Odisha news

ଖଣ୍ଡାୟତ ଓଡ଼ିଆ ସମାଜର ସମ୍ମିଳନୀ କକ୍ଷ ଉଦଘାଟିତ 

0
ବୁଗୁଡା : ତା ୦୬/୦୩/୨୪ : ସ୍ଥାନୀୟ ଶାନ୍ତିନଗରସ୍ଥିତ ଉତ୍କଳୀୟ ଖଣ୍ଡାୟତ ଓଡିଆ ସମାଜ ସମ୍ମିଳନୀ କକ୍ଷର ପ୍ରତିଷ୍ଠା ଓ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ  ଯୋଗ ଦେଇ ସମ୍ମିଳନୀ କକ୍ଷକୁ ଉଦଘାଟନ କରିଥିବା ବେଳେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ, ସମାଜ ସଭାପତି ହରେକୃଷ୍ଣ ପାତ୍ର, ଉପସଭାପତି କାଳିଆ କାହ୍ନୁ ଜାନୀ , ସମ୍ପାଦକ ପ୍ରମୋଦ ଚନ୍ଦ୍ର ପ୍ରଧାନ, ସହ-ସମ୍ପାଦକ ଜଗନ୍ନାଥ ପ୍ରଧାନ , କୋଷାଧକ୍ଷ ଭକ୍ତବନ୍ଧୁ ପ୍ରଧାନ, ଉପଦେଷ୍ଟା ନିତ୍ୟାନନ୍ଦ ପାତ୍ର ଓ କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପୁରୋହିତ ବଂଶୀଧର ଦାଶ ଯଥାବିଧି ପୂର୍ବକ ଉକ୍ତ କକ୍ଷର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ । ଅନ୍ଯପକ୍ଷରେ ଏହି ଶୁଭ ଅବସରରେ ଏଠାକାର ନୂଆଁ ବସଷ୍ଟାଣ୍ଡସ୍ଥିତ ଶ୍ରମିକ ବିଶ୍ରାମ କେନ୍ଦ୍ର ମଧ୍ୟ ବିଧାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି ।
Nalco

Leave A Reply