Odisha news

ଓଟ ମାନଙ୍କୁ କାହିଁକି ଖାଇବାକୁ ଦିଆଯାଏ ଜିଅନ୍ତା ସାପ ଆପଣ ଜାଣିଛନ୍ତି କି ?

0

କେବେ ଆପଣ ଶୁଣିଛନ୍ତି କି ଓଟ ଙ୍କୁ ଜିଅନ୍ତା ସାପ ଖାଇବାକୁ ଦିଆଯାଇ ଥାଏ, ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ରହିଛି l ଏମିତି ରେ ପ୍ରଶ୍ନ ଉଠୁଛି ଯେ କାହିଁକି ଓଟଙ୍କୁ ଏଭଳି ଜବରଦସ୍ତି କରାଯାଇ ଥାଏ ? କଣ ରହିଛି ଏହା ପଛରେ କାରଣ ? ବିଶେଷ ଭାବରେ ମିଡିଲ ଇଷ୍ଟ ରେ ଏଭଳି ଅଧିକ କରାଯାଇ ଥାଏ ଓ କୌଣସି ନିର୍ଦ୍ଧିଷ୍ଟ ରୋଗର ଉପଚାର ପାଇଁ ଏଭଳି କରାଯାଇ ଥାଏ l କୁହାଯାଏ ଓଟ ମାନଙ୍କୁ ଗୋଟିଏ ରୋଗ ହୋଇଥାଏ ଯାହାର ନାମ ହୟାମ l ଏହି ରୋଗର ଚିକିତ୍ସା ପାଇଁ ସାପ ଖାଇବାକୁ ଦିଆଯାଇ ଥାଏ l ଏହି ରୋଗରେ ଓଟ କୁ ଅଳସୁଆ ଲାଗିଥାଏ ଏବଂ ସେ ଗୋଟିଏ ସ୍ଥାନରେ ପଡ଼ି଼ରୁହେ l ଏବଂ ତାର ଶରୀର ମଧ୍ୟ ଫୁଲି ଯାଇଥାଏ, ଏବଂ ତାକୁ ଜ୍ୱର ହେବା ସହିତ ଏନିମିଆ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ l ଏହାର ଚିକିତ୍ସା କରିବା ପାଇଁ ଏଭଳି କରାଯାଏ l ଏପରି ସ୍ଥିତିରେ ଓଟକୁ ବିଷାକ୍ତ ସାପ ଯେପରିକି ପାଇଥନ , କୋବ୍ରା ପ୍ରଭୃତି ଖାଇବାକୁ ଦିଆଯାଏ l ଏହି ରୋଗର ନାମ Trypanosomiasis ଅଟେ l କୁହାଯାଏ ଯେ ଏପରି କରିବା ଦ୍ୱାରା ଓଟ  ର ଶରୀରରେ ସାପ ର ବିଷ ବ୍ୟାପି ଯାଏ ଓ ଓଟ ର ଆକ୍ଷିରୁ ଲୁହ ବାହାରିଥାଏ ଏବଂ ଓଟ  ରୋଗ ମୁକ୍ତ  ହୋଇଯାଏ l ଯାହାକି ବିଶେଷ ଭାବରେ ମିଡିଲ ଇଷ୍ଟ ରେ ସାପ କୁ ରୋଗ ମୁକ୍ତ ରଖିବା ପାଇଁ କରାଯାଇ ଥାଏ l

Leave A Reply