ସପ୍ତମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଜଣେ ଛାତ୍ରୀ ଙ୍କୁ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କ ରୁମ ପରିସର ମଧ୍ୟରେ ଦୁଷ୍କର୍ମ : ଆସନ୍ତୁ ଜାଣିବା ପୁରା ଖବର
ବୋରିଗୁମ୍ମା (କେ.ସାକିଲି ଦୋରା)—–ସପ୍ତମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଜଣେ ଛାତ୍ରୀ ଙ୍କୁ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କ ରୁମ ପରିସର ମଧ୍ୟରେ ଦୁଷ୍କର୍ମ ହୋଇଥିବା ନେଇ ବୋରିଗୁମ୍ମା ଥାନା ରେ ଅଭିଯୋଗ ହୋଇଛି।ଏଭଳି ଅଭିଯୋଗ ଆଣିଛନ୍ତି ବୋରିଗୁମ୍ମା ସ୍ଥିତ ବେସରକାରୀ ସ୍କୁଲ ର ଜଣେ ସପ୍ତମ ଶ୍ରେଣୀ ର ଛାତ୍ରୀ।ଗତ ଶନିବାର ଦିନ ଅପରାହ୍ଣ ୪ ଘଣ୍ଟା ସମୟ ରେ ବେସରକାରୀ ବିଦ୍ୟାଳୟ ର ରାତ୍ରି ଜଗୁଆଳି ଙ୍କ ସମ୍ପର୍କୀୟ ଛାତ୍ରୀ ଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ରୁମ ରେ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଦର୍ଶାଇ ଛନ୍ତି।
ଅଭିଯୋଗ କୁ ଆଧାର କରି ବୋରିଗୁମ୍ମା ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛି।ନାବାଳିକା ଛାତ୍ରୀ ଙ୍କ ଡାକ୍ତରୀମାଇନା ସହ ୧୬୧ ଓ ୧୬୪ ବୟାନ ରେକର୍ଡ କରାଯାଇଛି। ସେପଟେ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଅଟକ ରଖି ପଚରା ଉଚାର ମଧ୍ୟ କରୁଛି ପୋଲିସ।ଅନ୍ୟ ପଟେ ବିଦ୍ୟାଳୟ ରେ ୭ମ ଶ୍ରେଣୀ ଶିକ୍ଷାଦାନ ବନ୍ଦ ରହିଛି,ସ୍କୁଲ ବନ୍ଦ ସମୟ ରେ ଛାତ୍ରୀ କିପରି ବିଦ୍ୟାଳୟ କୁ ଆସିଲେ,ଆଉ ଗୋଟିଏ ଦିନ ପାଇଁ ନିଜ ସମ୍ପର୍କୀୟ ଘରକୁ ଆସି ଛାତ୍ରୀ ଙ୍କୁ ଜାଣିଲେ କେମିତି ?ଆଉ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ରୁମ ର ଚାବି କାଠି କେବଳ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଙ୍କ ପାଖରେ ନାହିଁ ରୁମ ଚାବି ଖୋଲିଲା କେମିତି।
ଏମିତି ଅନେକ ଅସମାହିତ ପ୍ରଶ୍ନ ମଧ୍ୟ ଉଠୁଛି ।ଅନ୍ୟ ପଟେ ଅଭିଯୋଗ ମୁତାବକ ଶନିବାର ଅପରାହ୍ନ ୪ଘଣ୍ଟା ସମୟ ରେ ବିଦ୍ୟାଳୟ ପରିସରରେ ଏକ ବୈଠକ ଚାଲୁଥିଲା ଯାହାର ସମସ୍ତ ପ୍ରମାଣ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ସିସି କ୍ୟାମେରା ରେ କଏଦ ହୋଇଛି।ସେହି ସମୟ ରେ କେହି ଆସିନାହାନ୍ତି କି ଯାଇ ନାହାନ୍ତି ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ରୁମ ମଧ୍ୟ ଖୋଲା ହୋଇନି ।ବିଦ୍ୟାଳୟ ମଧ୍ୟେରେ ଦୁଷ୍କର୍ମ ହେଲା କେମିତି ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯେହେତୁ ଏଭଳି ଅଭିଯୋଗ ର ନିରପେକ୍ଷ ତଦନ୍ତ ହେଲେ ହିଁ ଅଭିଯୋଗ ର ସତ୍ୟା ସତ୍ୟ ସାମ୍ନା କୁ ଆସିପାରିବ ବୋଲି ସାଧାରଣ ରେ ଦାବୀ ହେଉଛି।
Comments are closed.