କୁଆଖିଆ : ରସୁଲପୁର ବ୍ଲକ୍ ଅନ୍ତର୍ଗତ ହରିପୁର ନିକଟ ବ୍ରାହ୍ମଣ ବାଛପୁର ଗ୍ରାମର ଅସହାୟା ବାଜନ ପରିଡା (୮୬) ଓ ତାଙ୍କ ସ୍ରୀ (୮୪) ନଳିନୀ ପରିଡା ଙ୍କୁ ରକ୍ତ ସେବା ଗ୍ରୁପ ସଂଗଠନ ପକ୍ଷରୁ ଆର୍ଥିକ ସହାୟତା ଓ ଖରାଦିନ ପାଇଁ ପଙ୍ଖା ପ୍ରଦାନ କରାଯାଇଛି । ଯାଜପୁର ବ୍ଲକ ମହେଶ୍ୱର ପୁର ପଂଚାୟତ ବ୍ରାହ୍ମଣ ବାଛପୁର ଗ୍ରାମର ପରିଡା ବୃଦ୍ଦ ଦମ୍ପତି ପୁଅ ବୋହୁଙ୍କ ନିକଟରେ ଅଲୋଡା ହୋଇ ଅସହାୟ ଭାବେ କାଳାତିପାତ କରୁଥିଲେ । ଦିନେ ଖାଇଲେ ଦିନେ ଓପାସ,ମାଗିଯାଚି ଗୁଜରାଣ ମେଂଟାଇ ସେମାନେ ଚଳନ୍ତି । ଏ ସମ୍ପର୍କରେ ରକ୍ତ ସେବା ସଂଗଠନ ଖବର ପାଇ ବ୍ରାହ୍ମଣ ବାଛପୁର ଗ୍ରାମରେ ପହଁଚି ସହାୟତାର ହାତ ବଢ଼ାଇଥିଲେ ।
ତାଙ୍କ ପାଖକୁ ହିମାଂଶୁ ସାହୁ, ସୋ÷÷ଭାଗ୍ୟ ରଂଜନ ପଣ୍ଡା,ଦେବୁ ପ୍ରସାଦ ଲେଙ୍କା,ବଳରାମ ବାରିକ,ମନୋରଂଜନ ବାରିକ,ନାଗାର୍ଜୁନ ସାହୁ,ତରୁଣ କୁମାର ମହାନ୍ତି,ଚକ୍ରଧର ଲେଙ୍କା,ରଜତ,ଆଶୁତୋଷ ପଣ୍ଡା,ଆଶିଷ,ରତିକାନ୍ତ ଓ ଅନ୍ୟ ସଦଶ୍ୟ ସେଠାରେ ପହଁଚି ନଗଦ ଟଙ୍କା,ଖରାଦିନ ପାଇଁ ପଙ୍ଖା ଓ ମାଗଣା ଖାଦ୍ୟ ପ୍ୟାକେଟ ସହାୟତା ଦେବା ସହ ଅସୁବିଧା ପଡିଲେ ତାଙ୍କ ସହ ଯୋଗା ଯୋଗ କରିବାକୁ କହିଥିଳେ । ଏଥିରେ ଡୋନେଟ ବ୍ଲଡସେବା ସଂଘର ସମସ୍ତ ସଭ୍ୟ ଯୋଗ ଦେଇଥିଲେ । ସେମାନେ ମହେଶ୍ୱରପୁର ସରପଂଚକୁ ସାକ୍ଷାତ କରି ଦମ୍ପତିଙ୍କୁ ଭତାା,ରାସନ,ରହିବା ପାଇଁ ଆବାସ ଗୃହ ଯୋଗାଇ ଦେବାକୁ ନିବେଦନ କରିଥିଲେ ।