Odisha news

ଚୋରା ମଦ ଭାଟି ଉପରେ ଚଢ଼ାଉ , ୧୨୦ ଲିଟର ମଦ ଜବତ, ଜଣେ ଗିରଫ 

0
ବୁଗୁଡ଼ା : ତା ୧୩/୦୩/୨୪ : ବୁଗୁଡ଼ା ଅବକାରୀ ଥାନା ଅନ୍ତର୍ଗତ ମାଣିତରା, ଦିଗି ଓ ସେନାପତି ପାହାଡିଆ ଅଞ୍ଚଳରେ ଥାନା ଓ ଅବକାରୀ ପୋଲିସ ଚଢାଉ କରି ୩୪୦୦ ଲିଟର ପୋଚ ନଷ୍ଟ କରିବା ସହ ୧୨୦ ଲିଟର ମଦ ଏବଂ ମଦ ପ୍ରସ୍ତୁତିରେ ବ୍ଯବହୃତ ବିଭିନ୍ନ ସାମଗ୍ରୀକୁ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଜଣକ ହେଲେ ମାଣିତରା ଗ୍ରାମର ବାବୁ ମହାରଣା । ଏ ନେଇ ଅବକାରୀ ଥାନାରେ ୧୧୫/୨୩-୨୪ରେ ଏକ ମାମଲା ରୁଜୁ ହୋଇଥିବା ଅବକାରୀ ଅଧିକାରୀଙ୍କଠାରୁ ପ୍ରକାଶ ପାଇଛି  । ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଚଢାଉରେ ଅବକାରୀ ଅଧିକାରୀ ମୋଜି ଶବର ଓ ପୋଲିସ ଏସଆଇ ସମୀର କୁମାର ସେଠୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ୍ ରହିଥିଲେ  ।
Nalco

Leave A Reply