ବିଛା ରାଶିର ଲୋକେ ହନୁମାନ ଜୟନ୍ତୀ ରେ ହନୁମାନ ଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ଗୁଡ଼ ରେ ପ୍ରସ୍ତୁତ ପ୍ରସାଦ ଅର୍ପଣ କରନ୍ତୁ l ଏବଂ ବଜରଙ୍ଗ ବାଣ ପାଠ କରନ୍ତୁ l
* ଧନୁ ରାଶିର ଆଜିର ଦିନରେ ହଳଦୀ ଦାନ କରନ୍ତୁ, ହଳଦୀ ଦାନ କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ କରନ୍ତୁ l ଏହାଦ୍ୱାରା ଘରେ ଶୁଭ ସମୟ ଆସିଥାଏ l
* ମକର ରାଶିର ଲୋକେ ଆଜିର ଦିନରେ ଶ୍ରୀରାମ ଙ୍କ ନାମ ୧୦୮ ଥର ଜପ କରନ୍ତୁ, ଏବଂ ହନୁମାନ ଙ୍କୁ ଲଡୁ ଭୋଗ ମଧ୍ୟ ଅର୍ପଣ କରନ୍ତୁ l
* ହନୁମାନ ଜନ୍ମୋତ୍ସବ ରେ କୁମ୍ଭ ରାଶିର ଲୋକେ ଓଂ ବଜ୍ରକାୟ ନମଃ ମନ୍ତ୍ର ଜପ କରନ୍ତୁ ଏବଂ ପ୍ରଭୁ ଙ୍କୁ ନାଲି ଫୁଲ ଅର୍ପଣ କରନ୍ତୁ l
* ମୀନ ରାଶିର ଲୋକେ ଆଜିର ଦିନରେ ଲଡୁ ଦାନ କରିବା ଜରୁରୀ, ଏପରି କରିବା ଦ୍ୱାରା ଗୃହ କୁ ସୁଖ ସମୃଦ୍ଧି ର ଆଗମନ ହେବ l

Leave A Reply