ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥି ଅର୍ଥାତ ଚୈତ୍ର ନବରାତ୍ରି ରୁ ଆରମ୍ଭ ହୋଇଥାଏ ହିନ୍ଦୁ ନବବର୍ଷ ଠାରୁ ଆରମ୍ଭ ହୋଇଥାଏ l ଚୈତ୍ର ନବରାତ୍ରି କୁ ବସନ୍ତ ନବରାତ୍ରି ବୋଲି ମଧ୍ୟ କୁହାଯାଇଥାଏ l ଏହା ହିନ୍ଦୁ ମାନଙ୍କ ର ପ୍ରଥମ ନବରାତ୍ରି ଅଟେ l
୨୦୨୪ ନବରାତ୍ରି ଅପ୍ରେଲ ୯ ତାରିଖ ଦିନ ନବରାତ୍ରି ଆରମ୍ଭ ହେଉଛି l ଚୈତ୍ର ନବରାତ୍ରି ର ପ୍ରଥମ ଦିନ ଘଟସ୍ଥାପନା କରି ମା ଦୁର୍ଗା ଙ୍କୁ ଆହ୍ୱାନ କରିଥାଉ l ଏବଂ ଏହାପରେ ଜ ବିଜ ରୋପଣ କରି ଥାଉ , ୯ ଦିନ ପର୍ଯ୍ୟନ୍ତ ମା ଙ୍କୁ ନିଷ୍ଠା ଭାବରେ ପୂଜାର୍ଚନା କରିଥାଉ l
* ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ନବରାତ୍ରି ଚଳିତ ବର୍ଷ ଅପ୍ରେଲ ୮ ତାରିଖ ରାତି ୧୧ ଟା ବାଜି ୫୦ ମିନିଟ ରେ ଆରମ୍ଭ ହୋଇ ୯ ତାରିଖ ରାତି ୮ ଟା ୩୦ ମିନିଟ ରେ ସମାପ୍ତ ହେବାକୁ ଯାଉଛି l
* ଏହି ଦିନ ଘଟ ସ୍ଥାପନା ମୁହୂର୍ତ୍ତ ସକାଳ ୬ ଟା ୨ ମିନିଟ ରୁ ୧୦ ଟା ୧୬ ମିନିଟ ପର୍ଯ୍ୟନ୍ତ ସମୟ ରହିବ l
* କଳସ ସ୍ଥାପନା ର ଅଭିଜିତ ମୁହୂର୍ତ୍ତ ସକାଳ ୧୧ ଟା ୫୭ ମିନିଟ ଦ୍ବିପ୍ରହର ୧୨ ଟା ୪୮ ମିନିଟ ପର୍ଯ୍ୟନ୍ତ ସମୟ ରହିବ l
* ଚଳିତ ବର୍ଷ ନବରାତ୍ରି ମଙ୍ଗଳବାର ୯ ତାରିଖ ଆରମ୍ଭ ହେବାକୁ ଯାଉଛି l ନବରାତ୍ରି ଦିନ ମଙ୍ଗଳବାର ଓ ଶନିବାର ଦିନ ମା ଙ୍କ ଆଗମନ ଘୋଡା ରେ ହେବ l ମାତା ଯଦି ଘୋଡା ରେ ଆସିବେ ତେବେ ପ୍ରାକୃତିକ ବିପଦ ଦେଶ ପାଇଁ ରହିବ l
* ଚୈତ୍ର ନବରାତ୍ରି ରେ କଳସ ସ୍ଥାପନା କରିବା ଦ୍ୱାରା ଦରିଦ୍ରତା , ଦୁଃଖ ର ନାଶ ହୋଇଥାଏ l ବୈବାହିକ ଜୀବନ ସୁଖମୟ ହୋଇଥାଏ l
* ଯେଉଁ ଘରେ ନବରାତ୍ରି ସମୟ ରେ ଘଟ ସ୍ଥାପନା ହୋଇଥାଏ ସେଠାରେ କଦାପି ଘର ଅନ୍ଧାର ହେବା ଉଚିତ ନୁହେଁ l ଏବଂ ଘରକୁ ଖାଲି ଛାଡିବା ଉଚିତ ନୁହେଁ l
* ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ଜଳାଇବା ଉଚିତ , ଏବଂ ଘର କୁ ସଫା ସୁତୁରା ରଖିବା ଜରୁରୀ l
* ଏବଂ ମସଂହାରୀ ଭୋଜନ କରିବା ଉଚିତ ନୁହେଁ, ଏବଂ ଦାଢ଼ି କାଟିବା ଓ କେଶ କାଟିବା ମଧ୍ୟ ଉଚିତ ନୁହେଁ l
* ଏହି ନବରାତ୍ରି ସମୟ ରେ ବ୍ରତ ଧାରୀ ମାନେ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ l