Odisha news

ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲକାରୀ ସୁମନଙ୍କୁ ସମ୍ବର୍ଦ୍ଧନା 

0
ବୁଗୁଡା : ତା ୨୧/୦୯/୨୪ : ସ୍ଥାନୀୟ ପିପୁଲ୍ସ କଲେଜର  ଏନସିସି କ୍ୟାଡଟ ସୁମନ ପ୍ରଧାନ ସର୍ବଭାରତୀୟ ସ୍ତରରେ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରି ନିଜ କଲେଜ ସମେତ ଓଡିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି । ଦିଲ୍ଲୀଠାରେ ସେପ୍ଟେମ୍ବର ୨ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ସର୍ବ ଭାରତୀୟ ସ୍ଥଳସେନା ଶିବିର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୫୧ ଜଣ କ୍ୟାଡଟ ଯୋଗ ଦେଇଥିଲେ । ଏହି ଶିବିର ଅବସରରେ ଅନୁଷ୍ଠିତ ବନ୍ଧୁକ ଚାଳନା ପ୍ରତିଯୋଗିତାରେ  ସୁମନ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଗତ ୧୨ ତାରିଖ ଦିନ ନୂଆଦିଲ୍ଲୀରେ ଏନସିସି ଲେଫ୍ଟନାଣ୍ଟ ଜେନେରାଲ ଗୁରବୀରପାଲ୍ ସିଂଙ୍କ ଠାରୁ ସ୍ୱର୍ଣ୍ଣପଦକ ଗ୍ରହଣ କରିଥିଲେ ।  ପିପୁଲ୍ସ କଲେଜର ଦକ୍ଷ ଏନସିସି ଅଫିସର ଲେଫନାଣ୍ଟ ଅଜୟ କୁମାର ସାହୁଙ୍କ ଉପଯୁକ୍ତ ପ୍ରଶିକ୍ଷଣ ଓ ସୁମନଙ୍କ ନିଷ୍ଠାପୂର୍ଣ୍ଣ ଅଭ୍ୟାସ ଯୋଗୁଁ ପିପୁଲସ କଲେଜ ସର୍ବଭାରତୀୟ ସ୍ତରରେ ପରିଚିତ ହୋଇପାରିଛି । ତେବେ ପିପୁଲସ୍ କଲେଜ ପକ୍ଷରୁ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଏବଂ ଏନସିସି ଅଫିସର ଲେଫନାଣ୍ଟ ଅଜୟ କୁମାର ସାହୁ ଉପସ୍ଥିତରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁମନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଅନ୍ଯତମ ଏନସିସି କ୍ୟାଡଟ ଜିତେନ୍ଦ୍ର ଗୌଡ଼ ଓଡିଶା ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଅନ୍ୟତମ ଏନସିସି କ୍ଯାଡେଟ୍  ଜିତେନ୍ଦ୍ର ଗୌଡ଼ଙ୍କୁ ମଧ୍ୟ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
Har Ghar Tiranga

Leave A Reply