ହର ପ୍ରସାଦ ପାଢ଼ୀ, ସାମ୍ବାଦିକ, ବୁଗୁଡ଼ା : କବି ହଂସ କେଳିସର ଘୁମୁସର ରାଜ ବଂଶ ପ୍ରତିଷ୍ଠିତ ବୀରଧନଞ୍ଜୟ ପୁର ଶାସନର ବରିଷ୍ଠ ଶିକ୍ଷାନୁବିତ୍ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ଦାଶ ଙ୍କ ସୁପୁତ୍ର ହେଉଛନ୍ତି ବୈଷ୍ଣବ ଚରଣ ଦାଶ। ତା ୧୫.୦୭.୧୯୯୨ ମସିହାରେ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ,ଯେ କି ସମଗ୍ର ବୁଗୁଡ଼ା ଅଞ୍ଚଳରେ ବହୁମୁଖୀ ପ୍ରତିଭା ର ପରିଚୟ ଦେଇ ସମାଜରେ ନିଜର ପ୍ରଭାବ ଏବଂ ପ୍ରତିଷ୍ଠା କୁ ବଜାୟ ରଖିବାରେ ସମର୍ଥ ହୋଇପାରିଛନ୍ତି। ତୁଳସୀ ଦୁଇ ପତ୍ରରୁ ବସିଲା ପରି ଛାତ୍ର ଜୀବନରୁ ତାଙ୍କ ପ୍ରତିଭାର ଅଙ୍କୁରୋଦଗମ୍ ବେଶ୍ ବାରି ହୋଇ ପଡ଼ୁଥିଲା। ଫଳରେ ଛାତ୍ର ଜୀବନରେ ବିଭିନ୍ନ ପ୍ରତିଯୋଗିତା ରେ ସେ ଅନେକବାର ପୁରସ୍କୃତ ହୋଇ ଶିକ୍ଷକମାନଙ୍କ ବେଶ୍ ପ୍ରିୟପାତ୍ର ହୋଇପାରିଥିଲେ। ମାଧ୍ୟମିକ ଶିକ୍ଷା ସମାପ୍ତି ପରେ ପୁରୀ ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟ ରୁ କର୍ମକାଣ୍ଡ ବିଭାଗରେ ସ୍ନାତକ ଉପାଧି ପ୍ରାପ୍ତ ଉପରାନ୍ତ ଶିକ୍ଷକତାଲିମ୍ ମଧ୍ୟ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଂପ୍ରତି ସେ ବୁଗୁଡ଼ା ର ଅଗ୍ରଣୀ ନିୟୁଏରା ପବ୍ଲିକ ସ୍କୁଲ ରେ ଶିକ୍ଷକତା କରି ନିଜର ଅଭିନବ ଶିକ୍ଷାଦାନ କୌଶଳ ଫଳରେ ଛାତ୍ରଛାତ୍ରୀମାନଙ୍କ ଅତ୍ୟନ୍ତ ପ୍ରିୟ ଭାଜନ ହୋଇପାରିଛନ୍ତି। ସେ ଏକା ଧାରରେ ଜଣେ ଦକ୍ଷ ଶିକ୍ଷକ,ସମାଜସେବୀ,ପରିବେଶ ସଂରକ୍ଷକ,କବି,ଲେଖକ,ପ୍ରାବନ୍ଧିକ,ଗା ଳ୍ପିକ ଏବଂ କର୍ମକାଣ୍ଡ ତତ୍ଵଦର୍ଶି ରୂପେ ଅଞ୍ଚଳରେ ପରିଚିତ ଅଛନ୍ତି। ବିଭିନ୍ନ ଯାଗଯଜ୍ଞ,ପ୍ରତିଷ୍ଠା, ଶିବାଭିଷେକ,ବିବାହ, ବ୍ରତାଦି ମାଙ୍ଗଳିକ କାର୍ଯ୍ୟରେ ପୁରୋହିତ ଓ ପ୍ରଚାରକ ରୂପେ ସଫଳ କାର୍ଯ୍ୟ ସଂପାଦନ ତାଙ୍କ ଜୀବନର ଅନ୍ୟ ଏକ ବୈଶିଷ୍ଟ୍ୟ। ବୃକ୍ଷରୋପଣ,ସାମାଜିକ ବନୀକରଣ,ବନ୍ୟଜନ୍ତୁ ସଂରକ୍ଷଣ,ସ୍ବାସ୍ଥ୍ୟ ସଚେତନତା,ପରିବେଶ ସୁରକ୍ଷାଦି ଦିଗରେ ତାଙ୍କରି ଅନାବିଳ ଅନୁରାଗ ଅନୁକରଣୀୟ। ଅଞ୍ଚଳରେ ଶବଦାହ କରିବା ମଧ୍ୟ ତାଙ୍କରି ଏକ ମହତ୍ ଗୁଣ। ସେ ଜଣେ ଦକ୍ଷ ସ୍କାଉଟ ମାଷ୍ଟର ରୂପେ ମଧ୍ୟ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ବିଭାଗୀୟ ବେସିକ ଓ ଆଡଭାନସ୍ ତାଲିମ୍ ରେ କୃତକାର୍ଯ୍ୟ ହୋଇଛନ୍ତି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ।ସ୍ଵଭାବ ରେ ଜଣେ ସରଳ, ଶାନ୍ତ, ସହଯୋଗୀ, ଏବଂ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ପ୍ରତ୍ୟେକଟି ସାମାଜିକ କାର୍ଯ୍ୟରେ ତାଙ୍କରି ଉପସ୍ଥିତି କାମନା କରିଥାନ୍ତି। ତାଙ୍କରି ଶତାଧିକ କବିତା, ପ୍ରବନ୍ଧ,ଗଳ୍ପ,ଫିଚର୍ ବିଭିନ୍ନ ଦୈନିକ,ସାପ୍ତାହିକ,ମାସିକ ଓ ବାର୍ଷିକ ପତ୍ର ପତ୍ରିକାରେ ପ୍ରକାଶ ପାଇ ବିପୁଳ ପାଠକୀୟ ସ୍ଵୀକୃତି ଲାଭ କରିଛି। ନିଜର ସାହିତ୍ୟ କୃତି ପାଇଁ ସେ ଓଡ଼ିଶା ର ଅନେକ ସାରସ୍ଵତ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହେବାର ଗୌରବ ହାସଲ କରିଛନ୍ତି। ସେ ଭିତରୁ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ, ବିକ୍ଷିପ୍ତା ସାରସ୍ଵତ ସମ୍ମାନ, ମାଟିଲଗ୍ନା ସାହିତ୍ୟ ସଂସଦ, କୌଶଲ୍ୟା ସାହିତ୍ୟ ଓ ସଂସ୍କୃତି ପରିଷଦ କଟକ, ଗ୍ରାମ୍ୟ ଉନ୍ନୟନ ସମିତି ବୀରଧନଞ୍ଜୟ ପୁର, ମାଟିଲଗ୍ନା ଆଦର୍ଶ ଶିକ୍ଷକ ସମ୍ମାନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ର ପ୍ରକୃତି ବନ୍ଧୁ ସମ୍ମାନ, ବୁଦ୍ଧଖୋଲ ମହୋତ୍ସବା ସମ୍ମାନ, ଗଞ୍ଜାମ ଏକାଡେମୀ ଅଫ୍ ଫାଇନ ଆର୍ଟ ର କଳାବିମ୍ବ ସମ୍ମାନ, ସାଇ ସାହିତ୍ୟ ସଂସ୍ଥାନ ବିଳାସପୁର ର ପଲ୍ଲୀପଲ୍ଲବ ସମ୍ନାନ, ନିୟୁଏରା ପବ୍ଲିକ୍ ସ୍କୁଲ ରୁ ଗୁରୁ ସମ୍ମାନ,ଆନ୍ତର୍ଜାତିକ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ, ଆଠଗଡ଼ ପାଟଣା ରୁ ଦେବୀ ଉପାସକ ସମ୍ମାନ ଆଦି ଉଲ୍ଲେଖନୀୟ। ନିଜର ନିରନ୍ତର ଅଧ୍ୟୟନ ଲିପସା ଓ ଅନୁସନ୍ଧାନ ବଳରେ ସାହିତ୍ୟ କ୍ଷେତ୍ରରେ ପାଦ ଅଧିକ ମଜବୁତ୍ କରି ଆଗେଇ ଯିବାକୁ ପ୍ରମୁଖ ସୁଯୋଗ ପାଇଛନ୍ତି। ଘୁମୁସର ର ଘୁମନ୍ତ ପ୍ରକୃତିରୁ ସାହିତ୍ୟ ସର୍ଜନା ପାଇଁ ସେ ପାଇଛନ୍ତି ଅନେକ ତଥ୍ୟ ଓ ଖୋରାକ। ପ୍ରେମ ପ୍ରଣୟ,ପ୍ରୀତି ଓ ମାନବବାଦ ଦିଗପ୍ରତି ତାଙ୍କରି ଦୃଷ୍ଟିକୋଣ ତାଙ୍କର ପ୍ରତିଟି ସୃଜନି ରେ ପରିପ୍ରକାଶ ହୋଇଥାଏ। ସଂପ୍ରତି ସାହିତ୍ୟ ର ଏକ ଅଭିଷ୍ଟ ଆସନରେ ରେ ଆନିତ। ଅନେକ ସମୟରେ ତାଙ୍କର ଦକ୍ଷିଣୀ ମୃଦଙ୍ଗ ବାଦନ ଦେଖିବାକୁ ମିଳେ। ଶାସନ ତଥା ଅଞ୍ଚଳ ଯାନିଯାତ୍ରା ରେ ସେ ତଲ୍ଲିନ ହୋଇ ମୃଦଙ୍ଗ ବଜାନ୍ତି।
ତାଙ୍କ ଜୀବନରେ ଉନ୍ନତିର ସମସ୍ତ ଶ୍ରେୟ ସେ ନିଜ ଶିକ୍ଷା ଗୁରୁ ପଣ୍ଡିତ ଅନନ୍ତ କର ଙ୍କୁ ପ୍ରଦାନ କରିଛନ୍ତି। ବହୁ ବୌଦ୍ଧିକ ଓ ସାହିତ୍ୟ ଅନୁଷ୍ଠାନ ସହ ସଘନ ସଂପୃକ୍ତି ରଖି ସେ ଆଗକୁ ବଢ଼ି ଚାଲିଛନ୍ତି। ତେଣୁ ଏ ଭଳି ଜଣେ ବହୁମୁଖୀ ପ୍ରତିଭାଧର ଙ୍କୁ ଭିନ୍ନ ଏକ ସବ୍ୟସାଚୀ କହିବାରେ କାହାରି ଦ୍ୱିଧା ନାହିଁ।