Odisha news

କାର୍ ଧକ୍କାରେ ୨ କାଉଡିଆ ମୃତ , ୧୦ ଆହତ 

0
ବୁଗୁଡ଼ା : ତା ୨୧/୦୮/୨୩ : କାଉଡିଆଙ୍କ ଉପରେ ଚଡିଗଲା ଦ୍ରୁତଗାମୀ କାର l ଭେଟନଈ ଓ ଭେଜିପୁଟ ମଧ୍ୟରେ  କାଉଡିଆଙ୍କ ପଛ ପଟୁ କାର ଧକ୍କା ଦେବା ଫଳରେ ଜଣେ ମହିଳା କାଉଡିଆଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣା ପଡିଛି l ମୃତକ ଦ୍ବୟ  ହେଲେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଅରଖପୁର ଗ୍ରାମର  ଅନିତା ସ୍ୱାଇଁ(୩୬) ଓ  ମୁକୁନା ବେହେରା(୩୫) ଏବଂ ଆହତମାନେ ମଧ୍ୟ ସେହି ଗ୍ରାମର ଲଷ୍ମୀ ଭୂୟାଁ, ଲିଜା ଜେନା, ସଂଯୁକ୍ତା ସ୍ବାଇଁ, ଭାଗ୍ୟଲତା ଭୂୟାଁ, ବବିତା ରାଣୀ ସ୍ବାଇଁ, ଝୁମୁରି ପ୍ରଧାନ, ଲକ୍ଷ୍ମୀ ସ୍ୱାଇଁ, ରାଜା ପ୍ରଧାନ ଓ ସୋନିଆ ଜେନା l କାଉଡିଆମାନେ ଆସ୍କା ଋଷିକୂଲ୍ୟା ଘାଟରୁ ପାଣି ଧରି ଗାଁ ଶିବ ମନ୍ଦିରରେ ଜଳାଭିଷେକ କରିବା ପାଇଁ  ଆସୁଥିବା ବେଳେ ରାତି ସାଢେ ୧୨ ଟାରେ ଭେଟନଈ ନିକଟରେ ଦୁର୍ଘଟଣା ଘଟିଥିଲା l ସମସ୍ତଙ୍କୁ ପ୍ରଥମେ ଆସ୍କା ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏହି ଘଟଣା ପରେ ଅରଖପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି  ।
Nalco

Leave A Reply