କ୍ୟାନ୍ସର ନାମ ଶୁଣିବା ମାତ୍ରକେ ସାଧାରଣ ଭାବରେ ମନରେ ଗୋଟିଏ ଭୟ ଆସି ଯାଇଥାଏ l ଏହା ଗୋଟିଏ ଗମ୍ଭୀର ରୋଗ, କିନ୍ତୁ ପ୍ରାରମ୍ଭିକ ସ୍ଥିତି ରେ ଏହା ଜଣା ପଡି ନଥାଏ, କିନ୍ତୁ ଏହାର ସଂକେତ ସାଧାରଣ ରୋଗ ଭଳି ହୋଇଥାଏ l ତେଣୁ ନିଜ ଶରୀର ଦେଉଥିବା ଛୋଟ ଛୋଟ ସଂକେତ ସବୁବେଳେ ଆମେ ଧ୍ୟାନ ଦେଇ ଜାଣିବା ଉଚିତ l
* କ୍ୟାନ୍ସର ଲକ୍ଷଣ –
– କ୍ୟାନ୍ସର ସେଲ ଗୁଡିକ ଦ୍ରୁତ ବେଗରେ ବିଭାଜିତ ହୋଇ ଥାନ୍ତି, ଏବଂ ଏଥିପାଇଁ ଶରୀରକୁ ଅଧିକ ଏନର୍ଜି ର ଆବଶ୍ୟକତା ପଡିଥାଏ l ଏବଂ ଅଚାନକ ଭାବରେ ଓଜନ ହ୍ରାସ ହୋଇଥାଏ l ଯଦି ଏଭଳି ହେଉଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
– ଶରୀରରେ ଯଦି କୌଣସି ଗେଟା ଦେଖା ଯାଉଛି କିମ୍ବା କୌଣସି ସ୍ଥାନ ଫୁଲିକି ରହୁଛି ତେବେ ତାହାକୁ ସହଜ ରେ ନିଅନ୍ତୁ ନାହିଁ l ବିଶେଷ ଭାବରେ ବ୍ରେଷ୍ଟ, ଟେଷ୍ଟିକଳସ କିମ୍ବା ବେକ ରେ ଏଭଳି ସଂକେତ ଦେଖୁଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଏହା ହୋଇପାରେ କ୍ୟାନ୍ସର ର ସଂକେତ l
– ମୁଖ, ଗଳା କିମ୍ବା ପାଚନ ତନ୍ତ୍ର ରେ କୌଣସି ସ୍ଥାନରେ କ୍ୟାନ୍ସର କିମ୍ବା ଟିୟୁମର ରହିବା ଦ୍ୱାରା ଭୋଜନ ଗିଳିବାରେ କଷ୍ଟ ହୋଇଥାଏ l ଏହାକୁ ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଏହା କ୍ୟାନ୍ସର ଲକ୍ଷଣ ହୋଇଥାଏ l
– ମଳ ରେ ରକ୍ତ ପଡିବା, ମହିଳାଙ୍କୁ ମାସିକ ଧର୍ମ ଛଡା ଅନ୍ୟ ସମୟ ରେ ଅସାମାନ୍ୟ ଭାବରେ ରକ୍ତସ୍ରାବ ହେଉଥିଲେ ଏହା କ୍ୟାନ୍ସରର ଲକ୍ଷଣ ହୋଇପାରେ l ନଚେତ ଟିୟୁମର ଲକ୍ଷଣ ମଧ୍ୟ ଏହା ହୋଇଥାଏ l ଏବଂ ମେନପଯ ପରେ ମଧ୍ୟ ମହିଳାମାନେ ମାସିକ ଧର୍ମ ର ଶିକାର ହେବା କୁ ସହଜ ରେ ନିଅନ୍ତୁ ନାହିଁ l
– ଚର୍ମ ରେ କୌଣସି ଅଚାନକ ପରିବର୍ତନ ମଧ୍ୟ ହୋଇପାରେ କ୍ୟାନ୍ସର ର ପ୍ରାରମ୍ଭିକ ଲକ୍ଷଣ l ଏବଂ ଯଦି କୌଣସି କ୍ଷତ ଦୀର୍ଘଦିନ ପର୍ଯ୍ୟନ୍ତ ରହୁଛି ତେବେ ତାହା ମଧ୍ୟ ହୋଇପାରେ କ୍ୟାନ୍ସରର ଲକ୍ଷଣ l
– ଯଦି ଶରୀର ରେ କୌଣସି ଅଙ୍ଗ ରେ ଲଗାତାର ଯନ୍ତ୍ରଣା ହେଉଛି ତେବେ ତାହାକୁ ହାଲୁକାରେ ନିଅନ୍ତୁ ନାହିଁ l ଏହି ଯନ୍ତ୍ରଣା କ୍ୟାନ୍ସର ର କାରଣ ମଧ୍ୟ ହୋଇପାରେ l ଯଦି ଏହି ଯନ୍ତ୍ରଣା ଦୀର୍ଘ ଦିନରେ ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
– ଥକା ଲାଗିବ ଗୋଟିଏ ସାଧାରଣ କଥା, କିନ୍ତୁ ଯଦି ଆପଣ ବିନା କୌଣସି କାରଣ ରେ ଲଗାତାର ଥକା ହେବା ଅନୁଭବ କରୁଛନ୍ତି ଏବଂ ଛୋଟ ଛୋଟ କାମରେ ଥକି ଯାଉଛନ୍ତି ତେବେ ସଚେତନ ରୁହନ୍ତୁ l