Odisha news

ଶାଙ୍କୁଳାଈ ପୀଠରେ ବିଜେପିର ମିଶ୍ରଣ ପର୍ବ 

0
ବୁଗୁଡ଼ା : ତା ୦୮/୦୨/୨୪ :  ବୁଗୁଡ଼ା ବ୍ଲକର ଅନ୍ତରପଡା ଗାମସ୍ଥିତ ମା ଶାଙ୍କୁଳାଈ ପୀଠରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି  ।ଭାରତୀୟ ଜନତା ପାର୍ଟି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମର ରାମ ବିଷୋୟୀ ସୁନୀଲ ବିଷୋୟୀ ଏବଂ ପୋଲସରା ବ୍ଲକର କଳମ୍ବ ଗ୍ରାମର ନିକୁଞ୍ଜ ସାହୁ ସେମାନଙ୍କ ବହୁ ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଉପସଭାପତି ପ୍ରଭାକର ପଣ୍ଡା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନୀତା ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ ଏମାନେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
Nalco

Leave A Reply