Odisha news

ବୁଗୁଡ଼ାରେ ଦୋଳ ମେଲଣ ଉତ୍ସବ

0
ବୁଗୁଡ଼ା : ତା ୨୩/୦୩/୨୪ : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପବିତ୍ର ଫଗୁ ଦଶମୀ ଠାରୁ ବୁଗୁଡ଼ାରେ ଦୋଳମେଲଣ ଉତ୍ସବ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରୁ ରାଧାକୃଷ୍ଣଙ୍କୁ ଦୋଳବିମାନରେ ଉପବେଶନ କରାଇ ବାଦ୍ୟ ବାଜଣା ସହ ନଗର ଭ୍ରମଣ କରାଯାଉଥିବା ବେଳେ ଠାକୁର ଦର୍ଶନ ସହ କୃପା ଭିକ୍ଷା ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାବେଶ ହେଉଛି । ଉକ୍ତ ଉତ୍ସବ ଅବସରରେ ପବିତ୍ର ଫାଲଗୁନ ଶୁକ୍ଳ ଚର୍ତୁଦଶୀ ତିଥିରେ ସ୍ଥାନୀୟ  ଯାଦବ ସାହିରେ ହୋଲିକା ଦହନ ବା ରାଜାଗ୍ନି କାର୍ଯ୍ୟକ୍ରମ ଏବଂ ପୂର୍ଣ୍ଣମୀରେ ବଡଦାଣ୍ଡଠାରେ ଦୋଳମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରୀ ବିରଞ୍ଚିନାରାୟଣ ମଠ ମହନ୍ତି ଭକ୍ତରାମ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଉତ୍ସବ ଅବସରରେ ଠାକୁରଙ୍କ ପୂଜାପାଠ ରୀତିନୀତି ପ୍ରକାରେ ପୂଜାରୀ ଉମାକାନ୍ତ ଦାଶଙ୍କ ଦ୍ବାରା ସମ୍ପାଦନ ହେଉଅଛି ।
Nalco

Leave A Reply