ସାଧାରଣ ଭାବରେ ଦେଖାଯାଇଥାଏ ଲୋକେ ବଡ଼ବଡ଼ ଫାର୍ମହାଉସ ରେ ଚାଷ କାର୍ଯ୍ୟ କରିଥାଆନ୍ତି କିମ୍ବା ନିଜ ମନୋରଞ୍ଜନ ପାଇଁ କରିଥାଆନ୍ତି, ଏହାଛଡା କିଛି ଲୋକ ଫର୍ମ ରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାଆନ୍ତି l ଦୁନିଆରେ ଗୋଟିଏ ଏଭଳି ଫାର୍ମହାଉସ ରହିଛି ଯାହାକି ୪୯ ଟି ଦେଶ ଠାରୁ ବଡ଼ ଅଟେ, ଏଠାକାର ପଶୁଙ୍କ ସଂଖ୍ୟା କୌଣସି ଦେଶର ଜନସଂଖ୍ୟା ଠାରୁ ଅଧିକ , ଆକାର ରେ ମଧ୍ୟ ବୃହତ ଅଟେ l ଏହି ଫାର୍ମହାଉସ ଟି ୧୭ ହଜାର ବର୍ଗ କିଲୋମିଟର ଠାରୁ ମଧ୍ୟ ଅଧିକ ବଡ଼ ଅଟେ l ଯାହାକି ଆକର୍ଷଣ ର କେନ୍ଦ୍ରବିନ୍ଦୁ ଅଟେ l
ଆସନ୍ତୁ ଜାଣିବା ସେହି ଫାର୍ମହାଉସ ବିଷୟରେ –
ଅଷ୍ଟ୍ରେଲିଆ ର ମବେଶୀ ଷ୍ଟେସନ ଯାହାକି ମଇଁଷି ଙ୍କ ପାଇଁ ଏତେ ବିସ୍ତିର୍ଣ ଯେ ଏଠାରେ ୪୯ଟି ଅଲଗା ଅଲଗା ଦେଶ ର ଆକାର ପାର କରିଯିବ l ରିପୋର୍ଟ ଅନୁସାରେ ଯାହାକି ପୃଥିବୀ ପୃଷ୍ଠାରେ ସବୁଠୁ ବଡ଼ ସ୍ଵାମୀତ୍ୱ ଗ୍ରହଣ କରିଥିବା ସମ୍ପତି ଅଟେ l ଏହି ଫର୍ମ ଟି ନେଦରଲ୍ୟାଣ୍ଡ ଓ ଇସ୍ରାଏଲ ଠାରୁ ମଧ୍ୟ ଦୀର୍ଘତମ ଅଟେ l ଏବଂ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ଏତେବଡ଼ ଫାର୍ମହାଉସ ରେ ମାତ୍ର ୧୧ ଜଣ ବ୍ୟକ୍ତି କାର୍ଯ୍ୟ କରନ୍ତି l
ମିଡ଼ିଆ ରିପୋର୍ଟ ଅନୁସାରେ ନିଜର ପ୍ରଭାବଶାଳୀ ଆକାର ସତ୍ୱେ ମଧ୍ୟ ଏଠାକାର ଜଳବାୟୁ ଖୁବ କଠୋର ଅଟେ, ଏଠାରେ ପ୍ରତିବର୍ଷ ମାତ୍ର ୨୦ ସେଣ୍ଟିମିଟର ବର୍ଷା ହୋଇଥାଏ l ଗ୍ରୀଷ୍ମ ଋତୁରେ ତାପମାତ୍ରା ୫୦ ଡିଗ୍ରୀ ସେଣ୍ଟୀଗ୍ରେଡ଼ ରହିଥାଏ l ଏଠାରେ କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ମ୍ୟାନେଜର, ୮ଟି ଷ୍ଟେସନ କର୍ମଚାରୀ , ଜଣେ ପ୍ଲାଣ୍ଟ ଅପରେଟର ଓ ଜଣେ ରୋଷେଇଆ ସାମିଲ ରହିଛନ୍ତି l ଏଠାକାର କର୍ମଚାରୀ ମାନେ ଯନ୍ତ୍ରପାତି ଉପରେ ଅଧିକ ନିର୍ଭରଶୀଳ ଅଟନ୍ତି, ଏଠାରେ ମଇଁଷି ମାନଙ୍କର ଦେଖା ଚାହାଁ ପାଇଁ ଛୋଟ ବିମାନ ର ବ୍ୟବହାର କରାଯାଏ l ଯଦି କୌଣସି ବାହାର ଜନ୍ତୁ ଏଠାକୁ ପ୍ରବେଶ କରିଥାଏ ତେବେ ଏଠାରେ ବିଶେଷ ଯନ୍ତ୍ରଯୋଗେ ନିରୀକ୍ଷଣ କରିହୋଇ ତୁରନ୍ତ ମଇଁଷି ମାନଙ୍କୁ ସୁରକ୍ଷା ଦିଆଯାଏ l