Odisha news

ଗୁଣି ସନ୍ଧେହରେ ପାରିବାରିକ ଗଣ୍ଡଗୋଳ , କାଠ ଫାଳିଆ ଆକ୍ରମଣରେ ୩ ଆହାତ 

0
ବୁଗୁଡ଼ା : ତା ୧୪/୦୧/୨୪ : ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗାଁରେ ଗୁଣି ସନ୍ଦେହରେ ପାରିବାରିକ ଗଣ୍ଡଗୋଳ ଘଟି କାଠ ଫାଳିଆ ଆକ୍ରମଣରେ ତିନି ଜଣ ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି  । ଆହତମାନେ ହେଲେ ରାଧାମୋହନ ବେହେରା , କସ୍ତୁରୀ ବେହେରା , ରସ୍ମିତା ବେହେରା । ପ୍ରକାଶ ଯେ , ରାଧାମୋହନଙ୍କ ବଡ ଭାଇର ଝିଅ ଗର୍ଭବତୀ ଥିବାବଳେ ତାଙ୍କର ଛୁଆ ନଷ୍ଟ ହୋଇଯାଇଥିଲା । ଏଥି ପାଇଁ ରାଧାମୋହନଙ୍କ ଭାଉଜ ରସମଞ୍ଜରୀ ବେହେରା , ପୁତୁରା ସତ୍ଯନାରାୟଣ ଓ ଝିଆରୀ କଇଁ ଗୁଣି ଗାରେଡ଼ି ହୋଇଥିବା ନେଇ ରାଧାମୋହନଙ୍କ ସମେତ ତାଙ୍କର ସ୍ତ୍ରୀ  ଓ ବୋହୁକୁ ସନ୍ଧେହ କରିବାରେ ଉଭୟ ପରିବାର ମଧ୍ଯରେ କଥା କଟାକଟି ସହ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିବା ପରେ ରାଧାମୋହନଙ୍କ ପରିବାରର ତିନି ଜଣଙ୍କୁ ତାଙ୍କ ବଡଭାଇଙ୍କ ପରିବାରର ତିନି ମିଶି କାଠ ଫାଳିଆରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଆହତଙ୍କୁ ସାହି ପଡିଶା ଲୋକେ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ  । ଏ ନେଇ ଖବର ପାଇବା ପରେ ପୋଲିସ ମୋଟାବାଡ଼ି ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।
Har Ghar Tiranga

Leave A Reply