Odisha news

ବିଲେଇ ଦ୍ୱାରା କିପରି ବୃଦ୍ଧି ହୋଇଥାଏ ବାର୍ଡ଼ ଫ୍ଲୁ : ରିସର୍ଚ୍ଚ ରୁ ମିଳିଲା ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ

0

କଣ ଆପଣ ମଧ୍ୟ ବିଲେଇ ପାଳିବାର ସଉକ ରଖିଛନ୍ତି, ତେବେ ସତର୍କ ହୋଇ ଯାଆନ୍ତୁ , କାହିଁକିନା ଗୋଟିଏ ନୂଆ ଅଧୟନ ଅନୁସାରେ ଚେତାବନୀ ଦିଆଯାଇଛି ଯେ ପୋଷା ବିଲେଇ ବାର୍ଡ଼ ଫ୍ଲୁ ର କାରଣ ହୋଇପାରନ୍ତି, ଗତ ଅଢେଇ ବର୍ଷରେ ଆମେରିକାରେ ପୋଲଟ୍ରି ଫର୍ମ ଗୁଡିକ ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି, ଫ୍ରାନ୍ସ ର ଗୋଟିଏ ଅଧୟନ ଅନୁସାରେ କୁହାଯାଇଛି ଯେ ବିଲେଇ ମାନଙ୍କ ଦ୍ୱାରା ବାର୍ଡ଼ ଫ୍ଲୁ ଭାଇରସ ଖୁବ ସହଜ ରେ ମଣିଷ ମାନଙ୍କ ନିକଟକୁ ଯାଇପାରିବ , ଯାହାକୁ ସାଧାରଣ ଭାବରେ H5N1 ଭାବରେ ଗ୍ରହଣ କରାଯାଇ ଥାଏ l ଯାହାକି ୧୦୦ ମିଲିୟନ ରୁ ଉର୍ଧ୍ଵ ପକ୍ଷୀଙ୍କ ମୃତ୍ୟୁ ର କାରଣ ହୋଇଥାଏ , ଯାହାକୁ ନେଇ ମଣିଷ ସତର୍କ ରହିବା ଜରୁରୀ ଅଟେ l

ବିଲେଇ ଦ୍ୱାରା କିପରି ବୃଦ୍ଧି ହୋଇଥାଏ ବାର୍ଡ଼ ଫ୍ଲୁ –
ଚଳିତ ବର୍ଷ ଅପ୍ରେଲ ମାସରେ ଗୋଟିଏ ଘରେ ୧୦ ଟି ବିଲେଇ ଙ୍କ ମୃତ୍ୟୁ ପରେ, ଗବେଷକ ମାନେ ମୃତ ବିଲେଇ ମାନଙ୍କର ଶବ କୁ ବିସ୍ଲେସଣ କରିବା ପରେ, ସେମାନଙ୍କ ମଧ୍ୟରେ ପ୍ରଶ୍ୱାସ ସମ୍ବନ୍ଧିତ ଓ ନର୍ଭ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳିଥିଲା, ବିଲେଇ ମାନଙ୍କ ନିକଟରେ ମିଳିଥିବା ଭାଇରସ ୮୦ କିଲୋମିଟର ପର୍ଯ୍ୟନ୍ତ ଗୋଟିଏ ଡାଏରୀ ଫlର୍ମ ରେ ମିଳିଥିବା ଜୀବଜନ୍ତୁ ଙ୍କ ନିକଟରେ ଭାଇରସ ଭଳି ଥିଲା, ବିଲେଇ ର ଶବ ମାନଙ୍କ ନିକଟରେ ପକ୍ଷୀ ମାନଙ୍କର ପର ମିଳିଥିଲା, ଯାହାଦ୍ୱାରା ସଂକେତ ମିଳିଥିଲା କି ସେମାନେ ଜଙ୍ଗଲୀ ପକ୍ଷୀ ଙ୍କୁ ଖାଇଥିଲେ l

କଣ ବିଲେଇ ମାନଙ୍କ ନିକଟରେ ବାର୍ଡ଼ ଫ୍ଲୁ ବିପଦ ରହିଛି –
ଅଧୟନ ରେ ମିଳିଛି ଯେ ଅନ୍ୟ ଜୀବଜନ୍ତୁ ଙ୍କ ତୁଳନାରେ ବିଲେଇ ନିକଟରେ ଦୁଇଟି ରିସେପ୍ଟର୍ସ ରହିଥାଏ, ଯାହାଦ୍ୱାରା ବାର୍ଡ଼ ଫ୍ଲୁ ଭାଇରସ ଓ ଋତୁ ଜନିତ ବିଭିନ୍ନ ସଂକ୍ରମଣ ଖୁବ ସହଜ ରେ ମଣିଷ ନିକଟକୁ ଆସିଥାଏ l ବିଲେଇ ଏକ ସାଙ୍ଗରେ H5N1 ଓ ମୌସୁମୀ ଫ୍ଲୁ ଭାଇରସ ସଂକ୍ରମିତ ହୋଇଥାଏ, କାହିଁକି ନା ବିଲେଇ ମଣିଷ ଙ୍କ ନିକଟରେ ଅଧିକ ରହିଥାଏ l

ଅଧୟନ ରେ କୁହାଯାଇଛି ଯେ ସଂକ୍ରମିତ ବିଲେଇ ନିକଟରେ ସିସ୍ଟମେଟିକ ଇନଫେକ୍ସନ ବୃଦ୍ଧି ହୋଇଥାଏ, ଯାହାକି ପ୍ରଶ୍ୱାସ ଓ ପାଚନ ତନ୍ତ୍ର କୁ ସଂକ୍ରମିତ କରିଥାଏ, ଯାହାଦ୍ୱାରା ଆମର କିମ୍ବା ଆପଣଙ୍କ ସମ୍ପର୍କ ରେ ଆସିବା ଦ୍ୱାରା ଅନେକ  ସମସ୍ୟା ଆସିପାରେ l ସେଥିପାଇଁ ବୈଜ୍ଞାନିକ ମାନେ ସତର୍କ ରହିବାକୁ କହିଛନ୍ତି l

Leave A Reply