Odisha news

ମଟନ କହି ବିକ୍ରୀ କରାଯାଉଥିଲା ବିଲେଇ ମାଂସ, ଚଢ଼ାଉ କରି ଜବତ କରାଗଲା ୧୦୦୦ ଟି ବିଲେଇ

0

ନୂଆଦିଲ୍ଲୀ : ଦେଶ ଓ ଦୁନିଆଁରେ ଲୋକ ମାନଙ୍କର ଆମିଷ ଖାଇବାର ଲାଳସା ବଢିବାରେ ଲାଗିଛି l ଏହା ଏତେ ଅଧିକ ମାତ୍ରାରେ ବଢି ଯାଇଛି ଯେ ଲୋକେ ଯେ କୌଣସି ମାଂସ କୁ ନିଜ ଭୋଜନ ରେ ସାମିଲ କରୁଛନ୍ତି l ନିକଟରେ ଚୀନ ରେ ପୋଲିସ ଗୋଟିଏ କଂସେଇ ଖାନା ଉପରେ ଚଢ଼ାଉ କରି ୧୦୦୦ ଟି ବିଲେଇ ଙ୍କୁ ଉଦ୍ଧାର କରିଥିଲେ l ଏହି ବିଲେଇ ମାନଙ୍କର ମାଂସ କୁ ଘୁଷୁରୀ ମାଂସ ଓ ମଟନ କହି ଲୋକ ଙ୍କୁ ବିକ୍ରୀ କର୍ସଯାଉ ଥିଲା –

କିଛି ଅନିମଲ ଆକ୍ଟିଭିଷ୍ଟ ଙ୍କୁ ଏହି ବିଷୟ ରେ ଖବର ମିଳିବା ପରେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଏହି ବିଲେଇ ମାନଙ୍କୁ ମାରି ତାଙ୍କ ମାଂସ କୁ ଘୁଷୁରୀ ମାଂସ ଓ ମେଣ୍ଢା ମାଂସ ରେ ମିଶାଇ ବିକ୍ରୀ ହେଉଥିଲା l ଏମାନଙ୍କ ମୂଲ୍ୟ ୨୦, ୫୦୦ ଡଲାର ରହିଥିଲା l ବିଲେଇ ମାନଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କୁ ସେଲ୍ଟର କୁ ସୁରକ୍ଷା ପାଇଁ ପଠାଇ ଦିଆଯାଇ ଥିଲା l

Har Ghar Tiranga

Leave A Reply