Odisha news

ବୃନ୍ଦାବନ ର ଗୋଟିଏ ଏଭଳି ମନ୍ଦିର ଯେଉଁଠି ୫୦୦ ବର୍ଷ ହେଲାଣି ଜଳୁଛି ହୋମ କୁଣ୍ଡର ଅଗ୍ନି 

0
ବୃନ୍ଦାବନ ଅର୍ଥାତ ବ୍ରଜ ଧାମ ଯାହାର କୋଣ ଅନୁକୋଣ ରେ ଶ୍ରୀକୃଷ୍ଣ ଙ୍କ ବାସ l ବୃନ୍ଦାବନ ର ସମସ୍ତ ସୁନ୍ଦର ମନ୍ଦିର ମଧ୍ୟରେ ଲୁଚି ରହିଛି କେତେ ଯେ କାହାଣୀ, ଯାହାକି ଆଜି ମଧ୍ୟ ରହସ୍ୟ l ଗୋଟିଏ ଏଭଳି ମନ୍ଦିର ଯେଉଁଠି ଦେଖିବାକୁ ମିଳିଥାଏ ପ୍ରଭୁଙ୍କ ଚମତ୍କାର ଲୀଳା l ଏହି ମନ୍ଦିର ରେ ଥିବା କୃଷ୍ଣଙ୍କ ମୂର୍ତି ରେ କେତେବେଳେ ଦେଖିବାକୁ ମିଳିଥାଏ ଶ୍ରୀକୃଷ୍ନ ଙ୍କ ଦାନ୍ତ ତ ଆଉ କେତେବେଳେ ଦେଖିବାକୁ ମିଳିଥାଏ ସ୍ମିତ ହାସ୍ୟ କୃଷ୍ଣ ଙ୍କ ମୁଖ l
ଆମେ କହୁଚୁ ବୃନ୍ଦାବନର ରାଧାରମଣ ଲାଲଜୁ ମନ୍ଦିର ବିଷୟରେ l ଯେଉଁଠି ୫ଶହ ବର୍ଷ ହେଲାଣି ଅଗ୍ନି ସ୍ୱତଃ ପ୍ରଜ୍ବଳିତ ହୋଇ ରହିଛି l ପୌରାଣିକ ମାନ୍ୟତା ଅନୁସାରେ ଚୈତନ୍ୟ ମହାପ୍ରଭୁ ଙ୍କ ଶିଷ୍ୟ ଗୋପାଳ ଭଟ ଗୋସ୍ୱାମୀ ନିଜର ଭକ୍ତି ବଳରେ ରାଧା ରମଣ ଙ୍କ ବିଗ୍ରହ ରୂପ କୁ ପ୍ରକଟ କରିଥିଲେ l ଏବଂ ଯେତେବେଳେ ପ୍ରଭୁଙ୍କୁ ସ୍ଥାପନା କରିବା ପାଇଁ ହୋମ କରିବାକୁ ଚାହିଁଥିଲେ ଅଗ୍ନି ମିଳିନଥିଲା , ଗୋପାଳ ଭଟ ଗୋସ୍ୱାମୀ ନିଜ ମନ୍ତ୍ର ବଳରେ କାଷ୍ଟ ରେ ଅଗ୍ନି ସଂଯୋଗ କରି ହଵନ କରିବାରେ ସକ୍ଷମ ହୋଇଥିଲେ l
ସେହି ସମୟ ଠାରୁ ଏହି ଅଗ୍ନି ପ୍ରଜ୍ବଳିତ ହୋଇ ଆସୁଛି, ଯେ କୌଣସି ପରିସ୍ଥିତି ହେଉନା କାହିଁକି ନା ପ୍ରକୃତି ନା ମନୁଷ୍ୟ କେହିବି ତାକୁ ଲିଭାଇବା ରେ ସକ୍ଷମ ହୋଇ ନାହାନ୍ତି l ଆଜି ମଧ୍ୟ ରାଧାରମଣ ଙ୍କ ପ୍ରସାଦ ଅଗ୍ନି ରେ ପକାଯାଉଛି l ରାଧାରମଣ ମନ୍ଦିର ରେ ଧୂପ ଦୀପ ଅଗ୍ନି ସଂଯୋଗ କରିବା ପାଇଁ ଦିଆସିଲି କିମ୍ବା ଅନ୍ୟ କୌଣସି ବସ୍ତୁ ର ବ୍ୟବହାର ହୋଇନଥାଏ l ଏହି ସ୍ୱତଃ ପ୍ରଜ୍ବଳିତ ଅଗ୍ନି ଦ୍ୱାରା ଏହା ଜଳିଥାଏ l

Leave A Reply