Odisha news

ବାଲିପଦର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳନ ଓ ଛତ୍ରପଣା ବଣ୍ଟନ

0

ବୁଗୁଡ଼ା:୨୮/୦୪(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ବାଲିପଦର ପକ୍ଷରୁ ଉତ୍କଳ ନିର୍ମାତା ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରିବା ଅବସରରେ ପ୍ରଚଣ୍ଡ ରୌଦ୍ରତାପକୁ ଆଖିଆଗରେ ରଖି ଜନ ସାଧାରଣଙ୍କୁ ପଣା ବଣ୍ଟନ କରା ଯାଇଥିଲା। ଏହି ପରିପ୍ରେକ୍ଷୀରେ ନାଗରିକ ମଞ୍ଚ ସଭାପତି ଇଂ.ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ମଧୂ ଜୟନ୍ତୀ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ରଥ, ମଙ୍ଗୁଳି ପାତ୍ର, ବିଶ୍ବନାଥ ରଣା, ନରସିଂହ ପାତ୍ର, ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ଧ୍ରୁବ ପାଣିଗ୍ରାହୀ, ସନ୍ୟାସୀ ମହାରଣା, ପି. କ୍ରିଷ୍ଣାରାଓ ଦୋରା, ପ୍ରଦୀପ୍ତ ସାମନ୍ତରା, ସନ୍ତୋଷ କୁମାର ରାଉତ,ଶଶିଭୂଷଣ ସେନାପତି, ବିଷ୍ଣୁ ସ୍ବାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଗଙ୍ଗାଧର ପାତ୍ର ଓ ସାଥି ମାନେ ପଣା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Nalco

Leave A Reply