Odisha news

କଣ ପାଇଁ ବର୍ଷା ଋତୁରେ ବୃଦ୍ଧି ହୋଇଥାଏ ଉଚ୍ଚ ରକ୍ତଚାପ ସମସ୍ୟା ? କଣ କହୁଛି ରିସର୍ଚ୍ଚ

0

ଋତୁ ବଦଳିବା ସହିତ ଏହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡିଥାଏ, ବର୍ଷା ଦିନ ଆସିବା ମାତ୍ରକେ କିଛିଟା ରୋଗର ସମସ୍ୟା ମଧ୍ୟ ବଢି ଯାଇଥାଏ l ଏବଂ ବର୍ଷା ଦିନରେ ବାତାବରଣ ରେ ଆର୍ଦ୍ରତା କାରଣରୁ ବ୍ଲଡ଼ ପ୍ରେସର ରେ ମଧ୍ୟ ପରିବର୍ତ୍ତନ ଆସିଥାଏ l ଅନେକ ଗୁଡିଏ ରିସର୍ଚ୍ଚ ଅନୁସାରେ କୁହାଯାଇଛି ଯେ ଜଳବାୟୁ ରେ ପରିବର୍ତନ ହାର୍ଟ ଓ ବ୍ଲଡ଼ ପ୍ରେସର ଉପରେ ପଡିଥାଏ l ଏଥିପାଇଁ ବିଶେଷ ଧ୍ୟାନ ରଖିବା ଜରୁରୀ l

ବ୍ଲଡ଼ ପ୍ରେସର ଉପରେ ବର୍ଷା ଋତୁର ପ୍ରଭାବ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ, ବର୍ଷା ଋତୁରେ ହ୍ୟୁମିଡ଼ିଟି ଅଧିକ ବଢି ଯାଇଥାଏ l ତାପମାତ୍ରା ରେ କମ ଅଧିକ ଦେଖା ଯାଇଥାଏ, ଯେଉଁ କାରଣରୁ ବ୍ଲଡ଼ ପ୍ରେସର ହ୍ରାସ ଓ ବୃଦ୍ଧି ଲାଗି ରହିଥାଏ l ତାପମାତ୍ରାରେ ଆର୍ଦ୍ରତା କାରଣରୁ ଡି – ହାଇଡ୍ରେସନ ଓ ଇଲେକଟ୍ରୋଲାଇଟ ଅସନ୍ତୁଳନ କାରଣରୁ ବ୍ଲଡ଼ ପ୍ରେସର ରେ ରେଗୁଲେସନ ହୋଇଥାଏ l ହାର୍ଟ ସମସ୍ୟା ମଧ୍ୟ ଦେଖା ଯାଇଥାଏ l

– ଯେତେବେଳେ ବର୍ଷାଋତୁ ଆସିଥାଏ ଫିଜିକାଲ ଆକ୍ଟିଭିଟି ଓ ଖାଦ୍ୟ ପେୟ ରେ ପରିବର୍ତ୍ତନ ଆସିଥାଏ l ପ୍ରବଳ ବର୍ଷା କାରଣରୁ ଗୁଳୁଗୁଳି ଦେଖା ଯାଇଥାଏ ଓ ରକ୍ତଚାପ ବୃଦ୍ଧି ହୋଇଥାଏ l ଏବଂ ଆହାର ରେ ମଧ୍ୟ ପରିବର୍ତନ ହୋଇଥାଏ ଏବଂ ବ୍ଲଡ଼ ପ୍ରେସର ରେ ପରିବର୍ତନ ହୋଇଥାଏ l

– ଏହି ସମୟରେ ହାର୍ଟ ଅଟାକା ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ, ଏହି ଋତୁରେ ବୟସ୍କମାନେ ହାର୍ଟ ସମସ୍ୟା ବୃଦ୍ଧି ହୋଇଥାଏ l ହାର୍ଟ ପେସେଣ୍ଟ ମାନେ ବିଶେଷ ଧ୍ୟାନ ଦେବା ଜରୁରୀ l

– ତାପମାତ୍ରାରେ ଆର୍ଦ୍ରତା ଅସନ୍ତୁଳନ କାରଣରୁ ମଧୁମେହ ରୋଗୀ ମାନେ ସତର୍କ ରହିବା ଜରୁରୀ ଅଟେ l କାହିଁକିନା ମଧୁମେହ ରୋଗୀ ଙ୍କର ସମସ୍ୟା ଅଧିକ ମାତ୍ରl ରେ ବୃଦ୍ଧି ହେଉଥିବା ର ମୁଖ୍ୟ କାରଣ ହେଉଛି ପାଣି ପିଇବାରେ କମି l

– ହେଲଦି ଲାଇଫ ଷ୍ଟାଇଲ ଫଲୋ କରନ୍ତୁ, ନିୟମିତ ଭାବରେ ବ୍ଲଡ଼ ପ୍ରେସର ଚେକ କରିବା ଜରୁରୀ l ଏବଂ ଅଧିକ ମାତ୍ରାରେ ପାଣି ମଧ୍ୟ ପିଇବା ଆବଶ୍ୟକ l

Nalco

Leave A Reply