Odisha news

ସୁଶାନ୍ତ ସାହୁ ହତ୍ୟା ମାମଲା, ୮ ଅଭିଯୁକ୍ତ ନିର୍ଦୋଷରେ ଖଲାସ

0
ବ୍ରହ୍ମପୁର,୫/୧୦/୨୪:ଅତିରିକ୍ତ ଜିଲ୍ଲା ଜଜ (ତୃତୀୟ) ବିବସ୍ବତ ଗୌତମ ସୁଶାନ୍ତ ସାହୁ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ ୮ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି ।
ନିର୍ଦୋଷ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ ଚନ୍ଦନ ରଣା, ସମୟକୁମାର ରଣା, ଅଜିତ ସେଠୀ, ଗୋପୀନାଥ ରଣା, ମାମୁନି ସାହୁ, ଟୁନା ସେଠୀ, ପ୍ରଦୀପ ସେଠୀ, ସୁଶାନ୍ତ କୁମାର ଜେନା ଅରଫ ଲିଣ୍ଟା । ଘଟଣା ସମୟରେ ଲିଣ୍ଟା ସମିତି ସଭ୍ୟ ଥିଲେ ।
ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଏପ୍ରିଲ ୨୦ ତାରିଖରେ ବଡ଼ଗୁମୁଳା ବାଉରୀ ସାହି ପଟୁ ଆସି ଦଳୁଆ ସାହି ର ବାବୁଲା ପାତ୍ର ଙ୍କ ବାରଣ୍ଡା ରେ ବସିଥିବା ସୁଶାନ୍ତ ସାହୁ ନାମକ ଜଣେ ଯୁବକକୁ ବୋମା ପକାଇ ହତ୍ୟା କରାଯାଇଥିଲା । ଏ ନେଇ ସୁଶାନ୍ତଙ୍କ ମା ଝୁନୁ ସାହୁ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତତ୍କାଳୀନ ଆଇଆଇସି ବିବେକାନନ୍ଦ ମହନ୍ତ ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୮ ଜଣ ଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିନଥିଲେ । ଦୁଇ ବର୍ଷ ପରେ ସମସ୍ତ ଅଭିଯୁକ୍ତ ଜାମିନ ହେଇଯାଇଥିଲା। ତା ପରଠୁ ସବୁ ଅଭିଯୁକ୍ତ ବିଚାରଣ ରେ ଉପସ୍ଥିତ ହେଇଥିଲେ। ବିଚାରଣା ବେଳେ ମୋଟ ୧୯ ଜଣସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ହେଲେ ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ କୋର୍ଟ ଶନିବାର ଉପରୋକ୍ତ ରାୟ ଶୁଣାଇଥିଲେ । ମୁଦଲାମାନଙ୍କ ପକ୍ଷରୁ ଆଇନଜୀବୀ ଚକ୍ରପାଣି ନାହାକ ବିରେନ ପଟ୍ଟନାୟକ ଉକ୍ତ ମାମଲା ପରିଚାଳନା କରୁଥିଲେ ।
Nalco

Leave A Reply