Odisha news

ଚୈତ୍ର ପୂର୍ଣିମା ରେ କରନ୍ତୁ ଏହି ୫ଟି ଜିନିଷ ର ଦାନ, ଦୂର ହେବ ଜୀବନ ର ସମସ୍ତ ବାଧାବିଘ୍ନ

0

ପ୍ରତ୍ୟେକ ବର୍ଷ ଚୈତ୍ର ମାସର ପୂର୍ଣିମା ଦିନଟିକୁ ଗୋଟିଏ ପବିତ୍ର ଦିନ ଭାବରେ ଗଣନା କରାଯାଇ ଥାଏ l ଏହା ବର୍ଷର ପ୍ରଥମ ପୂର୍ଣିମା ଭାବରେ ପାଳିତ ହୋଇଥାଏ l ଚଳିତଥର ଚୈତ୍ର ପୂର୍ଣିମା ମଙ୍ଗଳବାର ଅପ୍ରେଲ ୨୩ ତାରିଖ ଦିନ ପାଳିତ ହେବ l ମଙ୍ଗଳବାର ରେ ଚୈତ୍ର ପୂର୍ଣିମା ପଡୁଥିବା କାରଣରୁ ଏହି ଦିନ ଆପଣ ମହାବୀର ହନୁମାନ ଙ୍କୁ ଜୀବନ ର ସୁଖସମୃଦ୍ଧି ପାଇଁ ପୂଜା କରିବେ l ଏବଂ ଏଭଳି କିଛିଟା ଜିନିଷ ଦାନ କରିବେ ଯାହାଦ୍ୱାରା ଜୀବନ ସୁଖମୟ ହେବ l

ମାନ୍ୟତା ଅନୁସାରେ ଚୈତ୍ର ମାସର ପୂର୍ଣିମା ତିଥିରେ ପବନପୁତ୍ର ହନୁମାନ ଙ୍କ ଜୟନ୍ତୀ ପାଳିତ ହୋଇଥାଏ, ଏବଂ ଚଳିତ ବର୍ଷ ହନୁମାନ ଙ୍କ ଜନ୍ମୋତ୍ସବ ମଙ୍ଗଳବାର ପଡୁଥିବା କାରଣରୁ ଏହିଦିନ ଟିର ଅନେକ ମହତ୍ୱ ରହିଛି l ଏହିଦିନ ହନୁମାନ ଙ୍କ ନିକଟରେ ବ୍ରତ ରଖିବା ଫଳ ଦାୟୀ ହୋଇଥାଏ l ଏହାଛଡା ତାଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବସ୍ତୁ ଦାନ କରିବାର ମଧ୍ୟ ମାନ୍ୟତା ରହିଛି l

– ହନୁମାନ ଙ୍କର ନାଲି ରଙ୍ଗ ଖୁବ ପ୍ରିୟ ଅଟେ , ଚୈତ୍ରପୂର୍ଣ୍ଣିମା ଦିନ ନାଲି ରଙ୍ଗର ବସ୍ତ୍ର ଦାନ କରିବା ଫଳଦାୟୀ ଅଟେ l ଏପରି କରିବା ଦ୍ୱାରା ଜୀବନ ରେ ଶତ୍ରୁ ନାଶ ହୋଇଥାଏ l

– ନାଲି ରଙ୍ଗର ବସ୍ତ୍ର ଦାନ କରିବା ଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ l ସୂର୍ଯ୍ୟ ଦେବଙ୍କ ର ନାଲି ରଙ୍ଗ ଖୁବ ପ୍ରିୟ ଅଟେ, ଏବଂ ହନୁମାନଙ୍କ ର ନାଲି ରଙ୍ଗ ଖୁବ ପ୍ରିୟ ଅଟେ l ତେଣୁ ସୂର୍ଯ୍ୟ ଙ୍କୁ ବିଧିବିଧାନ ଭାବରେ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l

– ଚୈତ୍ର ପୂର୍ଣିମା ରେ ନାଲି ରଙ୍ଗର କିଛିଟା ଫଳ ନିହାତି ଦାନ କରିବା ନିହାତି ଜରୁରୀ l କାହିଁକି ନା ହନୁମାନ ଙ୍କର ନାଲି ରଙ୍ଗର ଫଳ ଖୁବ ପସନ୍ଦ ଅଟେ l ଏହାଦ୍ୱାରା ଜୀବନ ରେ ପଜିଟିଭ ଭାଇବସ ଆସିଥାଏ l

– ଚୈତ୍ର ପୂର୍ଣିମା ଦିନ ଗୁଡ଼ ଓ ଗହମ ଦାନ କରିବା ଖୁବ ଶୁଭ ହୋଇଥାଏ, ଏହା ହନୁମାନ ଙ୍କର ଖୁବ ପ୍ରିୟ ଅଟେ l ଏହି ଦୁଇଟି ଜିନିଷ ଦାନ କରିବା ଦ୍ୱାରା ଜୀବନ ରେ ସମସ୍ତ କଷ୍ଟ ରୁ ମୁକ୍ତି ମିଳିଥାଏ l

– ତୁଳସୀ ହନୁମାନଙ୍କର ଖୁବ ପ୍ରିୟ ଅଟେ, ଏବଂ ତୁଳସୀ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି l ମାତା ଲକ୍ଷ୍ମୀଙ୍କୁ ହନୁମାନ ମାତା ଭାବରେ ଗ୍ରହଣ କରି ଥାଆନ୍ତି l ତେଣୁ ହନୁମାନ ଙ୍କର ଖୁବ କି ପ୍ରିୟ ଅଟେ l ହନୁମାନ ଜୟନ୍ତୀ ରେ ତୁଳସୀ ବୃକ୍ଷ ମନ୍ଦିର ରେ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ l

Har Ghar Tiranga

Leave A Reply