Odisha news

ଗଞ୍ଜାମ ଜିଲ୍ଲା ବିଶ୍ଵକର୍ମା ସମାଜରବନ୍ଧୁ ମିଳନ ଓ ସାଂଗଠନିକ ଆଲୋଚନା ବୈଠକ 

0
ବୁଗୁଡା : ତା୨୦/୦୮/୨୪ :  ବୁଗୁଡା ବ୍ଲକ ବାଲିପଦର ଗ୍ରାମସ୍ଥ ବିଶ୍ଵକର୍ମା ଭବନରେ ଗଞ୍ଜାମ ଜିଲ୍ଲା ବିଶ୍ଵକର୍ମା ସମାଜ ପକ୍ଷରୁ ବନ୍ଧୁ ମିଳନ ଓ ସାଂଗଠନିକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅଜୟ କୁମାର ମହାରଣାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାରଣା ବିବରଣୀ ପଠନ ସହ ସଂଯୋଜନା କରିଥିଲେ। କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ମହାରଣା ଚଳିତ ବର୍ଷର ଆୟ ଓ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଘୁମୁସର, ମହୁରୀ, ପୂର୍ବଖଣ୍ଡ, ଶେରଗଡ଼, ସୋରଡା, ଆସିକା, ବିରୁଳି, ଖଲ୍ଲିକୋଟ, ପାରିକୁଦ, ମାଲୁଦ, ଛତ୍ରପୁର ପ୍ରଭୃତି ଅଞ୍ଚଳର ରାଜଶ୍ରୀ, ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାବୃନ୍ଦ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ୨୨ଟି ତାଲୁକାର ଜିଲ୍ଲା ସଦସ୍ୟମାନେ ଏହି ବୈଠରେ ଯୋଗ ଦେଇଥିଲେ। ଛତ୍ରପୁର, ପାଲୁର ଓ ପୂର୍ବଖଣ୍ଡ ରାଜଶ୍ରୀମାନେ ସମାଜର ଏକତା ଓ ଶୃଙ୍ଖଳା ପ୍ରତି ଗୁରୁତ୍ତ୍ବ ପ୍ରଦାନ କରିଥିଲେ। ସମାଜରେ ବାସନ୍ଦ ବ୍ୟବସ୍ଥା ଲୋପ କରିବା ସହ ସମାଜର ଗରିବ ପିଲାଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ ଓ ସାହାଯ୍ୟ କାଇବା ପାଇଁ ଜିଲ୍ଲା ସଭାପତି ଗୁରୁତ୍ତ୍ବ ପ୍ରଦାନ କରିଥିଲେ। ଜିଲ୍ଲା ସଂଗଠନ ସମ୍ପାଦକ ସୁଶାନ୍ତ ମହାରଣା, ଉପସଭାପତି ବିଭୂତି ମହାରଣା, ଗୌରଚନ୍ଦ୍ର ମହାରଣା, ସହକୋଷାଧ୍ୟକ୍ଷ ଈଶ୍ୱର ମହାରଣା, ଉପଦେଷ୍ଟା ରାଜେନ୍ଦ୍ର ମହାରଣାଙ୍କ ସମେତ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଘୁମୁସର ତାଲୁକା ଓ ବାଲିପଦର ଗ୍ରାମର ସମାଜ ଭାଇମାନେ ସହଯୋଗ କରିଥିଲେ।
Har Ghar Tiranga

Leave A Reply