Odisha news

ବୋରିଗୁମ୍ମା ବ୍ଲକରେ ୧୦ ଗୋଟି ବିଦ୍ୟାଳୟ ବନ୍ଦ ହେବ। ୧୭ ଗୋଟି ବିଦ୍ୟାଳୟ ର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଅନ୍ୟ ବିଦ୍ୟାଳୟ ସହ ମିଶିବେ।

0

ବୋରିଗୁମ୍ମା (sk)– ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ୨୦ ରୁ କମ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଛଅ ହଜାର ରୁ ଅଧିକ ବିଦ୍ୟାଳୟ  ବନ୍ଦ ହେଉଥିବା ବେଳେ ବୋରିଗୁମ୍ମା ବ୍ଲକରେ ୧୦ ଗୋଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ।।ବନ୍ଦ ହେଉଥିବା ବିଦ୍ୟାଳୟ ଗୁଡିକ ହେଉଛି ରାଣୀଗୁଡା, ବାଟିଗୁଡା, ବାରଙ୍ଗଗୁଡା, ଚିଲାମାଣ୍ଡି, ତରଭଟ୍ଟା, କେ.ଯାନୀଗୁଡା, ସମରଥଗୁଡା,ଦାହଦଗୁଡା,  ଦାବୁଗୁଡା, ପି.ଝିଲିମିଳି।ଏହି ସବୁ ପ୍ରାଥମିକ ବିଦ୍ୟାଳୟରେ ୨୦ ରୁ କମ ଛାତ୍ର ଛାତ୍ରୀ ପାଠ ପଡୁଥିଲେ। ତେବେ ସ୍କୁଲ ବିଲ୍ଡିଂ ଗୁଡିକ ସଂପୃକ୍ତ ପଞ୍ଚାୟତ କୁ ହସ୍ତାନ୍ତର କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି। ସେହିଭଳି ୧୭ ଗୋଟି ବିଦ୍ୟାଳୟ ର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ନିକଟସ୍ଥ ବିଦ୍ୟାଳୟ କୁ ସ୍ଥାନାନ୍ତର ହେବେ।ଏହି ସବୁ ବିଦ୍ୟାଳୟରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାମାନେ ୪୦ ରୁ କମ ଅଛନ୍ତି। ବନ୍ଦ ହୋଇଥିବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆବଶ୍ୟକ ଅନୁଯାୟୀ ଅନ୍ୟ ବିଦ୍ୟାଳୟ କୁ ପଠାଯିବ ବୋଲି ବି ଇ ଓ ଶ୍ରୀ ନାୟକ କହିଛନ୍ତି। ଏପ୍ରିଲ ପହିଲା ହିଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ବର୍ତ୍ତମାନ ସାରା ଦେଶରେ ଲକ ଡାଉନ ଯୋଗୁଁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି। ବିଦ୍ୟାଳୟ ଖୋଲିଲା ପରେ ସବୁ ଠିକଠାକ ଚାଲିବ ବୋଲି ଜଣେ ଶିକ୍ଷା ଅଧିକାରୀ କହିଛନ୍ତି। ବୋରିଗୁମ୍ମା ବ୍ଲକରେ ମୋଟ ୨୪୮  ଗୋଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ୧୦ ଟି ବିଦ୍ୟାଳୟ ବନ୍ଦ ଯୋଗୁଁ ବିଦ୍ୟାଳୟ ସଂଖ୍ୟା ୨୩୮ କୁ ଖସିଆସିଛି।

Leave A Reply