Odisha news

୫ଲକ୍ଷ ମଶାରେ ପ୍ରସ୍ତୁତ ହୋଇଥାଏ ଗୋଟିଏ ବର୍ଗର, କାହିଁକି ଖାଇ ଥାଆନ୍ତି ଏହି ଦେଶର ଲୋକେ

0

ବିଶ୍ୱର ବିଭିନ୍ନ ସ୍ଥାନ ନିଜର ଅଲଗା ଅଲଗା କାର୍ଯ୍ୟକଳାପ କୁ ନେଇ ଚର୍ଚା ରେ ରହି ଥାଆନ୍ତି l କିଛି ଦେଶରେ ତ ଏଭଳି କିଛି ଅଦ୍ଭୁତ ଜୀବଜନ୍ତୁ ଙ୍କୁ ଖାଇ ଥାଆନ୍ତି ଯାହାକି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ l ଆପଣ ପିମ୍ପୁଡି ଚଟଣୀ ବିଷୟରେ ତ ଶୁଣିଥିବେ, କିନ୍ତୁ ଆପଣ କଣ କେବେ ଶୁଣିଛନ୍ତି ମଶା ରେ ପ୍ରସ୍ତୁତ ବର୍ଗର ବିଷୟରେ l

ଆମେତ ଅନେକ ପ୍ରକାରର ବର୍ଗର ଖାଇଛୁ, ଯେଉଁଥିରେ ଆଳୁ ଟିକି ବର୍ଗର, ଚିଜ ବର୍ଗର, ଚିକେନ ବର୍ଗର ନାଁ ବିଷୟରେ ଶୁଣିଛୁ l କିନ୍ତୁ ଆମେ ମଶା ରେ ପ୍ରସ୍ତୁତ ବର୍ଗର ର ନାମ ଶୁଣିଛନ୍ତି କି ? କିନ୍ତୁ ଆଫ୍ରିକାର ଲେକ ଭିକ୍ଟୋରିଆ ରେ ମଶାରେ ପ୍ରସ୍ତୁତ ବର୍ଗର ସେବନ କରାଯାଇ ଥାଏ l ଲେକ ଭିକ୍ଟୋରିଆ ରେ ଯେତେବେଳେ ବର୍ଷାର ପ୍ରକୋପ ବଢି ଯାଇଥାଏ ସେତେବେଳେ ସେଠାକାର ହ୍ରଦ ଏବଂ ପୋଖରୀ ଗୁଡିକରେ ମଶା ଜମାହୋଇ ଯାଇ ଥାଆନ୍ତି l ଯେଉଁ କାରଣରୁ ସେଠାକାର ଲୋକେ ଅନେକ ଅସୁବିଧାର ସମୁଖୀନ ହୋଇ ଥାଆନ୍ତି l ତେଣୁ ସେଠାକାର ଲୋକେ ମଶା ମାନଙ୍କ ନିକଟରୁ ରକ୍ଷା ପାଇବା ପାଇଁ କିଛିଟା ଉପାୟ ଆପଣାଇ ଛନ୍ତି, ସେମାନେ ମଶା କୁ ମାରିବା ବଦଳରେ ଖାଇବାକୁ ପସନ୍ଦ କରି ଥାଆନ୍ତି l

୫ଲକ୍ଷ ମଶା ରେ ପ୍ରସ୍ତୁତ ହୋଇଥାଏ ଗୋଟିଏ ବର୍ଗର –
ଭିକ୍ଟୋରିଆ ର ଲୋକେ ଯେତେବେଳେ ବର୍ଷା ଋତୁ ଆରମ୍ଭ ହୋଇଥାଏ ବଡ଼ବଡ଼ ବାସନ କୁ ପାଣି ଥିବା ସ୍ଥାନରେ ରଖି ଦିଅନ୍ତି l ଏବଂ ଯେତେବେଳେ ଏଥିରେ ମଶା ଭାରତ ହୋଇ ପୁର୍ଣ ହୋଇ ଯାଇ ଥାଆନ୍ତି ବେଶ ଖୁସିରେ ସେଥିରେ ଟିକି ପ୍ରସ୍ତୁତ କରନ୍ତି ଏବଂ ସେହି ଟିକି କୁ ବର୍ଗର ବନାଇ ଖାଇ ଥାଆନ୍ତି l ୫ଲକ୍ଷ ମଶା ରେ ପ୍ରସ୍ତୁତ ହୋଇଥାଏ ଗୋଟିଏ ଟିକି ଏବଂ ଏହି ଟିକି ଗୁଡିକ ଦେଖିବାକୁ କଳା ରଙ୍ଗର ଅଟେ l ଏଠାକାର ଲୋକଙ୍କ ମତରେ ଏହି ଟିକି ରେ ଚିକେନ ମଟନ ଠାରୁ ଅଧିକ ପ୍ରୋଟିନ ରହିଥାଏ l

Har Ghar Tiranga

Leave A Reply