Odisha news

ଏହି ୨ଟି ଆୟୁରେ ମହିଳାମାନେ ଅଧିକ ବ୍ରେଷ୍ଟ କ୍ୟାନ୍ସର ରେ ପ୍ରଭାବିତ ହେଉଛନ୍ତି, କଣ ରହିଛି ଏହା ପଛର ୫ଟି ବଡ଼ କାରଣ

0

ନିକଟରେ ବଲିଉଡ ନାୟିକା ହିନା ଖାନ ବ୍ରେଷ୍ଟ କ୍ୟାନ୍ସର ର ତୃତୀୟ ସ୍ତରରେ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି, କିନ୍ତୁ ହିନା ହାରି ନଯାଇ ନିଜର ଦୃଢ଼ ମନୋବଳ ସହିତ କ୍ୟାନ୍ସର ର ମୁକାବିଲା କରୁଛନ୍ତି l କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ଭାରତରେ କମ ଆୟୁର ଯୁବତୀ ମାନେ କାହିଁକି ଅଧିକ ବ୍ରେଷ୍ଟ କ୍ୟାନ୍ସର ରେ ପ୍ରଭାବିତ ହେଉଛନ୍ତି ଏବଂ କଣ ରହିଛି ଏହା ପଛର କାରଣ l

ଏମ୍ସ ଚିକିତ୍ସକ ଙ୍କର ଗୋଟିଏ ଟିମ୍ ଏହାକୁ ନେଇ ଅଧ୍ୟୟନ କରିଥିଲା, ଯାହାଦ୍ୱାରା କିଛିଟା ଗୁରୁତ୍ୱପୂର୍ଣ ତଥ୍ୟ ସାମ୍ନାକୁ ଆସିଛି l ଏଥିପାଇଁ ବିଶେଷ ଭାବରେ ମହିଳା ମାନଙ୍କୁ ସଚେତନତା ର ଆବଶ୍ୟକତା ରହିବ ଜରୁରୀ ବୋଲି କୁହ ଯାଇଛି l ଏବଂ ଏଥି ସହିତ ବିଶେଷ ଭାବରେ ୫ଟି କାରଣ ଦାୟୀ ବୋଲି କୁହାଯାଇଛି l

ବ୍ରେଷ୍ଟ କ୍ୟାନ୍ସର ୨ଟି ସମୟରେ ଅଧିକ ପ୍ରଭାବିତ ହୋଇଥାଏ, ଗୋଟିଏ ହେଉଛି ୩୦ ରୁ ୪୦ ବର୍ଷ ଆୟୁ ଏବଂ ଆଉ ଗୋଟିଏ ସମୟ ହେଉଛି ୬୦ ବର୍ଷ l  କିନ୍ତୁ ଯେଉଁମାନେ ୩୦ ରୁ ୪୦ ବର୍ଷ ଆୟୁ ମଧ୍ୟରେ ପ୍ରଭାବିତ ହେଉଛନ୍ତି ତାହା ଯୁବାବସ୍ଥା ବୋଲି କୁହାଯାଉଛି l ସେଥିପାଇଁ କିଛିଟା ସତର୍କତା ଅବଲମ୍ବନ ନିହାତି କରିବା ଜରୁରୀ l ବର୍ତମାନ ପ୍ରତ୍ୟେକ ୧୦ ମିନିଟ ରେ ଜଣେ ମହିଳା ବ୍ରେଷ୍ଟ କ୍ୟାନ୍ସର ରେ ପ୍ରଭାବିତ ହେଉଛି ଏବଂ ପ୍ରତ୍ୟେକ ୧୮ ମିନିଟ ରେ ଜଣେ ମହିଳାର ମୃତ୍ୟୁ ହେଉଛି l

– ଯଦି ଆମେ ଖାଦ୍ୟ କଥା କହିବା ରେଡ ମିଟ , ପ୍ରିଜର୍ଭଡ଼ ଫୁଡ, ବାହାର ଖାଦ୍ୟ, ମାଂସ ମଦିରା ଅଧିକ ସେବନ, ଗୁଟକା ସେବନ, ଓଜନ ବୃଦ୍ଧି ଇତ୍ୟାଦି ବ୍ରେଷ୍ଟ କ୍ୟାନ୍ସର ରେ ଅଧିକ ପ୍ରଭାବିତ କରିବାର କାରଣ ଅଟେ l

– ଲେଟ ମ୍ୟାରେଜ ଓ ଲେଟ ରେ ଗର୍ଭ ଧାରଣ ମଧ୍ୟ ବ୍ରେଷ୍ଟ କ୍ୟାନ୍ସର ର ଗୋଟିଏ କାରଣ ହୋଇଥାଏ l ଏବଂ ବ୍ରେଷ୍ଟ କ୍ୟାନ୍ସର ମଧ୍ୟ ଜେନେଟିକ ହୋଇଥାଏ, ଯେପରିକି ମା ଯଦି ପ୍ରଭାବିତ ହୋଇ ଥାଆନ୍ତି ତେବେ କିଛି ମାତ୍ରାରେ ଝିଅ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ l

– ପନିପରିବା ଗୁଡିକରେ ଅଧିକ ମାତ୍ରାରେ କୀଟ ନାଶକ ର ପ୍ରୟୋଗ ମଧ୍ୟ ବ୍ରେଷ୍ଟ କ୍ୟାନ୍ସର ର ଗୋଟିଏ କାରଣ ଅଟେ, ତେଣୁ କୀଟ ନାଶକ ପ୍ରୟୋଗ ପନିପରିବାରେ ଅଧିକ ହେଉଥିବା କାରଣରୁ ତାହା ସ୍ୱାସ୍ଥ୍ୟପ୍ରଦ ନୁହେଁ l  ଏଭଳି ଖାଦ୍ୟ ବ୍ରେଷ୍ଟ କ୍ୟାନ୍ସର ର ମଧ୍ୟ କାରଣ ଅଟେ l

– ପୂର୍ବରୁ ଭାରତୀୟ ମହିଳା ମାନେ ଧୂମ୍ର ପାନ କରୁନଥିଲେ, କିନ୍ତୁ ବର୍ତମାନ ଏହା ପାଶ୍ଚାତ୍ୟ ସଂସ୍କୃତି କୁ ଆପଣାଇ ଗୋଟିଏ ଷ୍ଟାଇଲ ରେ ପରିଣତ ହୋଇଛି l ତେଣୁ ଧୁମ୍ରପାନ ମଧ୍ୟ ଗୋଟିଏ କାରଣ ଅଟେ l

– ପୂର୍ବରୁ ମା ମାନେ ନିଜ ଶିଶୁ କୁ ଅତି କମ ରେ ୬ମାସ ପର୍ଯ୍ୟନ୍ତ ସ୍ତନ୍ୟ ପାନ କରାଉଥିଲେ , କିନ୍ତୁ ବର୍ତମାନ ମା ର ଦୁଗ୍ଧ କୁ ସଂରକ୍ଷିତ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରିଜ ରେ ରଖା ଯାଉଛି ଏବଂ ଏହାକୁ ପରେ ଶିଶୁଙ୍କୁ ସେବନ କରିବାକୁ ଦିଆଯାଉଛି l କିନ୍ତୁ ମା କ୍ଷୀର ଯଦି ଶିଶୁ ନିଜେ ସ୍ତନ ରୁ ଖାଇ ଥାଏ ତେବେ ଏହା ଉଭୟ ମା ଓ ଶିଶୁ ପାଇଁ ହିତକର ହୋଇଥାଏ ଏବଂ ମା କୁ ବ୍ରେଷ୍ଟ କ୍ୟାନ୍ସର ନିକଟରୁ ଦୁରେଇ ରଖିଥାଏ l

Leave A Reply