ବୋରିଗୁମ୍ମା : ତୈଳ ,ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ଯ ର ଦରଦାମ ବୃଦ୍ଧି ପ୍ରତିବାଦ ରେ କଂଗ୍ରେସ ର ୬ ଘଣ୍ଟିଆ ବନ୍ଦ ଡାକରା
ବୋରିଗୁମ୍ମା (କେ.ସାକିଲି ଦୋରା)—– ଦେଶରେ ତୈଳ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ର ହୁ ହୁ ହୋଇ ବୃଦ୍ଧି ପାଉଛି। କୌଣସି ପ୍ରକାରେ ତୈଳ ଓ ରନ୍ଧନ ଗ୍ୟାସ ଦର କମି ବାର ନାଁ ନେଉନାହିଁ। କେନ୍ଦ୍ର ସରକାର ପ୍ରତି ସପ୍ତାହରେ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି କରି ଚାଲିଛନ୍ତି। ଏହାର ପ୍ରତିବାଦ ରେ ପ୍ରଦେଶ କଂଗ୍ରେସ ଆଜି ରାଜ୍ୟରେ ଛଅ ଘଣ୍ଟିଆ ବନ୍ଦ ପାଳନ କରିଥିଲା।
ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଙ୍କ ନିର୍ଦ୍ଦେଶ କ୍ରମେ ବୋରିଗୁମ୍ମା ରେ ସକାଳ ୭ ଟା ଠାରୁ ଦିନ ୧ ପର୍ଯ୍ୟନ୍ତ ବନ୍ଦ ପାଳନ ହୋଇଥିଲା। ବ୍ଲକ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସକାଳ ୭ ଟା ରୁ ୨୬ ଓ ୬୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।
କେଵଳ ଅତ୍ୟାବଶ୍ୟକ ଗାଡି ଗୁଡିକୁ ଛାଡୁଥିବା ଦେଖିବାକୁ ମିଳିଥିଲା।ସହରରେ ଦୋକାନ ବଜାର ପ୍ରାୟ ବନ୍ଦ ରହିଥିଲା। ଦୁଇ ଚକିଆ ଯାନ ଚଳାଚଳ ସ୍ବାଭାବିକ ଥିଲା। ତେବେ ଛଅ ଘଣ୍ଟିଆ ବନ୍ଦ ପାଳନ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳି ନ ଥିଲା। ପୋଲିସ ପକ୍ଷରୁ ରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବନ୍ଦ ସମୟରେ କଂଗ୍ରେସ କର୍ମୀ ରାମଚନ୍ଦ୍ର ପାଢ଼ୀ ,ବୁଲୁ ପ୍ରଧାନ, ସୁରେଶ ରାଉତ, କୈଳାସ ରଥ,କେ.ସୁଧାକର, ବ୍ଲକ ଅଧ୍ୟକ୍ଷା ବିମଳା ଚାଲାଣ, ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ଯାନୀ, ପିଙ୍କୁ ଶତପଥୀ ଅନ୍ୟମାନେ ବନ୍ଦ ରେ ସାମିଲ ଥିଲେ।
Comments are closed.