Odisha news

ଧାନ ଚାଷ କ୍ଷୟ କ୍ଷତି ଆକଳନ ଆରମ୍ଭ

0
ନିରାକାରପୁର,୭/୧୨:  ବାତ୍ୟା ପ୍ରଭାବ ରେ ଓଡିଶା ର ଚାଷୀକୁଳ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି।ଅମଳ ହେବାକୁ ଧାନ ଚାଷ ବ୍ୟାପକ କ୍ଷୟ କ୍ଷତି ହୋଇଛି।ବାତ୍ୟା ପ୍ରଭାବ ରେ ହୋଇଥିବା ଧାନ ଚାଷ କ୍ଷୟ କ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।ନିର୍ଦେଶ ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଆରମ୍ଭ ହୋଇଛି ଆକଳନ।ଆଜି ଟାଙ୍ଗୀ ବ୍ଲକରେ ଟାଙ୍ଗୀ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ପହଁଚି ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି।ଟାଙ୍ଗୀ ବ୍ଲକର ବୋତଣ୍ଡା,ନିରାକାର ପୁର,ବଡ଼ ପୋଖରୀଆ,ଟାଙ୍ଗୀ ଆଦି ଅଞ୍ଚଳ ବୁଲି କ୍ଷୟ କ୍ଷତି ଆକଳନ କରିଛନ୍ତି।ଟାଙ୍ଗୀ ବ୍ଲକରେ ମୋଟ ୯୮୦୦ ହେକ୍ଟର ଧାନ ଚାଷ କରିଥିଲେ ଚାଷୀ।ଏଥି ମଧ୍ୟରୁ ୬୦ ଭାଗ ଧାନ ଅମଳ ସରିଥିବା ବେଳେ ବାକି ଯାହା ଧାନ ରହିଥିଲା ଜମିରେ।ସେହି ଧାନ ଯାହା କ୍ଷତି ହୋଇଛି ତାହାର ଅନୁଧ୍ୟାନ କରିଛନ୍ତି ଜିଲ୍ଲା କୃଷି ଅଧିକାରୀ।ତେବେ ଆଜି ଠାରୁ ପାଗ ଭଲ ଦେବାରୁ ଧାନ ଚାଷ ସେଭଳି କ୍ଷୟ କ୍ଷତି ହେବ ନାହିଁଁ, ଯାହାର କ୍ଷତି ହେବ ସେହି ଚାଷୀଙ୍କୁ ରବି ଫସଲ ମାଧ୍ୟମରେ ଚାଷୀ ମାନଙ୍କୁ ସୁବିଧା ସୁଯୋଗ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ର।
କିନ୍ତୁ ଚାଷୀ ଯାହା ଅମଳ କରିବାକୁ ଲକ୍ଷ୍ୟ ରଖି ଥିଲା ସେତେ ପରିମାଣର ଅମଳ ହେବ ନାହିଁ ବୋଲି ଚାଷୀ ମାନେ କହିଛନ୍ତି।
Leave A Reply