ବର୍ତମାନ ଧଳା ଚାଉଳ ତୁଳନାରେ ବ୍ରାଉନ ରାଇସ ର ଖୁବ ଚାହିଦା ବଢି ଯାଇଛି l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବ୍ରାଉନ ରାଇସ ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ l ବ୍ରାଉନ ରାଇସ ଫାଇବର ରେ ଭରପୁର ହୋଇଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବ୍ରାଉନ ରାଇସ ଓଜନ ହ୍ରାସର ଗୋଟିଏ ଭଲ ମଧ୍ୟମ ଅଟେ l ତେବେ ଆସନ୍ତୁ ଜାଣିବା ବ୍ରାଉନ ରାଇସ କାହିଁକି ସ୍ୱାସ୍ଥ୍ୟ ପକ୍ଷରେ ହିତକର l
କେଉଁସବୁ ପୋଷାକ ତତ୍ତ୍ୱରେ ଭରପୁର ଅଟେ ବ୍ରାଉନ ରାଇସ –
– କ୍ୟାଲୋରୀ – ୨୪୮
– ଫାଇବର – ୩ . ୨ ଗ୍ରାମ
– ଫ୍ୟାଟ – ୨ଗ୍ରାମ
– କାର୍ବସ୍ – ୫୨ ଗ୍ରାମ
– ପ୍ରୋଟିନ – ୫ . ୨ ଗ୍ରାମ
– ଆଇରନ – ୬ ପ୍ରତିଶତ
– ମଗ୍ନେଶୀୟମ -୧୯ %
– ଫସଫରସ -୧୭ %
– ଜିଙ୍କ – ୧୩ %
– ମାଙ୍ଗାନିଜ – ୮୬ %
– ଥିଆମୀନ – ୩୦ %
– ନିୟସିନ – ୩୨ %
* ଓଜନ ହ୍ରାସ ପାଇଁ ବ୍ରାଉନ ରାଇସ କେତେ ଉପକାରୀ –
ପ୍ରୋସେସଡ଼ ହ୍ୱାଇଟ ରାଇସ ତୁଳନାରେ ବ୍ରାଉନ ରାଇସ ଦ୍ରୁତ ବେଗରେ ଓଜନ ହ୍ରାସ କରିଥାଏ l ଫାଇବର ରେ ଭରପୁର ହୋଇଥିବା କାରଣରୁ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରି ହୋଇ ରହିଥାଏ l ବ୍ରାଉନ ରାଇସ ରେ ହ୍ୱାଇଟ ରାଇସ ତୁଳନାରେ କମ କ୍ୟାଲୋରୀ ରହିଥାଏ l
* ମଧୁମେହ ରୋଗୀ ଙ୍କ ପାଇଁ ବ୍ରାଉନ ରାଇସ ଖୁବ ହିତକର, କିନ୍ତୁ ହ୍ୱାଇଟ ରାଇସ ପ୍ରୋସେସଡ଼ ହୋଇଥିବା କାରଣରୁ ମଧୁମେହ ରୋଗୀଙ୍କ ନିକଟରେ ରକ୍ତ ଶର୍କରା ବୃଦ୍ଧିର କାରଣ ହୋଇଥାଏ l ମଧୁମେହ ରୋଗୀ ବ୍ରାଉନ ରାଇସ କୁ ନିଜ ଆହାରରେ ସାମିଲ କରିପାରିବେ l
* ଯେଉଁ ବ୍ୟକ୍ତିମାନେ ନିୟମିତ ଗ୍ୟାସ, ଏସିଡ଼ିଟି ସମସ୍ୟାରେ ପ୍ରଭାବିତ ହେଉଛନ୍ତି ସେମାନେ ବ୍ରାଉନ ରାଇସ କୁ ନିଜ ଭୋଜନ ରେ ସାମିଲ କରିପାରିବେ l ବ୍ରାଉନ ରାଇସ ପେଟ ଜନିତ ସମସ୍ୟା ପାଇଁ ମଧ୍ୟ ଖୁବ ହିତକର l
* କୋଲେଷ୍ଟ୍ରଲ ଓ ଉଚ୍ଚ ରକ୍ତଚାପ ସମସ୍ୟାରେ ଗତି କରୁଥିବା ଲୋକେ ନିୟମିତ ବ୍ରାଉନ ରାଇସ ସେବନ କରିପାରିବେ l ଏହାଦ୍ୱାରା କୋଲେଷ୍ଟ୍ରଲ ସ୍ତର ମଧ୍ୟ ସନ୍ତୁଳିତ ରହିଥାଏ ଏବଂ ରକ୍ତଚାପ ମଧ୍ୟ ସ୍ଥିର ରହିଥାଏ l